/odisha-reporter/media/post_attachments/uploads/2018/09/aloevera00.jpg)
aloevera00
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଲୋ ଭେରା ବା ଘିକୁଆଁରି କେବଳ ସ୍ୱାସ୍ଥ୍ୟ ନୁହେଁ ତ୍ୱଚା ପାଇଁ ଏକ ବରଦାନ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଥାନ୍ତି। ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ତ୍ୱଚାରେ ବ୍ରଣ, ଦାଗ ପରି ଅନେକ ସମସ୍ୟାକୁ ଭଲ କରିଥାଏ। ତେବେ ଏହାକୁ ଲଗାଇବାର ବିଧି ଆପଣଙ୍କୁ ଜଣାଥିବା ଆବଶ୍ୟକ। ଆସନ୍ତୁ ଜାଣିବା ଘରେ ଘିକୁଆଁରୀ ବା ଆଲୋ ଭେରା କିପରି ଲଗାଇବା ଉଚିତ।
୧. ଅଲଗା ଅଲଗା ସମସ୍ୟା ପାଇଁ ଆଲୋ ଭେରା ବ୍ୟବହାର କରାଯାଇଥାଏ। ସନବର୍ଣ୍ଣ, ମଶ୍ଚୁରାଇଜର, ଆଣ୍ଟି ଏଜିଙ୍ଗ ଜେଲ, ମେକଅପ ରିମୁଭର, ସ୍କ୍ରବ, ଆଇବ୍ରୋ ଜେଲ ଭାବରେ ଏହାକୁ ବ୍ୟବହାର କରାଯାଇଥାଏ।
୨. ଯଦି ଆପଣଙ୍କ ଘରେ ଆଲୋଭେରା ଗଛ ଅଛି ତେବେ ଆପଣ ଏଥିରୁ ଜେଲ ପ୍ରସ୍ତୁତ କରିପାରିବେ।
୩. ଏହି ଜେଲକୁ ସନବର୍ଣ୍ଣ ପାଇଁ ବ୍ୟବହାର କରିବାକୁ ଚାହୁଁଥିଲେ କିଛି ସମୟ ଫ୍ରିଜରେ ରଖନ୍ତୁ। ପରେ ସେଥିରେ ହାଲକା ଗୋଲାପ ଜଳ ମିଶାଇ ମୁହଁରେ ଲଗାଇ ଦିଅନ୍ତୁ। ଏହିପରି ପ୍ରତିଦିନ ରାତିରେ ଲଗାଇ ଶୁଅନ୍ତୁ।
୪. ସେହିପରି ତ୍ୱଚାରୁ ଡେଡ ସ୍କିନ ସଫା କରିବାକୁ ଚାହୁଁଥିଲେ, ଫେଶୱାସରେ ମୁହଁ ଧୋଇବା ପରେ ଅଳ୍ପ ଏଲୋବେରା ଜେଲ ଲଗାନ୍ତୁ। ଏହାପରେ ଏକ ଓଦା କପଡ଼ାରେ ମୁହଁକୁ ସ୍କ୍ରବ କରି ପୋଛନ୍ତୁ।
୫. ଆଣ୍ଟି-ଏଜିଙ୍ଗ ଜେଲ ଭାବରେ ମଧ୍ୟ ଏଲୋବେରା ଜେଲ ବ୍ୟବହାର କରାଯାଇପାରିବ। ତେବେ ଏଥିରେ ଭିଟାମିନ ଇ କିମ୍ବା ଭିଟାମିନ ସିର ପାଉଡର ମିଶାଇ ଲଗାନ୍ତୁ।
୬. ମେକଅପ ଛଡ଼ାଇବା ପାଇଁ କଟନରେ ଅଳ୍ପ ଆଲୋ ଭେରା ଜେଲ ନେଇ ମେକଅପକୁ ସଫା କରନ୍ତୁ। ଏପରି କଲେ ଜଲଦି ମେକଅପ ସଫା ହେବା ସହ ଆପଣଙ୍କ ତ୍ୱଚା କୋମଳ ରହିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
