Advertisment

ସୁନ୍ଦର ଓଠ ପାଇଁ ହଳଦୀ

ସୁନ୍ଦର ତ୍ୱଚା ସହ ସୁନ୍ଦର ଓଠ ସମସ୍ତଙ୍କୁ ଦରକାର। ସେଥିପାଇଁ ଆମେ ବହୁତ କିଛି କସ୍‌ମେଟିକ ଜିନିଷ ବଜାରରୁ ଆଣି ବ୍ୟବହାର କରିଥାଉ। କେତେ କ’ଣ ଲଗାଇଥାଉ। କିନ୍ତୁ ପ୍ରାକୃତିକ ଉପାୟରେ ମଧ୍ୟ ଓଠ ସୁନ୍ଦର ହୋଇପାରିବ। ରୋଷେଇ ଘରେ ପ୍ରତିଦିନ ବ୍ୟବହାରରେ ଲାଗୁଥିବା ହଳଦୀ ଓଠର ସୁନ୍ଦରତାକୁ ଦ୍ୱିଗୁଣିତ କରିପାରିବ। ହଳଦୀରେ ଥିବା ଅନେକ ଔଷଧୀୟ ଗୁଣ ଶରୀରପାଇଁ ଯେତିକି ଉପକାରୀ ତ୍ୱଚା ପାଇଁ ମଧ୍ୟ ସେତିକି ଲଭାଦାୟୀ। ଏହା ଆମ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ […]

ଅଦ୍ୟତନ ହୋଇଛି
ସୁନ୍ଦର ଓଠ ପାଇଁ ହଳଦୀ

Turmeric For Lip

Advertisment

ସୁନ୍ଦର ତ୍ୱଚା ସହ ସୁନ୍ଦର ଓଠ ସମସ୍ତଙ୍କୁ ଦରକାର। ସେଥିପାଇଁ ଆମେ ବହୁତ କିଛି କସ୍‌ମେଟିକ ଜିନିଷ ବଜାରରୁ ଆଣି ବ୍ୟବହାର କରିଥାଉ। କେତେ କ'ଣ ଲଗାଇଥାଉ। କିନ୍ତୁ ପ୍ରାକୃତିକ ଉପାୟରେ ମଧ୍ୟ ଓଠ ସୁନ୍ଦର ହୋଇପାରିବ। ରୋଷେଇ ଘରେ ପ୍ରତିଦିନ ବ୍ୟବହାରରେ ଲାଗୁଥିବା ହଳଦୀ ଓଠର ସୁନ୍ଦରତାକୁ ଦ୍ୱିଗୁଣିତ କରିପାରିବ।

Advertisment

ହଳଦୀରେ ଥିବା ଅନେକ ଔଷଧୀୟ ଗୁଣ ଶରୀରପାଇଁ ଯେତିକି ଉପକାରୀ ତ୍ୱଚା ପାଇଁ ମଧ୍ୟ ସେତିକି ଲଭାଦାୟୀ। ଏହା ଆମ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଆମ ତ୍ୱଚାକୁ ଅଧିକ ଲାଭ ପଞ୍ଚାଇଥାଏ। ସେଥିପାଇଁ କିଛି ନାଚୁରାଲ ବିୟୁଟି ପ୍ରଡକ୍ଟ ପାଇଁ ଏହାକୁ ବ୍ୟବହାର କରାଯାଏ।

ସାଧାରଣତଃ ଫେସପ୍ୟାକ୍‌, ହେୟାର ପ୍ୟାକ୍‌ ,ସ୍କର୍ବ ପାଇଁ ହଳଦୀକୁ ବିଶେଷ ରୂପେ ବ୍ୟବହାର କରାଯାଇଥାଏ। କେବଳ ସେତିକି ନୁହେଁ ଓଠର କଳାପଣ, ଓଠ ଫାଟିବା ସମସ୍ୟା ଦୂର କରିବା ପାଇଁ ମଧ୍ୟ ହଳଦୀ କାମରେ ଆସିଥାଏ।

Advertisment

ଶୀତ ଦିନ ରେ ଓଠ ଫାଟିବା ସହ ଆମ ଓଠ କଳା ପଡିଯାଇଥାଏ। ସେଥିପାଇଁ ହଳଦୀର ଲିପ ବାମ୍ ଏବଂ ସ୍କର୍ବ ଓଠ ପାଇଁ ବେଶ୍‌ ଲାଭଦାୟକ। ତେବେ ହଳଦୀ ଦ୍ୱାରା ଘରେ ବସି ଲିପ ବାମ୍ ଓ ସ୍କର୍ବ କିପରି ତିଆରି କରିପାରିବେ ଆସନ୍ତୁ ଜାଣିବା

ଲିପ ବାମ୍ ତିଆରି କରିବାର ପ୍ରଣାଳୀ-୨ ଚାମଚ ପେଟ୍ରୋଲିଅମ ଜେଲି ବା ଦେଶୀ ଘିଅରେ ଗୋଟିଏ ଚାମଚ ଗ୍ଲିସେରିନ୍‌, ୧ ଚାମଚ ମହୁ ସହ ଏଥିରେ କିଛି ଟି- ଟ୍ରି ଅୟଲ, ଏବଂ ଅଳ୍ପ କିଛି ହଳଦୀ ମିଶାଇ ୩ ଘଣ୍ଟା ଫ୍ରିଜରେ ରଖିଦିଅନ୍ତି। ଏହାପରେ ଏହି ପେଷ୍ଟକୁ ଆପଣ ଲିମ୍‌ ବାମ୍‌ ଭଳି ପ୍ରତିଦିନ ନିଜ ଓଠରେ ଲଗାଇପାରିବେ।  ଶୀତ ଦିନେ ଏହି ଲିପ୍‌ବାମ୍‌କୁ ପ୍ରତିଦିନ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଓଠି ଫାଟିବା ସମସ୍ୟା ଦୂର ହୋଇଯିବ।

ଲିପ ସ୍କ୍ରବ ପ୍ରଣାଳୀ-ଏଥିପାଇଁ  କିଛି  ଚିନି,  ଗ୍ରୀନ-ଟି' ପାଉଡର, ଯେକୌଣସି ତେଲ ଆପଣ ନେଇ ପାରିବେ,୧ ଚାମଚ ଲେମ୍ବୁ ରସ ସହ ଅଳ୍ପ ହଳଦୀ ମିଶାଇ ଦିଅନ୍ତୁ। ଏହି ପେଷ୍ଟକୁ ଆପଣ ସ୍କ୍ରବ ଭାବେ ସପ୍ତାହରେ ୩ଥର ବ୍ୟବହାର କରିପାରିବେ। ଏହି ସ୍କ୍ରବ ଆପଣଙ୍କ ଓଠକୁ ନରମ ରଖିବାରେ ସାହାଯ୍ୟ କରିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe