Advertisment

ସକାଳ ଜଳଖିଆରେ ଖାଆନ୍ତୁ ଦଲିଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିଛି ଲୋକଙ୍କୁ ଦଲିଆ ଖାଇବାକୁ ଭଲ ଲାଗେ ନାହିଁ। କିନ୍ତୁ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଏହା ଏକ ପୌଷ୍ଟିକ ଆହାର। ପାଚନ କ୍ରିୟାକୁ ଠିକ୍‌ ରଖିବାରେ ଦଲିଆ ସାହାଯ୍ୟ କରିଥାଏ। କେବଳ ପାଚନ କ୍ରିୟା ନୁହେଁ, ଓଜନକୁ କମ୍ କରିବା ପାଇଁ ବି ଏହା ଖୁବ୍‌ ଉପକାରୀ। ପ୍ରଚୁର ପରିମାଣର ପୋଷକ ତତ୍ତ୍ୱ ଥିବାରୁ ଅସୁସ୍ଥ ଲୋକଙ୍କୁ ସକାଳ ଜଳଖିଆରେ କ୍ଷୀର ସହିତ ଦଲିଆ ଖାଇବାକୁ ଦିଆଯାଇଥାଏ। ବ୍ଲଡ୍‌ ପ୍ରେସରକୁ କମ୍‌ କରିବା, ହୃଦ୍‌ରୋଗଜନିତ […]

ଅଦ୍ୟତନ ହୋଇଛି
ସକାଳ ଜଳଖିଆରେ ଖାଆନ୍ତୁ ଦଲିଆ

dddd

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିଛି ଲୋକଙ୍କୁ ଦଲିଆ ଖାଇବାକୁ ଭଲ ଲାଗେ ନାହିଁ। କିନ୍ତୁ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଏହା ଏକ ପୌଷ୍ଟିକ ଆହାର। ପାଚନ କ୍ରିୟାକୁ ଠିକ୍‌ ରଖିବାରେ ଦଲିଆ ସାହାଯ୍ୟ କରିଥାଏ। କେବଳ ପାଚନ କ୍ରିୟା ନୁହେଁ, ଓଜନକୁ କମ୍ କରିବା ପାଇଁ ବି ଏହା ଖୁବ୍‌ ଉପକାରୀ।

Advertisment

ପ୍ରଚୁର ପରିମାଣର ପୋଷକ ତତ୍ତ୍ୱ ଥିବାରୁ ଅସୁସ୍ଥ ଲୋକଙ୍କୁ ସକାଳ ଜଳଖିଆରେ କ୍ଷୀର ସହିତ ଦଲିଆ ଖାଇବାକୁ ଦିଆଯାଇଥାଏ। ବ୍ଲଡ୍‌ ପ୍ରେସରକୁ କମ୍‌ କରିବା, ହୃଦ୍‌ରୋଗଜନିତ ସମସ୍ୟାରୁ ରକ୍ଷା କରିବା ଏବଂ ମେଟାବଲିଜିମ୍‌କୁ ଠିକ୍‌ ରଖିବା ପାଇଁ ଦଲିଆ ସାହାଯ୍ୟ କରିଥାଏ। ଏଥିରେ ଫାଇବର୍‌ର ସ୍ତର ମଧ୍ୟ ଅଧିକ ଥାଏ। ତା’ହେଲେ ଆସନ୍ତୁ ଜାଣିବା ଦଲିଆ ଖାଇଲେ ଆଉ କ’ଣ ସବୁ ଲାଭ ମିଳିଥାଏ।

୧. ଖରାପ ଜୀବନଶୈଳୀ ଯୋଗୁ ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ଏହି ରୋଗୀଙ୍କ ପାଇଁ ଦଲିଆ ଏକ ଲାଭଦାୟକ ଖାଦ୍ୟ।

Advertisment

୨. ଦଲିଆରେ ଥିବା ଫାଇବର୍‌ ପେଟ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର କରିଥାଏ।

୩. ସକାଳ ଜଳଖିଆରେ ୫୦ ଗ୍ରାମ୍‌ ଦଲିଆ ପ୍ରତିଦିନ ଖା’ନ୍ତୁ। ଦେଖିବେ ଆପଣଙ୍କୁ ପୂରା ଦିନର ଖାଦ୍ୟରୁ ମିଳୁଥିବା କ୍ୟାଲୋରୀ ଏଥିରୁ ମିଳିବ।

୪. ଦଲିଆରେ ପୋଷକ ତତ୍ତ୍ୱ ଥିବାରୁ କମ୍‌ ଭୋକ ଲାଗିଥାଏ। ଏଥି ସହିତ ଏଥିରେ ଥିବା ଫାଇବର୍‌ ଓଜନକୁ ହ୍ରାସ କରିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe