ତ୍ୱଚାର ଘରୋଇ ଉପଚାର

ତ୍ୱଚାର ଯତ୍ନ ନେବା ଖୁବ୍ କଷ୍ଟକର କାମ ନୁହେଁ। ଏଥିପାଇଁ ସବୁବେଳେ ପାର୍ଲର ଯିବାର ମଧ୍ୟ ଆବଶ୍ୟକତା ନାହିଁ। ଆଉ ଏବେ ତ କରୋନା ସଂକ୍ରମଣର ଭୟ ରହିଛି। ତେଣୁ ଏଭଳି ସ୍ଥିତିରେ ଆପଣ ଘରେ ଅତି ସହଜ ଉପାୟରେ ଆପଣଙ୍କ ତ୍ୱଚାର ଯତ୍ନ ନେଇ ପାରିବେ। ଏଥିପାଇଁ ଆମେ ଆଜି ଆପଣମାନଙ୍କୁ କିଛି ଟିପ୍ସ ନିମ୍ନରେ ଦେଇଛୁ। ୧. ୨ ଚାମଚ ଅଟା, ୨ ଚାମଚ କଞ୍ଚା କ୍ଷୀର ଓ ଦୁଇ ବୁନ୍ଦା ମହୁକୁ ଏକାଠି […]

skin-4...

Puspanjali Panda
  • Published: Wednesday, 15 July 2020
  • , Updated: 15 July 2020, 09:24 AM IST

ତ୍ୱଚାର ଯତ୍ନ ନେବା ଖୁବ୍ କଷ୍ଟକର କାମ ନୁହେଁ। ଏଥିପାଇଁ ସବୁବେଳେ ପାର୍ଲର ଯିବାର ମଧ୍ୟ ଆବଶ୍ୟକତା ନାହିଁ। ଆଉ ଏବେ ତ କରୋନା ସଂକ୍ରମଣର ଭୟ ରହିଛି। ତେଣୁ ଏଭଳି ସ୍ଥିତିରେ ଆପଣ ଘରେ ଅତି ସହଜ ଉପାୟରେ ଆପଣଙ୍କ ତ୍ୱଚାର ଯତ୍ନ ନେଇ ପାରିବେ। ଏଥିପାଇଁ ଆମେ ଆଜି ଆପଣମାନଙ୍କୁ କିଛି ଟିପ୍ସ ନିମ୍ନରେ ଦେଇଛୁ।

. ୨ ଚାମଚ ଅଟା, ୨ ଚାମଚ କଞ୍ଚା କ୍ଷୀର ଓ ଦୁଇ ବୁନ୍ଦା ମହୁକୁ ଏକାଠି ମିଶାଇ ମୁହଁ ଓ ବେକରେ ଲଗାନ୍ତୁ। ୧୫ ମିନିଟ୍‌ ପରେ ମୁହଁ ଧୋଇ ଦିଅନ୍ତୁ। ଏପରି କଲେ ତ୍ୱଚା ନରମ ଓ ଉଜ୍ଜ୍ୱଳ ଦେଖାଯିବ।

. ଗାଧୋଇବା ପୂର୍ବରୁ ୧ ଚାମଚ ନଡ଼ିଆ ତେଲରେ ୧ ଚାମଚ ମହୁ ମିଶାଇ ଦେହରେ ଲଗାନ୍ତୁ। ଏହାର କିଛି ସମୟ ପରେ ଗାଧାନ୍ତୁ। ଏହା ଶରୀର ପାଇଁ ମସ୍‌ଚୁରାଇଜର ପରି କାମ କରିଥାଏ।

. ପାଣିରେ କିଛି ଗୋଲାପ ଜଳ ଓ ଲିମ୍ବ ପତ୍ର ପକାଇ ଗାଧାନ୍ତୁ। ଏହାଦ୍ୱାରା ଶରୀରରୁ ପ୍ରାକୃତିକ ଭାବେ ସୁଗନ୍ଧ ଆସିବା ସହ ଚର୍ମରୋଗ ଭଲ ହେବ।

. ୧ ଚାମଚ ମହୁରେ ୨ ବୁନ୍ଦା ଲେମ୍ବୁ ରସ ମିଶାଇ ମୁହଁରେ ଲଗାନ୍ତୁ। ପରେ ଅଳ୍ପ ପାଣି ହାତ ହୋଇ ମସାଜ କରି ମୁହଁ ଧୁଅନ୍ତୁ। ଏପରି କଲେ ମୁହଁରେ ଥିବା ଅଧିକ ରୁମ ସଫା ହୋଇଯିବ।

Related story