Advertisment

ପିଅନ୍ତୁ ନଡ଼ିଆ ପାଣି, ଚମକିବ ତ୍ୱଚା ...

ଆମ ସମାଜରେ ନଡ଼ିଆର ବହୁ ମହତ୍ୱ ରହିଛି। ପୂଜାପାଠ ଠାରୁ ଆରମ୍ଭ କରି ବନ୍ଧୁ ଚର୍ଚ୍ଚା ସବୁଠି ନଡ଼ିଆ (ପଇଡ) ଦରକାର। କେବଳ ଏହି କାରଣ ପାଇଁ ନଡ଼ିଆର ଆଦର ନ ଥାଏ। ଏଥିରେ ରହିଛି ବହୁ ଔଷଧୀୟ ଗୁଣ। ଆଣ୍ଟି ଅକ୍ସିଡେଣ୍ଟ, ଆମିନୋ ଏସିଡ୍, ବି-କମ୍ପ୍ଲେକ୍ସ, ଭିଟାମିନ-ସି ପରି ପୋଷକ ତତ୍ତ୍ୱର ଭରପୁର ଭଣ୍ଡାର ହେଉଛି ନଡ଼ିଆ। ଆସନ୍ତୁ ଜାଣିବା ନଡ଼ିଆରୁ ମିଳିଥାଏ କି କି ଫାଇଦା। ୧. ନଡ଼ିଆ ପାଣି ପିଇବା ଦ୍ୱାରା ଶରୀରରେ […]

ଅଦ୍ୟତନ ହୋଇଛି
ପିଅନ୍ତୁ ନଡ଼ିଆ ପାଣି, ଚମକିବ ତ୍ୱଚା ...

coconut-water

Advertisment

ଆମ ସମାଜରେ ନଡ଼ିଆର ବହୁ ମହତ୍ୱ ରହିଛି। ପୂଜାପାଠ ଠାରୁ ଆରମ୍ଭ କରି ବନ୍ଧୁ ଚର୍ଚ୍ଚା ସବୁଠି ନଡ଼ିଆ (ପଇଡ) ଦରକାର। କେବଳ ଏହି କାରଣ ପାଇଁ ନଡ଼ିଆର ଆଦର ନ ଥାଏ। ଏଥିରେ ରହିଛି ବହୁ ଔଷଧୀୟ ଗୁଣ। ଆଣ୍ଟି ଅକ୍ସିଡେଣ୍ଟ, ଆମିନୋ ଏସିଡ୍, ବି-କମ୍ପ୍ଲେକ୍ସ, ଭିଟାମିନ-ସି ପରି ପୋଷକ ତତ୍ତ୍ୱର ଭରପୁର ଭଣ୍ଡାର ହେଉଛି ନଡ଼ିଆ। ଆସନ୍ତୁ ଜାଣିବା ନଡ଼ିଆରୁ ମିଳିଥାଏ କି କି ଫାଇଦା।

Advertisment

୧. ନଡ଼ିଆ ପାଣି ପିଇବା ଦ୍ୱାରା ଶରୀରରେ ପାଣିର ପରିମାଣ କମି ନ ଥାଏ। ଶରୀରରେ ଜଳୀୟ ଅଂଶରେ ସ୍ଥିରତା ଆଣିଥାଏ।

୨. ନଡ଼ିଆ ପାଣିକୁ ନିୟମିତ ପିଇବା ଦ୍ୱାରା ମାରତ୍ମକ ରୋଗ ହେବାର ଆଶଙ୍କା କମ୍ ରହିଥାଏ।

Advertisment

୩. ନଡ଼ିଆ ପାଣି ପିଇବା ଦ୍ୱାରା ଉଚ୍ଚ ରକ୍ତଚାପ ପରି ସମସ୍ୟା ଶୀଘ୍ର ଦୂର ହୋଇଥାଏ।

୪. ନଡ଼ିଆ ପାଣିରେ ଭିଟାମିନ-ସି, ପୋଟାସିୟମ୍, ମ୍ୟାଗ୍ନେସିୟମ ରହିଛି। ଏହା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

୫. ନଡ଼ିଆ ପାଣିରେ କୋଲେଷ୍ଟ୍ରୋଲ ଓ ଫ୍ୟାଟ ମାତ୍ରା ନ ଥିବାରୁ ଏହା ହୃଦୟ ପାଇଁ ଭଲ ହୋଇଥାଏ।

୬. ଏହା ମୋଟାପଣ ଦୂର କରିବାରେ ସାହାଯ୍ୟ କରିଥାଏ।

୭. ନଡ଼ିଆ ପାଣି ପିଇବା ଦ୍ୱାରା ତ୍ୱଚାରେ ଉଜ୍ଜ୍ୱଳତା ଆସିଥାଏ ଓ  ବୟସ ମଧ୍ୟ କମ୍ ଜଣାପଡେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe