Advertisment

ପାଟିକୁ କଷା, ହେଲେ ଦେହକୁ ଅମୃତ ତୁଲ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଁଳାକୁ ଅମୃତ ତୁଲ୍ୟ ମର୍ଯ୍ୟାଦା ଦେଇଛି ଆୟୁର୍ବେଦ। ଯାହାର ସେବନ ଅନେକ ରୋଗର ମୂଳୋତ୍ପାଟନ କରିଥାଏ ବୋଲି କୁହାଯାଏ। ଅନେକ ହୁଏତ ଜାଣି ନଥିବେ ଯେ, ଏକାଧିକ ରୋଗର ନିଦାନ ଲାଗି ଅଁଳାକୁ ବ୍ୟବହାର କରାଯାଇଥାଏ। ଆସନ୍ତୁ ଜାଣିବା କ’ଣ ଅଛି ଏହି ଅଁଳାରେ, ଯେଉଁଥିପାଇଁ ତାକୁ ଏମିତି ମିଳିଥାଏ ମର୍ଯ୍ୟାଦା। ଅଁଳାରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ‘ସି’ ଓ ‘ଏ’ ରହିଛି। ଯାହାକି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା […]

ଅଦ୍ୟତନ ହୋଇଛି
ପାଟିକୁ କଷା, ହେଲେ ଦେହକୁ ଅମୃତ ତୁଲ୍ୟ

rr

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଁଳାକୁ ଅମୃତ ତୁଲ୍ୟ ମର୍ଯ୍ୟାଦା ଦେଇଛି ଆୟୁର୍ବେଦ। ଯାହାର ସେବନ ଅନେକ ରୋଗର ମୂଳୋତ୍ପାଟନ କରିଥାଏ ବୋଲି କୁହାଯାଏ। ଅନେକ ହୁଏତ ଜାଣି ନଥିବେ ଯେ, ଏକାଧିକ ରୋଗର ନିଦାନ ଲାଗି ଅଁଳାକୁ ବ୍ୟବହାର କରାଯାଇଥାଏ। ଆସନ୍ତୁ ଜାଣିବା କ’ଣ ଅଛି ଏହି ଅଁଳାରେ, ଯେଉଁଥିପାଇଁ ତାକୁ ଏମିତି ମିଳିଥାଏ ମର୍ଯ୍ୟାଦା।

Advertisment
  • ଅଁଳାରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ‘ସି’ ଓ ‘ଏ’ ରହିଛି। ଯାହାକି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଦୃଷ୍ଟିଶକ୍ତି ସୁଦୃଢ କରିଥାଏ।
  • ଅଁଳା ଗୋଟିଏ ମାତ୍ର ଖଟା ଫଳ, ଯାହାକୁ ଆମେ କ୍ଷୀର ସହ ଖାଇପାରିବା
  • ଅଁଳାର ନିୟମିତ ସେବନ ଆପଣଙ୍କୁ ଚିର ଯୌବନ ରଖିଥାଏ। ବୟସ ବଢିଲେ ମଧ୍ୟ ଆପଣଙ୍କ ବୟସ ବଢିଲା ଭଳି ଲାଗି ନ ଥାଏ।
  • ହଜମ ଶକ୍ତି ବୃଦ୍ଧି କରିଥାଏ ।
  • ପରିଶ୍ରା ଜନିତ ରୋଗ ହେବାକୁ ଦେଇ ନ ଥାଏ, ସଙ୍କ୍ରମଣ ରୋକିଥାଏ।
  • ଲିଭର ଓ ପେଟ ସମସ୍ୟା ଦୂର କରେ ।
  • କେଶ ଝଡିବା ରୋକିଥାଏ, ରୂପି ସମସ୍ୟାରୁ ମୁକ୍ତି କରିଥାଏ।

କେମିତି ଖାଇବେ

ଯଦି ଆପଣ ଅଁଳା ପାଉଡର୍‌ ଖାଉଛନ୍ତି ତା ହେଲେ ୨ରୁ ୫ ଗ୍ରାମ୍‌ ସେବନ କରିପାରନ୍ତି। ନଖଉସୁମ ପାଣିରେ ଦେଢ ଚାମଚ ଅଁଳା ପାଉଡର୍‌ ପାକାଇ ଅଥବେ ମହୁରେ ଏହାକୁ ଭିଜାଇ ଆପଣ ସେବନ କରି ପାରିବେ। ଦିନକୁ ୨ ଥର ଏଭଳି କରନ୍ତୁ ସୁଫଳ ପାଇବେ। ଯଦି ଅଁଳା ଗୁଣ୍ଡ ପିତା କିମ୍ବା ଖଟା ଲାଗୁଥିବାରୁ ଆପଣ ଖାଇବାକୁ ଖରାପ ଲାଗୁଛି ତା ହେଲେ ବଜାରରେ ମିଳୁଥିବା ଅଁଳା ଟାବଲେଟ୍‌ ଆପଣ ବ୍ୟବହାର କରିପାରନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe