Advertisment

ଗାଜରର ୬ଟି ଚମତ୍କାରୀ ଗୁଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷର ଅନ୍ୟାନ୍ୟ ଦିନ ଅପେକ୍ଷା ଶୀତଦିନେ ବହୁତ ପ୍ରକାରର ପରିବା ବଜାରରେ ଉପଲବ୍ଧ ହୋଇଥାଏ। ସେଥି ମଧ୍ୟରୁ ଗୋଟିଏ ହେଉଛି ଗାଜର। ଏଥିରେ ରହିଛି ଭିଟାମିନ୍ ଏ, ଭିଟାମିନ୍ ସି, କେ, ବି ୨, ବି ୩, ବି ୬ ଓ ଇ। ଏହା ବ୍ୟତୀତ ଏଥିରେ ଫାଇବର, ପୋଟାସିୟମ୍, କପର୍ ଓ ଜିଙ୍କ୍ ମଧ୍ୟ ରହିଛି। ତା’ ହେଲେ ଆସନ୍ତୁ ଜାଣିବା ଗାଜର ଖାଇଲେ, କେଉଁସବୁ ସ୍ୱାସ୍ଥ୍ୟ ଲାଭ ମିଳିଥାଏ। ୧. […]

ଗାଜରର ୬ଟି ଚମତ୍କାରୀ ଗୁଣ

gggg

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷର ଅନ୍ୟାନ୍ୟ ଦିନ ଅପେକ୍ଷା ଶୀତଦିନେ ବହୁତ ପ୍ରକାରର ପରିବା ବଜାରରେ ଉପଲବ୍ଧ ହୋଇଥାଏ। ସେଥି ମଧ୍ୟରୁ ଗୋଟିଏ ହେଉଛି ଗାଜର। ଏଥିରେ ରହିଛି ଭିଟାମିନ୍ ଏ, ଭିଟାମିନ୍ ସି, କେ, ବି ୨, ବି ୩, ବି ୬ ଓ ଇ। ଏହା ବ୍ୟତୀତ ଏଥିରେ ଫାଇବର, ପୋଟାସିୟମ୍, କପର୍ ଓ ଜିଙ୍କ୍ ମଧ୍ୟ ରହିଛି। ତା’ ହେଲେ ଆସନ୍ତୁ ଜାଣିବା ଗାଜର ଖାଇଲେ, କେଉଁସବୁ ସ୍ୱାସ୍ଥ୍ୟ ଲାଭ ମିଳିଥାଏ।

Advertisment

୧. ଗାଜରରେ କ୍ୟାଲୋରୀ ବହୁତ କମ୍‌ ଥିବାରୁ ଶରୀରର ଓଜନ କମ୍‌ କରିବାରେ ସାହାଯ୍ୟ କରିଥାଏ।

୨. ଗାଜରରେ ପ୍ରଚୁର ମାତ୍ରାରେ ଭିଟାମିନ୍ ଏ ରହିଛି। ତେଣୁ ପ୍ରତିଦିନ ଗୋଟିଏ ଗ୍ଲାସ୍‌ ଗାଜର ଜୁସ୍‌ ପିଇଲେ ସ୍କିନ୍‌ ଓ ଆଖି ସମସ୍ୟା ଦୂର ହୋଇଥାଏ।

Advertisment

୩. ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ଗାଜର ଖାଇଲେ ଶରୀରରେ ଥିବା ମେଟାବୋଲିଜିମ୍‌ରେ ସୁଧାର ଆସିଥାଏ। ଏହା ସହିତ ଫାଇନ୍‌ ଲାଇନ୍ସ, ସ୍କିନ୍‌, ଏଜିଙ୍ଗ୍‌ ଓ ତ୍ୱଚାରେ କୁଞ୍ଚନ ପଡ଼ିନଥାଏ।
୪. ଗାଜର ଜୁସ୍‌ ପିଇଲେ ଶରୀରରେ ପିତ୍ତ ସ୍ରାବ ବଢ଼ିଥାଏ। ପିତ୍ତ ଶରୀରରେ ଫ୍ୟାଟ୍‌କୁ କମ୍‌ କରିବାରେ ସାହାଯ୍ୟ କରିଥାଏ।

୫. ଗାଜରରେ ବିଟା-କ୍ୟାରୋଟିନ୍‌ ପ୍ରଚୁର ମାତ୍ରାରେ ଥିବାରୁ ଏହା ଶରୀରକୁ ଅକ୍ସିଡାଇଜ୍‌ କରିଥାଏ ଏବଂ ଗ୍ଲୁଟାଥିୟୋନ୍‌ ମେଟାବୋଲିଜିମ୍‌କୁ ସୁସ୍ଥ ରଖୁଥିବାରୁ ଓଜନ ନିୟନ୍ତ୍ରଣରେ ରହିଥାଏ।

୬. ଆହୁରି ମଧ୍ୟ ଗାଜରରେ ଥିବା ପୋଟାସିୟମ୍ ରକ୍ତ ବାହିକା ଓ ଧମନୀକୁ ସଫା ରଖି ରକ୍ତ ସଞ୍ଚାଳନକୁ ଠିକ୍ ରଖିଥାଏ। ଯାହାଦ୍ୱାରା ହୃଦୟ ସୁସ୍ଥ ରହିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe