Advertisment

ଶୋଇବା ପୂର୍ବରୁ ପିଅନ୍ତୁ ଗ୍ରୀନ୍‌ ଟି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଧିକାଂଶ ଲୋକ ଗ୍ରୀନ୍‌ ଟି ପିଇବା ପାଇଁ ପସନ୍ଦ କରିଥା’ନ୍ତି। ତେବେ ଏହାକୁ ପିଇବାର ଏକ ଉଚିତ୍‌ ସମୟ ରହିଛି। ଆପଣ ଯଦି ଗ୍ରୀନ୍‌ ଟିକୁ ପସନ୍ଦ କରୁଛନ୍ତି, ତା’ହେଲେ ଶୋଇବା ପୂର୍ବରୁ ଏହାକୁ ପିଇବା ଅଭ୍ୟାସ କରନ୍ତୁ। ଏହି ଅଭ୍ୟାସ ଆପଣଙ୍କ ଶରୀରକୁ ଅନେକ ଫାଇଦା ପହଞ୍ଚାଇବ। ତା’ହେଲେ ଆସନ୍ତୁ ଜାଣିବା ରାତିରେ ଶୋଇବା ପୂର୍ବରୁ ଗ୍ରୀନ୍ ଟି ପିଇଲେ, କେଉଁସବୁ ଲାଭ ମିଳିଥାଏ। ୧. ଗ୍ରୀନ୍‌ ଟିରେ L-theanine ନାମରେ […]

ଅଦ୍ୟତନ ହୋଇଛି
ଶୋଇବା ପୂର୍ବରୁ ପିଅନ୍ତୁ ଗ୍ରୀନ୍‌ ଟି

g1

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଧିକାଂଶ ଲୋକ ଗ୍ରୀନ୍‌ ଟି ପିଇବା ପାଇଁ ପସନ୍ଦ କରିଥା’ନ୍ତି। ତେବେ ଏହାକୁ ପିଇବାର ଏକ ଉଚିତ୍‌ ସମୟ ରହିଛି। ଆପଣ ଯଦି ଗ୍ରୀନ୍‌ ଟିକୁ ପସନ୍ଦ କରୁଛନ୍ତି, ତା’ହେଲେ ଶୋଇବା ପୂର୍ବରୁ ଏହାକୁ ପିଇବା ଅଭ୍ୟାସ କରନ୍ତୁ। ଏହି ଅଭ୍ୟାସ ଆପଣଙ୍କ ଶରୀରକୁ ଅନେକ ଫାଇଦା ପହଞ୍ଚାଇବ। ତା’ହେଲେ ଆସନ୍ତୁ ଜାଣିବା ରାତିରେ ଶୋଇବା ପୂର୍ବରୁ ଗ୍ରୀନ୍ ଟି ପିଇଲେ, କେଉଁସବୁ ଲାଭ ମିଳିଥାଏ।

Advertisment

publive-image

୧. ଗ୍ରୀନ୍‌ ଟିରେ L-theanine ନାମରେ ଏକ ଆମିନୋ ଏସିଡ୍‌ ରହିଛି, ଯାହା ଏନ୍‌ଜାଇଟିକୁ କମ୍‌ କରିଥାଏ ଓ ମସ୍ତିଷ୍କକୁ ଶାନ୍ତ ରଖିଥାଏ। ଏଥିପାଇଁ ଗ୍ରୀନ୍‌ ଟିକୁ ଶୋଇବା ପୂର୍ବରୁ ପିଇଲେ ଶୀଘ୍ର ନିଦ ହୋଇଥାଏ।

୨. ଶୋଇବାର ଏକ ଘଣ୍ଟା ପୂର୍ବରୁ ଗ୍ରୀନ୍‌ ଟି ପିଇଲେ, ତ୍ୱଚା ସୁସ୍ଥ ରଖିବା ସହିତ ଉଜ୍ଜ୍ଵଳ ହୋଇଥାଏ।

Advertisment

୩. ଗ୍ରୀନ୍‌ ଟି ଯୋଗୁ ଓଜନ ମଧ୍ୟ ହ୍ରାସ ପାଇଥାଏ।

୪. ଶୋଇକରି ଉଠିବା ପରେ ଶରୀରରେ କୋଲେଷ୍ଟ୍ରଲ ଓ ସୁଗାରର ସ୍ତର ଉଚ୍ଚା ରହିଥାଏ। ତେଣୁ ରାତିରେ ଗ୍ରୀନ୍‌ ଟି ପିଇବା ଅଭ୍ୟାସ କଲେ, କୋଲେଷ୍ଟେରୋଲ୍‌ ଓ ସୁଗାର ସ୍ତର ନିୟନ୍ତ୍ରିତ ହୋଇଥାଏ।

୫. ଭଲ ନିଦ ହେଲେ ଇମ୍ୟୁନୋ ସିଷ୍ଟମ୍‌ ମଜବୁତ୍‌ ହୋଇଥାଏ। ତେଣୁ ରାତିରେ ଗ୍ରୀନ୍‌ ଟି ପିଇବା ଭଲ। ଏହା ଚାପକୁ ଦୂର କରି ଶରୀରକୁ ରିଲାକ୍ସ ମଧ୍ୟ କରିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe