Advertisment

ସକାଳେ ଖାଲି ପେଟରେ ପିଅନ୍ତୁ ତୁଳସୀ ପତ୍ର ପାଣି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆୟୁର୍ବେଦ ବିଜ୍ଞାନରେ ତୁଳସୀ ପତ୍ରକୁ ମହୌଷଧୀ ବୋଲି କୁହାଯାଇଥାଏ। କେବଳ ଥଣ୍ଡା ଜ୍ୱର ନୁହେଁ, ଏହି ଔଷଧୀୟ ବୃକ୍ଷରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ଏଥିରେ ଥିବା ଆଣ୍ଟି-ବ୍ୟାକ୍ଟେରିଆଲ୍‌ ଓ ଆଣ୍ଟି ଇନ୍‌ଫ୍ଲାମେଣ୍ଟାରୀ ଗୁଣ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ୍‌ କରିଥାଏ। ତେବେ ସକାଳେ ଖାଲି ପେଟରେ ତୁଳସୀ ପତ୍ରର ପାଣି ପିଇଲେ, ସ୍ୱାସ୍ଥ୍ୟକୁ କେଉଁସବୁ ଲାଭ ମିଳିଥାଏ, ଆସନ୍ତୁ ଜାଣିବା.. ୧. ସକାଳେ ଖାଲି ପେଟରେ ତୁଳସୀ ପାଣି ପିଇଲେ […]

ସକାଳେ ଖାଲି ପେଟରେ ପିଅନ୍ତୁ ତୁଳସୀ ପତ୍ର ପାଣି

tulsi

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆୟୁର୍ବେଦ ବିଜ୍ଞାନରେ ତୁଳସୀ ପତ୍ରକୁ ମହୌଷଧୀ ବୋଲି କୁହାଯାଇଥାଏ। କେବଳ ଥଣ୍ଡା ଜ୍ୱର ନୁହେଁ, ଏହି ଔଷଧୀୟ ବୃକ୍ଷରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ଏଥିରେ ଥିବା ଆଣ୍ଟି-ବ୍ୟାକ୍ଟେରିଆଲ୍‌ ଓ ଆଣ୍ଟି ଇନ୍‌ଫ୍ଲାମେଣ୍ଟାରୀ ଗୁଣ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ୍‌ କରିଥାଏ। ତେବେ ସକାଳେ ଖାଲି ପେଟରେ ତୁଳସୀ ପତ୍ରର ପାଣି ପିଇଲେ, ସ୍ୱାସ୍ଥ୍ୟକୁ କେଉଁସବୁ ଲାଭ ମିଳିଥାଏ, ଆସନ୍ତୁ ଜାଣିବା..

Advertisment

୧. ସକାଳେ ଖାଲି ପେଟରେ ତୁଳସୀ ପାଣି ପିଇଲେ ଶରୀରରୁ ଟକ୍ସିନ୍‌ ସଫା ହୋଇଥାଏ। ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ପାଚନତନ୍ତ୍ରକୁ ଠିକ୍‌ ରଖିଥାଏ।

୨. ଅନେକ ଗବେଷଣାରୁ ଏହା ଜଣାପଡ଼ିଛି ଯେ ତୁଳସୀ ହାଇପର୍‌ ଟେନସନ୍‌, ହାଇ ବ୍ଲଡ୍‌ ପ୍ରେସର ଓ ଡାଇବେଟିସକୁ ନିୟନ୍ତ୍ରଣ କରିଥାଏ। ଏଥିପାଇଁ ତୁଳସୀ ପତ୍ରର ଚାହା କିମ୍ୱା ପାଣି ପିଇବା ଅଭ୍ୟାସ କରନ୍ତୁ।

Advertisment

୩. ତୁଳସୀ ପତ୍ର ପାଣିରେ ଥିବା ଆଣ୍ଟି-ଆଲର୍ଜିକ୍‌ ଗୁଣ ଶ୍ୱାସଜନିତ ସମସ୍ୟା, କାଶ, ଟନସିଲ୍‌ ଓ ଗଳା କ୍ୟାନସର୍‌ ପରି ରୋଗକୁ ନିୟନ୍ତ୍ରଣ କରିଥାଏ।

୪. ଗରମ ପାଣିରେ ତୁଳସୀ ପତ୍ର ପକାଇ ସିଝାନ୍ତୁ। ଏହାପରେ ଏହି ପାଣିରେ ମହୁ ମିଶାଇ ପିଅନ୍ତୁ। ଏହି ପାଣି ପିଇଲେ କିଡ୍‌ନୀ ଷ୍ଟୋନ୍‌ ଭଲ ହୋଇଥାଏ।

୫. ସକାଳେ ଖାଲି ପେଟରେ ତୁଳସୀ ପାଣି ପିଇଲେ ଓଜନ କମ୍‌ ହୋଇଥାଏ।

୬. ତୁଳସୀ ସୁଗାରର ସ୍ତରକୁ ନିୟନ୍ତ୍ରଣ କରୁଥିବାରୁ ଡାଇବେଟିସ୍‌ ରୋଗୀ ପ୍ରତିଦିନ ତୁଳସୀ ପତ୍ର ପାଣି ପିଅନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe