Advertisment

ଟାଇପ୍‌-୨ ଡାଇବେଟିସ୍ ପାଇଁ ଉପକାରୀ କଦଳୀ ଫୁଲ

ନୂଆଦିଲ୍ଲୀ: ଟାଇପ୍‌-୨ ଡାଇବେଟିସ୍‌ ରୋଗୀଙ୍କ ପାଇଁ କଦଳୀ ଫୁଲ ବା ଭଣ୍ଡା ଖୁବ୍‌ ଉପକାରୀ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। କଦଳୀ ଫୁଲ ଖାଇଲେ ଡାଇବେଟିସ୍‌ ରୋଗୀଙ୍କର ସୁଗାର ସ୍ତର କମ୍‌ ହୋଇଥାଏ। ତା’ସହିତ ଟାଇପ୍‌-୨ ଡାଇବେଟିସ୍‌ ରୋଗୀଙ୍କ କ୍ଷେତ୍ରରେ କୋଲେଷ୍ଟ୍ରଲ୍‌ ବୃଦ୍ଧି ସମସ୍ୟା ମଧ୍ୟ କମ୍‌ ହୋଇଥାଏ। କଦଳୀ ଫୁଲ ଖାଇଲେ ମିଳିଥାଏ ଏହିସବୁ ଲାଭ ୧. କଦଳୀ ଫୁଲରେ ପ୍ରଚୁର ମାତ୍ରାରେ ଆଇରନ୍‌ ଥିବାରୁ ଏହାକୁ ଖାଇଲେ ଶରୀରରେ ରକ୍ତର ମାତ୍ରା ବଢ଼ିଥାଏ। ୨. […]

author-image
Puspanjali Panda
ଟାଇପ୍‌-୨ ଡାଇବେଟିସ୍ ପାଇଁ ଉପକାରୀ କଦଳୀ ଫୁଲ

kela

ନୂଆଦିଲ୍ଲୀ: ଟାଇପ୍‌-୨ ଡାଇବେଟିସ୍‌ ରୋଗୀଙ୍କ ପାଇଁ କଦଳୀ ଫୁଲ ବା ଭଣ୍ଡା ଖୁବ୍‌ ଉପକାରୀ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। କଦଳୀ ଫୁଲ ଖାଇଲେ ଡାଇବେଟିସ୍‌ ରୋଗୀଙ୍କର ସୁଗାର ସ୍ତର କମ୍‌ ହୋଇଥାଏ। ତା’ସହିତ ଟାଇପ୍‌-୨ ଡାଇବେଟିସ୍‌ ରୋଗୀଙ୍କ କ୍ଷେତ୍ରରେ କୋଲେଷ୍ଟ୍ରଲ୍‌ ବୃଦ୍ଧି ସମସ୍ୟା ମଧ୍ୟ କମ୍‌ ହୋଇଥାଏ।

Advertisment

କଦଳୀ ଫୁଲ ଖାଇଲେ ମିଳିଥାଏ ଏହିସବୁ ଲାଭ

୧. କଦଳୀ ଫୁଲରେ ପ୍ରଚୁର ମାତ୍ରାରେ ଆଇରନ୍‌ ଥିବାରୁ ଏହାକୁ ଖାଇଲେ ଶରୀରରେ ରକ୍ତର ମାତ୍ରା ବଢ଼ିଥାଏ।

୨. ଏଥିରେ ଥିବା ମ୍ୟାଗ୍ନେସିୟମ୍‌ ଶରୀରରେ ଆଣ୍ଟି-ଅକ୍ସିଡାଣ୍ଟ ଭାବରେ କାର୍ଯ୍ୟ କରିଥାଏ।

Advertisment

୩. ଶୀଘ୍ର ହଜମ ହେଉଥିବାରୁ ପାକସ୍ଥଳୀ ପାଇଁ ଏହି ଫୁଲ ବହୁତ ଉପକାରୀ।

୫. କୋଲେଷ୍ଟ୍ରଲ୍‌କୁ କମ୍‌ କରୁଥିବାରୁ ହୃଦ୍‌ ରୋଗୀଙ୍କ ପାଇଁ ମଧ୍ୟ ଏହା ଖୁବ୍‌ ଉପକାରୀ।

କଦଳୀ ଫୁଲକୁ କିପରି ଖାଇବେ ?

ଏହାକୁ ଆପଣ କଞ୍ଚା ଖାଇପାରିବେ। ଏହା ବ୍ୟତୀତ ଏହି ଫୁଲରେ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇପାରିବେ। ସେହିପରି ଗ୍ରାଇଣ୍ଡିଂ କରି ଏହି ଫୁଲର ଚଟଣୀ ପ୍ରସ୍ତୁତ କରି ମଧ୍ୟ ଡାଇବେଟିସ୍ ରୋଗୀ ଖାଇପାରିବେ।