Advertisment

ଶିଶୁର ନାମକରଣ କରିବା ବେଳେ କେଉଁ ଦିଗ ପ୍ରତି ଗୁରୁତ୍ୱ ଦେବେ ପଢ଼ନ୍ତୁ

ନୂଆଦିଲ୍ଲୀ: ପ୍ରସିଦ୍ଧ କବି, ଅଭିନେତା ତଥା ନାଟ୍ୟକାର ୱିଲୟମ୍‌ ସେକ୍ସପିୟର୍‌ କହିଥିଲେ ‘ନାଁରେ କ’ଣ ରହିଛି, ଗୋଲାପକୁ ଅନ୍ୟ ନାଁରେ ଡାକିଲେ ବି ସେ ଏମିତି ହିଁ ସୁନ୍ଦର ବାସ୍ନା ଦେବ।’ କିନ୍ତୁ ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି ନାଁରୁ ହିଁ କୌଣସି ବ୍ୟକ୍ତିତ୍ୱକୁ ପ୍ରଭାବଶାଳୀ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା  ଗ୍ରହଣ କରିଥାଏ। ତ୍ରେତେୟା ଯୁଗରେ ଶ୍ରୀରାମଙ୍କ ନାମକରଣ ହେବା ସମୟରେ ରଘୁକୁଳର ଋଷିମାନେ ତାଙ୍କ ନାମ ରଖିଥିଲେ। ଠିକ୍‌ ସେହିପରି  ଭଗବାନ ଶ୍ରୀକୃଷ୍ଣଙ୍କ ନାମକରଣ ସମୟରେ ଋଷିମାନେ […]

author-image
Rakesh Mallick
ଶିଶୁର ନାମକରଣ କରିବା ବେଳେ କେଉଁ ଦିଗ ପ୍ରତି ଗୁରୁତ୍ୱ ଦେବେ ପଢ଼ନ୍ତୁ

child

ନୂଆଦିଲ୍ଲୀ: ପ୍ରସିଦ୍ଧ କବି, ଅଭିନେତା ତଥା ନାଟ୍ୟକାର ୱିଲୟମ୍‌ ସେକ୍ସପିୟର୍‌ କହିଥିଲେ ‘ନାଁରେ କ’ଣ ରହିଛି, ଗୋଲାପକୁ ଅନ୍ୟ ନାଁରେ ଡାକିଲେ ବି ସେ ଏମିତି ହିଁ ସୁନ୍ଦର ବାସ୍ନା ଦେବ।’ କିନ୍ତୁ ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି ନାଁରୁ ହିଁ କୌଣସି ବ୍ୟକ୍ତିତ୍ୱକୁ ପ୍ରଭାବଶାଳୀ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା  ଗ୍ରହଣ କରିଥାଏ। ତ୍ରେତେୟା ଯୁଗରେ ଶ୍ରୀରାମଙ୍କ ନାମକରଣ ହେବା ସମୟରେ ରଘୁକୁଳର ଋଷିମାନେ ତାଙ୍କ ନାମ ରଖିଥିଲେ। ଠିକ୍‌ ସେହିପରି  ଭଗବାନ ଶ୍ରୀକୃଷ୍ଣଙ୍କ ନାମକରଣ ସମୟରେ ଋଷିମାନେ ବହୁ ଚିନ୍ତା କରି ନାଁ ଦେଇଥିଲେ।

Advertisment

ଆମେ ଯେଉଁ ସମାଜରେ ବସବାସ କରୁଛୁ ଏହା କର୍ମ ପ୍ରଧାନ। ଯଦି ନାଁ ସୁନ୍ଦର ହୋଇଥିବ ତେବେ କର୍ମ  ଓ ଭାଗ୍ୟ ଆପଣଙ୍କ ସାଥ୍‌ ଦେବ। ଏହି କାରଣ ଯୋଗୁଁ ପ୍ରତି ଭାରତୀୟ ପରିବାରରେ ଶିଶୁର ନାଁ କୌଣସି ଦେବାଦେବୀଙ୍କ ନାଁ  ରଖା ଯାଉଥିଲା। ଅନ୍ୟ କିଛି ଲୋକ ତାଙ୍କ ପିଲାଙ୍କ ନାମ ରାବଣ, କୁମ୍ଭକର୍ଣ୍ଣ, ବିଭୀଷଣ ଓ କଂସ ରଖିଥାଆନ୍ତି।

ତେଣୁ ଶିଶୁଟି ଜନ୍ମ ହେବା ପରେ ଚିନ୍ତା କରି ଶିଶୁର ନାମକରଣ କରିବା ଆବଶ୍ୟକ। ଶିଶୁଟିର ନାମକରଣ କରିବା ସମୟରେ ସରଳ ଶଦ୍ଦ ହେବା ଆବଶ୍ୟକ। ଯେପରି ଉଚ୍ଚାରଣ କରିବାରେ ସମସ୍ୟା ନ ଉପୁଜେ। କଷ୍ଟ ଶଦ୍ଦ ବ୍ୟବହାର କରିବା ଉଚିତ୍‌ ନୁହଁ। ଆଜିକାଲିର ଦମ୍ପତି ନାଁର ଶଦ୍ଦ ଗୁଡ଼ିକୁ ଏକ ନୂଆ ରୂପ ଦେଇ ପିଲାର ନାମ କରଣ କରୁଛନ୍ତି। ସବୁବେଳେ ଚେଷ୍ଟା କରିବା ଆବଶ୍ୟକ ଶିଶୁଟିର ନାଁ ବର୍ଣ୍ଣମାଳର ପ୍ରଥମ କିମ୍ୱା ଦ୍ୱିତୀୟ ଅକ୍ଷର  ହେବା ଦରକାର। ଏହାସହିତ ଶଦ୍ଦର ମହତ୍ତ୍ୱ ଓ ଅର୍ଥକୁ ବୁଝିବା ଦରକାର। କାରଣ ଏପରି ଅନେକ ଶଦ୍ଦ ରହିଛି ଶୁଣିବା ଓ କହିବାକୁ ଭଲ ଲାଗୁଥିଲେ ମଧ୍ୟ କିନ୍ତୁ ତାହାର ଅର୍ଥ ଅନର୍ଥ କରି ଦେଇଥାଏ।

Advertisment