/odisha-reporter/media/post_attachments/uploads/2019/04/skin-4....jpg)
skin-4...
ତ୍ୱଚାର ଯତ୍ନ ନେବା ଖୁବ୍ କଷ୍ଟକର କାମ ନୁହେଁ। ଏଥିପାଇଁ ସବୁବେଳେ ପାର୍ଲର ଯିବାର ମଧ୍ୟ ଆବଶ୍ୟକତା ନାହିଁ। ଆଉ ଏବେ ତ କରୋନା ସଂକ୍ରମଣର ଭୟ ରହିଛି। ତେଣୁ ଏଭଳି ସ୍ଥିତିରେ ଆପଣ ଘରେ ଅତି ସହଜ ଉପାୟରେ ଆପଣଙ୍କ ତ୍ୱଚାର ଯତ୍ନ ନେଇ ପାରିବେ। ଏଥିପାଇଁ ଆମେ ଆଜି ଆପଣମାନଙ୍କୁ କିଛି ଟିପ୍ସ ନିମ୍ନରେ ଦେଇଛୁ।
୧. ୨ ଚାମଚ ଅଟା, ୨ ଚାମଚ କଞ୍ଚା କ୍ଷୀର ଓ ଦୁଇ ବୁନ୍ଦା ମହୁକୁ ଏକାଠି ମିଶାଇ ମୁହଁ ଓ ବେକରେ ଲଗାନ୍ତୁ। ୧୫ ମିନିଟ୍ ପରେ ମୁହଁ ଧୋଇ ଦିଅନ୍ତୁ। ଏପରି କଲେ ତ୍ୱଚା ନରମ ଓ ଉଜ୍ଜ୍ୱଳ ଦେଖାଯିବ।
୨. ଗାଧୋଇବା ପୂର୍ବରୁ ୧ ଚାମଚ ନଡ଼ିଆ ତେଲରେ ୧ ଚାମଚ ମହୁ ମିଶାଇ ଦେହରେ ଲଗାନ୍ତୁ। ଏହାର କିଛି ସମୟ ପରେ ଗାଧାନ୍ତୁ। ଏହା ଶରୀର ପାଇଁ ମସ୍ଚୁରାଇଜର ପରି କାମ କରିଥାଏ।
୩. ପାଣିରେ କିଛି ଗୋଲାପ ଜଳ ଓ ଲିମ୍ବ ପତ୍ର ପକାଇ ଗାଧାନ୍ତୁ। ଏହାଦ୍ୱାରା ଶରୀରରୁ ପ୍ରାକୃତିକ ଭାବେ ସୁଗନ୍ଧ ଆସିବା ସହ ଚର୍ମରୋଗ ଭଲ ହେବ।
୪. ୧ ଚାମଚ ମହୁରେ ୨ ବୁନ୍ଦା ଲେମ୍ବୁ ରସ ମିଶାଇ ମୁହଁରେ ଲଗାନ୍ତୁ। ପରେ ଅଳ୍ପ ପାଣି ହାତ ହୋଇ ମସାଜ କରି ମୁହଁ ଧୁଅନ୍ତୁ। ଏପରି କଲେ ମୁହଁରେ ଥିବା ଅଧିକ ରୁମ ସଫା ହୋଇଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
