k
ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକ ମେଦବହୁଳତା ତଥା ଓଜନ ବଢିବା ନେଇ ଚିନ୍ତାରେ ରହୁଛନ୍ତି। ଯେଉଁଥିପାଇଁ ଲୋକମାନେ ଡାକ୍ତରଙ୍କ ସହ ପରାମର୍ଶ କରୁଛନ୍ତି ଏବଂ କେମିତି ଓଜନ କମ୍ କରିହେବ ସେଥିପାଇଁ ନାନା ଡାଏଟ୍ ପ୍ଲାନ୍ କରୁଛନ୍ତି। କିଛି ଲୋକ ଜିମ୍ ଯାଇ ମଧ୍ୟ ଓଜନ୍ କମ୍ କରିବାକୁ ଚେଷ୍ଟା କରୁଥିବା ବେଳେ କିଛି ଲୋକ ସାଲାଡ୍ ଡାଏଟ୍ କରୁଛନ୍ତି।
କିନ୍ତୁ ଆପଣ ଚାହିଁଲେ କିଛି ସ୍ୱାଦିଷ୍ଟ ଖାଦ୍ୟ ଖାଇ, ନିଜ ଡାଏଟ୍ରେ ଫଳ ସାମିଲ୍ କରି ମଧ୍ୟ ଓଜନ କମ୍ କରିପାରିବେ। ଆପଣ କଦଳୀ ସ୍ମୁଦି ପିଇ ମଧ୍ୟ ଓଜନ କମ୍ କରିପାରିବେ। ହାଇ ପ୍ରୋଟିନ୍ ଡାଏଟ୍ ପ୍ଲାନ୍ ମଧ୍ୟ କେବେକେବେ ଓଜନ କମ୍ କରାଇବାରେ ସହାୟକ ହୋଇଥାଏ। କଦଳୀରେ ସିରପ୍ ଏବଂ ମହୁ ସାମିଲ୍ କରନ୍ତୁ ଏବଂ ତାକୁ ସକାଳେ ବ୍ରେକଫାଷ୍ଟରେ ସାମିଲ୍ କରନ୍ତୁ। ଆପଣ ଚାହିଁଲେ ଏହି ସ୍ମୁଦିକୁ ଦିନକୁ ସକାଳେ ଏବଂ ସଧ୍ୟାରେ ଦୁଇଥର ପିଇପାରିବେ। ଏହି ସ୍ମୃଦି ପିଇବା ଦ୍ୱାରା କେବଳ ଓଜନ କମ୍ ହେବନି। ପୋଷକ ତତ୍ତ୍ୱ ମଧ୍ୟ ବଢିଥାଏ।
କେବଳ କଦଳୀ ନୁହେଁ ଆପଣଙ୍କୁ ପସନ୍ଦ ଯେକୌଣସି ଫଳ ଆଣି ଆପଣ ସେଥିରେ ସିରଫ୍ ଏବଂ ମହୁ ପକାଇ ସ୍ମୁଦି ପ୍ରସ୍ତୁତ କରିପାରିବେ। ଏହା ସ୍ୱାସ୍ଥ୍ୟ ପକ୍ଷେ ବେଶ୍ ଉପକାରୀ ଏବଂ ସ୍ୱାଦିଷ୍ଟ ମଧ୍ୟ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/08/k.jpg)