ଦୀପାବଳି ପାଇଁ ଫେସିଆଲ୍ କରିବେ କି! ଟିକେ ସତର୍କ ରୁହନ୍ତୁ...

ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି ଆସିଯିବ। ଏପଟେ ମହିଳାମାନଙ୍କର ମଧ୍ୟ କାମ ବଢ଼ିଯିବ। ଘରର ସଫେଇ କାମ, ସାଜସଜ୍ଜା, ପିଠାପଣା, କିଣାକିଣି, ବନ୍ଧୁବାନ୍ଧବ ଚର୍ଚ୍ଚା ସାଙ୍ଗକୁ ନିଜ ରୂପସଜ୍ଜାକୁ ମଧ୍ୟ ଦୃଷ୍ଟି ଦେବାକୁ ହେବ। ସେମିତିରେ ବି ଦୀପାବଳି ସମୟରେ ପାଣିପାଗ ଖୁବ୍ ଶୀଘ୍ର ବଦଳିଥାଏ। ଏଣୁ ଏହି ସମୟରେ ନିଜ ତ୍ୱଚାର ଅଧିକ ଯତ୍ନ ନେବା ଆବଶ୍ୟକ। ଯେହେତୁ ଚଳିତବର୍ଷ ଦୀପାବଳି କରୋନା ସଂକ୍ରମଣ ସଙ୍କଟ ଭିତରେ […]

facial

facial

Pragnya Choudhury
  • Published: Friday, 06 November 2020
  • Updated: 09 November 2020, 02:40 PM IST

Sports

Latest News

ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି ଆସିଯିବ। ଏପଟେ ମହିଳାମାନଙ୍କର ମଧ୍ୟ କାମ ବଢ଼ିଯିବ। ଘରର ସଫେଇ କାମ, ସାଜସଜ୍ଜା, ପିଠାପଣା, କିଣାକିଣି, ବନ୍ଧୁବାନ୍ଧବ ଚର୍ଚ୍ଚା ସାଙ୍ଗକୁ ନିଜ ରୂପସଜ୍ଜାକୁ ମଧ୍ୟ ଦୃଷ୍ଟି ଦେବାକୁ ହେବ। ସେମିତିରେ ବି ଦୀପାବଳି ସମୟରେ ପାଣିପାଗ ଖୁବ୍ ଶୀଘ୍ର ବଦଳିଥାଏ। ଏଣୁ ଏହି ସମୟରେ ନିଜ ତ୍ୱଚାର ଅଧିକ ଯତ୍ନ ନେବା ଆବଶ୍ୟକ। ଯେହେତୁ ଚଳିତବର୍ଷ ଦୀପାବଳି କରୋନା ସଂକ୍ରମଣ ସଙ୍କଟ ଭିତରେ କଟୁଛି, ଏଣୁ ଯଦି ଆପଣ ପାର୍ଲର ଯାଇ ନିଜର ଯତ୍ନ ନେବା କଥା ଚିନ୍ତା କରୁଛନ୍ତି, ତେବେ ଆପଣଙ୍କୁ ଅଧିକ ସତର୍କ ରହିବାକୁ ହେବ।

ପାର୍ବଣ ଆସିଲେ ବିଉଟି ପାର୍ଲରରେ ଭଲ ଭଲ ଅଫର୍ ମଧ୍ୟ ମିଳିଥାଏ। ଏଣୁ ଏଥର ଦୀପାବଳିରେ ଯଦି ଆପଣ ପାର୍ଲର ଯାଇ ଫେସିଆଲ୍ କରିବା କଥା ଭାବୁଛନ୍ତି ଟିକେ ଅଧିକ ସତର୍କ ରହିବେ ନିଶ୍ଚୟ। କାରଣ କରୋନା ସଂକ୍ରମଣ ଭିତରେ ଏଥର ଆମେ ସମସ୍ତେ ଉତ୍ସବ ପାଳିବେ। ତା' ମାନେ ଏହା ନୁହେଁ ଯେ ଆମେ ନିଜର ଯତ୍ନ ନେଇ ପାରିବା ନାହିଁ। ତେବେ ଆସନ୍ତୁ ଜାଣିବା ଦୀପାବଳି ସମୟରେ ନିଜ ସୌନ୍ଦର୍ଯ୍ୟର ଯତ୍ନ ନେବା ସହ କେଉଁ କେଉଁ ଦିଗ ପ୍ରତି ସତର୍କ ରହିବା...

ପରିଷ୍କାର ପାର୍ଲର ବାଛନ୍ତୁ:

ଦୀପାବଳିରେ ଘରକୁ ତ ପରିଷ୍କାର କଲେ। ହେଲେ ଆପଣଙ୍କ ପାର୍ଲର ବି ପରିଷ୍କାର ତ? କରୋନା ସଙ୍କଟ ଲାଗି ରହିଥିବାରୁ ଆପଣ ପାର୍ଲରର ଅଫରକୁ ଦେଖି ସ୍ୱଚ୍ଛତାକୁ ଅଣଦେଖା କରିବା ଆଦୌ ଉଚିତ୍ ନୁହେଁ। ଅଫର୍ ମିଳୁ ବା ନ ମିଳୁ, ପାର୍ଲର୍ ପରିଷ୍କାର ହେବା ନିହାତି ଆବଶ୍ୟକ। କରୋନା ନିୟମକୁ ସେଠାରେ ପାଳନ କରାଯାଉଛି କି ନାହିଁ ତାହା ମଧ୍ୟ ଦୃଷ୍ଟିରେ ରଖନ୍ତୁ।

ସାନିଟାଇଜର:

ଘରୁ ବାହାରିଲା ମାନେ ନିଜ ସହ ସାନିଟାଇଜର ନେଇ ବାହାରନ୍ତୁ। ପାରୁଛନ୍ତି ଯଦି ଡିସଇନଫେକ୍ଟାଣ୍ଟ ମଧ୍ୟ ନେଇପାରିବେ। ପାର୍ଲରରେ ଯେଉଁ ସ୍ଥାନକୁ ବ୍ୟବହାର କରିବେ, ସେହି ସ୍ଥାନକୁ ଡିସଇନଫେକ୍ଟ କରି ବ୍ୟବହାର କରନ୍ତୁ। ଆଉ ଯଦି ପାର୍ଲରରେ ଭିଡ଼ ଅଧିକ ଥାଏ, ତେବେ ନିଜର ବୁକିଂ ବାତିଲ କରି ଅନ୍ୟ ଦିନ ପାଇଁ ଅନୁରୋଧ କରନ୍ତୁ। କିନ୍ତୁ କଦାପି ଗହଳି ସ୍ଥାନକୁ ଯାଇ ନିଜ ପାଇଁ ସମସ୍ୟାକୁ ନିମନ୍ତ୍ରଣ ଦିଅନ୍ତୁ ନାହିଁ।

ଫେସଶିଲ୍ଡ ଏବଂ ମାସ୍କ:

ଯଦିଓ ପରିସ୍ଥିତିକୁ ଦେଖି ସମସ୍ତେ ସତର୍କ ହୋଇଗଲେଣି। ତଥାପି ଆପଣ ନିଜ ତରଫରୁ ଧ୍ୟାନ ରଖନ୍ତୁ ଯେପରି ପାର୍ଲର ସେବା ପ୍ରଦାନକାରୀ ଫେସଶିଲ୍ଡ ନିଶ୍ଚୟ ପିନ୍ଧିଥିବେ। ଖାଲି ଏତିକି ନୁହେଁ, ଆପଣଙ୍କ ଫେସିଆଲ କରିବା ସମୟରେ କର୍ମଚାରୀ ହାତରେଗ୍ଲବସ୍ ପିନ୍ଧିଛନ୍ତି କି ନାହିଁ ସେଥିପ୍ରତି ନିଶ୍ଚୟ ଦୃଷ୍ଟି ଦେବେ। ସେହିପରି ପାର୍ଲରରେ ଉପସ୍ଥିତ ଅନ୍ୟ ଗ୍ରାହକ ତଥା କର୍ମଚାରୀମାନେ ମଧ୍ୟ ମାସ୍କ ପିନ୍ଧିଛନ୍ତି କି ନାହିଁ ଦୃଷ୍ଟି ଦେବେ। ତେବେ କେହି ଯଦି ନାକ ତଳକୁ ମାସ୍କ ଖସାଇ କିମ୍ବା କାନରେ ଝୁଲାଇ ଭୁଲ୍ ଢଙ୍ଗରେ ଯଦି ମାସ୍କ ପିନ୍ଧିଥାନ୍ତି, ତେବେ ନିଶଙ୍କୋଚରେ ସେମାନଙ୍କୁ ମାସ୍କ ଠିକ୍ ଢଙ୍ଗରେ ପିନ୍ଧିବାକୁ ଅନୁରୋଧ କରନ୍ତୁ। ଏହାସହ ମାସ୍କ ନ ପିନ୍ଧିଥିବା ଲୋକମାନଙ୍କଠାରୁ ଦୂରରେ ରହିବା ସହ ସେମାନଙ୍କୁ ମାସ୍କ ପିନ୍ଧିବାକୁ କୁହନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos