Advertisment

ବିଟ୍‌ ଦି ହିଟ୍‌ ପାଇଁ ବିଟ୍‌ ଜୁସ୍‌: ପ୍ରତିଦିନ ଗୋଟିଏ ଗ୍ଳାସ୍‌

ଖରାଦିନେ ଶୋଷ ମେଣ୍ଟାଇବା ପାଇଁ ହେଉ ବା ସୁସ୍ଥ ରହିବା ପାଇଁ ହେଉ ଆମେ ବିଭିନ୍ନ ପ୍ରକାର ଜୁସ୍‌ ପିଇଥାଉ। ବିଶେଷ କରି ଆପଲ, ଅରେଞ୍ଚ, ୱାଟର ମେଲନ, ମୌସୁମୀ, ପାଇନାପୁଲ, ବାନାନା, କ୍ୟାରଟ ବା ଗାଜର ଜୁସ୍‌ ପିଇଥାଉ। ଏହାକୁ ପିଇବା ଦ୍ୱାରା ପେଟ ଫୁଲ୍‌ ରହିବା ସହ ସ୍ବାସ୍ଥ୍ୟ ମଧ୍ୟ ଭଲ ରହିଥାଏ। ଆପଣ ଯଦି ନିଜକୁ ଆଉ ଟିକେ ଅଧିକ ସୁସ୍ଥ ରଖିବାକୁ ଚାହୁଁଛନ୍ତି ତେବେ ଡାଏଟ୍‌ ଚାଟ୍‌ରେ ବିଟ୍‌ ଜୁସ୍‌କୁ ସାମିଲ […]

ଅଦ୍ୟତନ ହୋଇଛି
ବିଟ୍‌ ଦି ହିଟ୍‌ ପାଇଁ ବିଟ୍‌ ଜୁସ୍‌: ପ୍ରତିଦିନ ଗୋଟିଏ ଗ୍ଳାସ୍‌

beet-juice

Advertisment

ଖରାଦିନେ ଶୋଷ ମେଣ୍ଟାଇବା ପାଇଁ ହେଉ ବା ସୁସ୍ଥ ରହିବା ପାଇଁ ହେଉ ଆମେ ବିଭିନ୍ନ ପ୍ରକାର ଜୁସ୍‌ ପିଇଥାଉ। ବିଶେଷ କରି ଆପଲ, ଅରେଞ୍ଚ, ୱାଟର ମେଲନ, ମୌସୁମୀ, ପାଇନାପୁଲ, ବାନାନା, କ୍ୟାରଟ ବା ଗାଜର ଜୁସ୍‌ ପିଇଥାଉ। ଏହାକୁ ପିଇବା ଦ୍ୱାରା ପେଟ ଫୁଲ୍‌ ରହିବା ସହ ସ୍ବାସ୍ଥ୍ୟ ମଧ୍ୟ ଭଲ ରହିଥାଏ। ଆପଣ ଯଦି ନିଜକୁ ଆଉ ଟିକେ ଅଧିକ ସୁସ୍ଥ ରଖିବାକୁ ଚାହୁଁଛନ୍ତି ତେବେ ଡାଏଟ୍‌ ଚାଟ୍‌ରେ ବିଟ୍‌ ଜୁସ୍‌କୁ ସାମିଲ କରନ୍ତୁ। ଏହା ଆପଣଙ୍କୁ ସୁସ୍ଥ ରଖିବା ସହ ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକ୍ତି ଦେବ। ନଜର ପକାନ୍ତୁ ବିଟ୍‌ ଜୁସ୍‌ ପିଇବା ଦ୍ୱାରା ଆପଣଙ୍କୁ କ’ଣ କ’ଣ ସୁଫଳ ମିଳିବ।

Advertisment

୧. ବିଟ୍‌ରେ ରହିଛି ଆଣ୍ଟି କ୍ୟାନସର ଉପାଦାନ ବା କ୍ୟାନସର ନିରୋଧ ଉପାଦାନ। ଏହା ଆପଣଙ୍କୁ କ୍ୟାନସର ପରି ମାରାତ୍ମକ ରୋଗରୁ ଦୂରେଇ ରଖିବ।

୨. ବିଟ୍‌ ଜୁସ୍‌ ପିଇବା ଦ୍ୱାରା ଆପଣଙ୍କ ଲିଭର ସୁସ୍ଥ ରହିଥାଏ।

୩. ପ୍ରତିଦିନ ବିଟ୍‌ ଜୁସ୍‌ ପିଇଲେ କୋଷ୍ଠକାଠିନ୍ୟରୁ ମୁକ୍ତି ମିଳିଥାଏ।

୪.  ଗର୍ଭବତୀମାନେ ଏହାକୁ ପିଇଲେ ପ୍ରସବ ସମସ୍ୟା ଦୂର ହୋଇଥାଏ। ଏହାସହ ପିଲା ଜନ୍ମ ସମୟର ସମସ୍ୟା ମଧ୍ୟ ଦୂର ହୁଏ।

Advertisment

୫. ଯଦି ଆପଣ ହାଇ ବ୍ଲଡପ୍ରେସର ରୋଗୀ, ତେବେ ବିଟ୍‌ ଜୁସ୍‌ ନିଶ୍ଚିତ ପିଅନ୍ତୁ। ଏହାଦ୍ୱାରା ଆପଣଙ୍କ ବ୍ଲଡ ପ୍ରେସର ନିୟନ୍ତ୍ରଣରେ ରହିବ।

୬. ଆପଣଙ୍କ ଶରୀରରେ ଫୋଟକା ହୋଇଥିଲେ କି ଜଳାପୋଡା ଜନିତ କଷ୍ଟ ପାଉଥିଲେ ବିଟ୍‌ ଜୁସ୍‌ ପିଇବା ଦ୍ୱାରା ଏଥିରୁ ଉପଶମ ମିଳିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe