Advertisment

କିଡ୍‌ନୀ ଓ ହାର୍ଟ ପାଇଁ ଭଲ ଅଳେଇଚ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରୋଷେଇ ଘରେ ମସଲା ଭାବରେ ବ୍ୟବହୃତ ହେଉଥିବା ଜିନିଷ ହେଉଛି ଅଳେଇଚ। କେବଳ ରୋଷେଇ ନୁହେଁ, ଶରୀରରେ ହେଉଥିବା ବିଭିନ୍ନ ରୋଗକୁ ବି ଅଳେଇଚ ଭଲ କରିଥାଏ। କାରଣ ଏଥିରେ ଔଷଧୀୟ ଗୁଣ ବି ଭରି ରହିଛି। ଆସନ୍ତୁ ଜାଣିବା ଅଳେଇଚ ଖାଇଲେ, ଶରୀରକୁ କେଉଁସବୁ ଲାଭ ମିଳିଥାଏ। ୧. ନିୟମିତ ଭାବରେ ଅଳେଇଚ ଖାଇବା ଦ୍ୱାରା ହାର୍ଟ ସୁସ୍ଥ ରହିଥାଏ। ଏଥି ସହିତ ବ୍ଲଡ ପ୍ରେସର ମଧ୍ୟ ନିୟନ୍ତ୍ରିତ ରହିଥାଏ। ୨. […]

କିଡ୍‌ନୀ ଓ ହାର୍ଟ ପାଇଁ ଭଲ ଅଳେଇଚ

aleicha

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରୋଷେଇ ଘରେ ମସଲା ଭାବରେ ବ୍ୟବହୃତ ହେଉଥିବା ଜିନିଷ ହେଉଛି ଅଳେଇଚ। କେବଳ ରୋଷେଇ ନୁହେଁ, ଶରୀରରେ ହେଉଥିବା ବିଭିନ୍ନ ରୋଗକୁ ବି ଅଳେଇଚ ଭଲ କରିଥାଏ। କାରଣ ଏଥିରେ ଔଷଧୀୟ ଗୁଣ ବି ଭରି ରହିଛି। ଆସନ୍ତୁ ଜାଣିବା ଅଳେଇଚ ଖାଇଲେ, ଶରୀରକୁ କେଉଁସବୁ ଲାଭ ମିଳିଥାଏ।

Advertisment

୧. ନିୟମିତ ଭାବରେ ଅଳେଇଚ ଖାଇବା ଦ୍ୱାରା ହାର୍ଟ ସୁସ୍ଥ ରହିଥାଏ। ଏଥି ସହିତ ବ୍ଲଡ ପ୍ରେସର ମଧ୍ୟ ନିୟନ୍ତ୍ରିତ ରହିଥାଏ।

୨. କଳା ଅଳେଇଚ ଖାଇଲେ ପେଟରେ ଏସିଡ୍‌ର ମାତ୍ରା ନିୟନ୍ତ୍ରିତ ରହିଥାଏ। ଫଳରେ ଗ୍ୟାଷ୍ଟିକ୍‌ ଓ ଅଲସର୍‌ ପରି ସମସ୍ୟା ଦୂର ହୋଇଥାଏ।

Advertisment

୩. ଶ୍ୱାସ ଜନିତ ସମସ୍ୟାକୁ ଥିଲେ ଅଳେଇଚ ଖାଆନ୍ତୁ। ଏହାଦ୍ୱାରା ଶ୍ୱାସ, କାଶ ସହିତ ଯକ୍ଷ୍ମାରୋଗର ଆଶଙ୍କା କମ୍‌ ହୋଇଥାଏ।

୪. ଦାନ୍ତ ସଂକ୍ରମଣ, ଦାନ୍ତ ବିନ୍ଧିବା, ଦାନ୍ତରୁ ରକ୍ତ ବାହାରିବା ଓ ମାଢ଼ି ଦରଜ ହେବା ଭଳି ସମସ୍ୟା ଥିଲେ ଅଳେଇଚ ଖାଆନ୍ତୁ। ପାଟିରୁ ଗନ୍ଧ ବାହାରୁଥିଲେ ଅଳେଇଚ ଖାଇଲେ ଲାଭ ମିଳିଥାଏ।

୫. ଅଳେଇଚରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି। ତେଣୁ କେଶ ଝଡ଼ିବା ଓ ରୂପି ସମସ୍ୟାକୁ ଅଲେଇଚ ଦୂର କରିଥାଏ।

୬. ପ୍ରତିଦିନ କଳା ଅଳେଇଚ ଖାଇଲେ ପରିସ୍ରା ଜନିତ ରୋଗ ଭଲ ହୋଇଥାଏ।

୭. ଅଳେଇଚରେ ଜୀବାଣୁନାଶକ ଗୁଣ ରହିଛି। ତେଣୁ କୁଣ୍ଡିଆ ରୋଗ ଓ ଆଲର୍ଜି ପରି ସଂକ୍ରମଣକୁ ଭଲ କରିବା ପାଇଁ ଅଳେଇଚ ଲାଭଦାୟକ ହୋଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe