ଗାଜରର ୬ଟି ଚମତ୍କାରୀ ଗୁଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷର ଅନ୍ୟାନ୍ୟ ଦିନ ଅପେକ୍ଷା ଶୀତଦିନେ ବହୁତ ପ୍ରକାରର ପରିବା ବଜାରରେ ଉପଲବ୍ଧ ହୋଇଥାଏ। ସେଥି ମଧ୍ୟରୁ ଗୋଟିଏ ହେଉଛି ଗାଜର। ଏଥିରେ ରହିଛି ଭିଟାମିନ୍ ଏ, ଭିଟାମିନ୍ ସି, କେ, ବି ୨, ବି ୩, ବି ୬ ଓ ଇ। ଏହା ବ୍ୟତୀତ ଏଥିରେ ଫାଇବର, ପୋଟାସିୟମ୍, କପର୍ ଓ ଜିଙ୍କ୍ ମଧ୍ୟ ରହିଛି। ତା’ ହେଲେ ଆସନ୍ତୁ ଜାଣିବା ଗାଜର ଖାଇଲେ, କେଉଁସବୁ ସ୍ୱାସ୍ଥ୍ୟ ଲାଭ ମିଳିଥାଏ। ୧. […]

gggg

Puspanjali Panda
  • Published: Monday, 10 February 2020
  • , Updated: 10 February 2020, 09:09 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷର ଅନ୍ୟାନ୍ୟ ଦିନ ଅପେକ୍ଷା ଶୀତଦିନେ ବହୁତ ପ୍ରକାରର ପରିବା ବଜାରରେ ଉପଲବ୍ଧ ହୋଇଥାଏ। ସେଥି ମଧ୍ୟରୁ ଗୋଟିଏ ହେଉଛି ଗାଜର। ଏଥିରେ ରହିଛି ଭିଟାମିନ୍ ଏ, ଭିଟାମିନ୍ ସି, କେ, ବି ୨, ବି ୩, ବି ୬ ଓ ଇ। ଏହା ବ୍ୟତୀତ ଏଥିରେ ଫାଇବର, ପୋଟାସିୟମ୍, କପର୍ ଓ ଜିଙ୍କ୍ ମଧ୍ୟ ରହିଛି। ତା’ ହେଲେ ଆସନ୍ତୁ ଜାଣିବା ଗାଜର ଖାଇଲେ, କେଉଁସବୁ ସ୍ୱାସ୍ଥ୍ୟ ଲାଭ ମିଳିଥାଏ।

୧. ଗାଜରରେ କ୍ୟାଲୋରୀ ବହୁତ କମ୍‌ ଥିବାରୁ ଶରୀରର ଓଜନ କମ୍‌ କରିବାରେ ସାହାଯ୍ୟ କରିଥାଏ।

୨. ଗାଜରରେ ପ୍ରଚୁର ମାତ୍ରାରେ ଭିଟାମିନ୍ ଏ ରହିଛି। ତେଣୁ ପ୍ରତିଦିନ ଗୋଟିଏ ଗ୍ଲାସ୍‌ ଗାଜର ଜୁସ୍‌ ପିଇଲେ ସ୍କିନ୍‌ ଓ ଆଖି ସମସ୍ୟା ଦୂର ହୋଇଥାଏ।

୩. ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ଗାଜର ଖାଇଲେ ଶରୀରରେ ଥିବା ମେଟାବୋଲିଜିମ୍‌ରେ ସୁଧାର ଆସିଥାଏ। ଏହା ସହିତ ଫାଇନ୍‌ ଲାଇନ୍ସ, ସ୍କିନ୍‌, ଏଜିଙ୍ଗ୍‌ ଓ ତ୍ୱଚାରେ କୁଞ୍ଚନ ପଡ଼ିନଥାଏ।

୪. ଗାଜର ଜୁସ୍‌ ପିଇଲେ ଶରୀରରେ ପିତ୍ତ ସ୍ରାବ ବଢ଼ିଥାଏ। ପିତ୍ତ ଶରୀରରେ ଫ୍ୟାଟ୍‌କୁ କମ୍‌ କରିବାରେ ସାହାଯ୍ୟ କରିଥାଏ।

୫. ଗାଜରରେ ବିଟା-କ୍ୟାରୋଟିନ୍‌ ପ୍ରଚୁର ମାତ୍ରାରେ ଥିବାରୁ ଏହା ଶରୀରକୁ ଅକ୍ସିଡାଇଜ୍‌ କରିଥାଏ ଏବଂ ଗ୍ଲୁଟାଥିୟୋନ୍‌ ମେଟାବୋଲିଜିମ୍‌କୁ ସୁସ୍ଥ ରଖୁଥିବାରୁ ଓଜନ ନିୟନ୍ତ୍ରଣରେ ରହିଥାଏ।

୬. ଆହୁରି ମଧ୍ୟ ଗାଜରରେ ଥିବା ପୋଟାସିୟମ୍ ରକ୍ତ ବାହିକା ଓ ଧମନୀକୁ ସଫା ରଖି ରକ୍ତ ସଞ୍ଚାଳନକୁ ଠିକ୍ ରଖିଥାଏ। ଯାହାଦ୍ୱାରା ହୃଦୟ ସୁସ୍ଥ ରହିଥାଏ।

Related story