Advertisment

ସକାଳେ ଖାଲି ପେଟରେ ପିଅନ୍ତୁ ଉଷୁମ ପାଣି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସକାଳେ ଉଠିବା ପରେ ପ୍ରାୟ ସମସ୍ତେ ଚାହା କିମ୍ୱା କଫି ପିଇବା ପାଇଁ ପସନ୍ଦ କରିଥା’ନ୍ତି। ଖାଲି ପେଟରେ ଚାହା ପିଇଲେ ଶରୀରକୁ କ୍ଷତି ପହଞ୍ଚେ। ଏହା ଜାଣି ମଧ୍ୟ ଏହି ଅଭ୍ୟାସକୁ କେହି ଛାଡ଼ନ୍ତି ନାହିଁ। ସେହିପରି କିଛି ଲୋକଙ୍କର ସକାଳେ ଥଣ୍ଡା ପାଣି ପିଇବା ଅଭ୍ୟାସ ରହିଛି। ତେବେ ଏସବୁ ଅଭ୍ୟାସ ଛାଡ଼ନ୍ତୁ। ଚାହା, କଫି ଓ ଥଣ୍ଡା ପାଣି ପରିବର୍ତ୍ତେ ସକାଳେ ଗୋଟେ ଗ୍ଲାସ୍‌ ଉଷୁମ ପାଣି ପିଇବା […]

ଅଦ୍ୟତନ ହୋଇଛି
ସକାଳେ ଖାଲି ପେଟରେ ପିଅନ୍ତୁ ଉଷୁମ ପାଣି

hhh

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସକାଳେ ଉଠିବା ପରେ ପ୍ରାୟ ସମସ୍ତେ ଚାହା କିମ୍ୱା କଫି ପିଇବା ପାଇଁ ପସନ୍ଦ କରିଥା’ନ୍ତି। ଖାଲି ପେଟରେ ଚାହା ପିଇଲେ ଶରୀରକୁ କ୍ଷତି ପହଞ୍ଚେ। ଏହା ଜାଣି ମଧ୍ୟ ଏହି ଅଭ୍ୟାସକୁ କେହି ଛାଡ଼ନ୍ତି ନାହିଁ। ସେହିପରି କିଛି ଲୋକଙ୍କର ସକାଳେ ଥଣ୍ଡା ପାଣି ପିଇବା ଅଭ୍ୟାସ ରହିଛି। ତେବେ ଏସବୁ ଅଭ୍ୟାସ ଛାଡ଼ନ୍ତୁ। ଚାହା, କଫି ଓ ଥଣ୍ଡା ପାଣି ପରିବର୍ତ୍ତେ ସକାଳେ ଗୋଟେ ଗ୍ଲାସ୍‌ ଉଷୁମ ପାଣି ପିଇବା ଆରମ୍ଭ କରନ୍ତୁ। ଏହାଦ୍ୱାରା ଆପଣଙ୍କ ଇମ୍ୟୁନୋ ସିଷ୍ଟମ୍‌ ଠିକ୍‌ ରହିବା ସହିତ ଶରୀରକୁ ଆହୁରି ଅନେକ ଲାଭ ମିଳିବ। ତା’ହେଲେ ଆସନ୍ତୁ ଜାଣିବା ଉଷୁମ ପାଣିରୁ ଶରୀରକୁ କେଉଁସବୁ ଲାଭ ମିଳିଥାଏ।

Advertisment

୧. ସକାଳେ ଖାଲି ପେଟରେ ଉଷୁମ ପାଣି ପିଇଲେ ସବୁ ପ୍ରକାର ବିଷାକ୍ତ ଜିନିଷ ବାହାରିଯାଏ ଓ ପାଚନ ତନ୍ତ୍ର ଠିକ୍‌ ରହେ।

୨. କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ।

୩. ଯଦି ଆପଣ ଓଜନ କମ୍‌ କରିବା ପାଇଁ ଚିନ୍ତିତ ଅଛନ୍ତି, ତା’ହେଲେ ବ୍ୟାୟାମ ଆଦି କରିବା ଓ ଡାଏଟ୍ କଣ୍ଟ୍ରୋଲ୍ ସହିତ ସକାଳୁ ଉଠି ଉଷୁମ ପାଣି ପିଅନ୍ତୁ। ଏହାଦ୍ୱାରା ପେଟର ଚର୍ବି କମ୍ ହେବ ଓ ଓଜନ ହ୍ରାସ ପାଇବ। ଉଷୁମ ପାଣି ସହିତ ଆପଣ ଲେମ୍ୱୁ ଓ ମହୁ ମିଶାଇ ମଧ୍ୟ ପିଇପାରିବେ। ଏହା ଓଜନ କମାଇବାରେ ଅଧିକ ସହାୟକ ହୋଇଥାଏ।

Advertisment

୪. ପେଟ ଖରାପ ହେଲେ ମୁହଁର ତ୍ୱଚାରେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇଥାଏ। ତେଣୁ ଉଷୁମ ପାଣି ପିଅନ୍ତୁ। ଏହା ଆପଣଙ୍କ ପେଟକୁ ସଫା ରଖିବା ସହିତ ତ୍ୱଚାକୁ ବି ଠିକ୍‌ ରଖିବ।

୫. ପ୍ରତିଦିନ ଉଷୁମ ପାଣି ପିଇଲେ ଗଳାରେ କଫ ଜମି ନଥାଏ।

୬. ଯଦି ଆପଣଙ୍କ ଗଳାରେ ଇନ୍‌ଫେକସନ୍ ହୁଏ, ତା’ହେଲେ ଉଷୁମ ପାଣିରେ ଅଳ୍ପ ଲୁଣ ମିଶାଇ କୁଳି କରନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe