Advertisment

ଖାଲି ପେଟରେ ପିଅନ୍ତୁ ହଳଦୀ ଗୁଣ୍ଡ ଓ ଉଷୁମ ପାଣି

ଭୁବନେଶ୍ୱର : ଖାଦ୍ୟର ସ୍ୱାଦକୁ ବଢ଼ାଇବା ପାଇଁ ଭାରତୀୟ ବ୍ୟଞ୍ଜନରେ ହଳଦୀକୁ ବ୍ୟବହାର କରାଯାଇଥାଏ। ହଳଦୀ ଶରୀରରେ ଏକ ଆଣ୍ଟି ଅକ୍ସିଡାଣ୍ଟ ପରି କାର୍ଯ୍ୟ କରିଥାଏ ଏବଂ ଏଥିରେ ବ୍ୟାକ୍ଟେରିଆ ବିନାଶକାରୀ ଗୁଣ ମଧ୍ୟ ରହିଛି। ଆପଣ ଚାହିଁଲେ ଗରମ ପାଣି କିମ୍ୱା କ୍ଷୀରରେ ହଳଦୀ ଗୁଣ୍ଡ ମିଶାଇ ମଧ୍ୟ ପିଇପାରିବେ। ତେବେ ଆସନ୍ତୁ ଜାଣିବା ଗରମ ପାଣିରେ ହଳଦୀ ଗୁଣ୍ଡ ମିଶାଇ ପିଇଲେ କେଉଁସବୁ ଲାଭ ମିଳିଥାଏ। ୧. ହଳଦୀରେ ଲିପୋପୋଲିସାଚାରାଇଡ୍‌ ତତ୍ତ୍ୱ ରହିଛି। ଯାହା […]

ଖାଲି ପେଟରେ ପିଅନ୍ତୁ ହଳଦୀ ଗୁଣ୍ଡ ଓ ଉଷୁମ ପାଣି

haladi

Advertisment

ଭୁବନେଶ୍ୱର : ଖାଦ୍ୟର ସ୍ୱାଦକୁ ବଢ଼ାଇବା ପାଇଁ ଭାରତୀୟ ବ୍ୟଞ୍ଜନରେ ହଳଦୀକୁ ବ୍ୟବହାର କରାଯାଇଥାଏ। ହଳଦୀ ଶରୀରରେ ଏକ ଆଣ୍ଟି ଅକ୍ସିଡାଣ୍ଟ ପରି କାର୍ଯ୍ୟ କରିଥାଏ ଏବଂ ଏଥିରେ ବ୍ୟାକ୍ଟେରିଆ ବିନାଶକାରୀ ଗୁଣ ମଧ୍ୟ ରହିଛି। ଆପଣ ଚାହିଁଲେ ଗରମ ପାଣି କିମ୍ୱା କ୍ଷୀରରେ ହଳଦୀ ଗୁଣ୍ଡ ମିଶାଇ ମଧ୍ୟ ପିଇପାରିବେ। ତେବେ ଆସନ୍ତୁ ଜାଣିବା ଗରମ ପାଣିରେ ହଳଦୀ ଗୁଣ୍ଡ ମିଶାଇ ପିଇଲେ କେଉଁସବୁ ଲାଭ ମିଳିଥାଏ।

Advertisment

୧. ହଳଦୀରେ ଲିପୋପୋଲିସାଚାରାଇଡ୍‌ ତତ୍ତ୍ୱ ରହିଛି। ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହିତ ଥଣ୍ଡା, ଜ୍ୱରରୁ ଆପଣଙ୍କୁ ଦୂରେଇ ରଖିଥାଏ।

୨. ହଳଦୀରେ ବ୍ୟାକ୍ଟରିଆ ବିନାଶକାରୀ ଗୁଣ ରହିଥିବାରୁ ହଳଦୀ ଖାଇଲେ ଶରୀରରେ କୌଣସି ଖଣ୍ଡିଆ ହେଲେ ଶୀଘ୍ର ଶୁଖିଯାଇଥାଏ। ହଳଦୀ ପାଣି ପିଇଲେ ଶରୀର ଲାଲ୍‌ ପଡ଼ିବା ଓ ଆଣ୍ଠୁଗଣ୍ଠି ପରି ସମସ୍ୟା ଦୂର ହୋଇଥାଏ।

Advertisment

୩. କିଡ୍‌ନୀ ଷ୍ଟୋନ୍‌ ଭଲ କରିବାକୁ ଚାହୁଁଥିଲେ, ପ୍ରତିଦିନ ସକାଳେ ଖାଲି ପେଟରେ ହଳଦୀ ଓ ଗରମ ପାଣି ପିଅନ୍ତୁ। କେବଳ ଷ୍ଟୋନ୍‌ ନୁହେଁ, କ୍ୟାନସର୍‌, କୋଲେଷ୍ଟ୍ରଲ୍ ଓ କାର୍ଡିଓଭାସ୍କୁଲାର୍‌ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ହଳଦୀ ସାହାଯ୍ୟ କରିଥାଏ।

୪. ମସ୍ତିଷ୍କରେ ହେଉଥିବା ଅଲଜାଇମର୍‌ ରୋଗ ଏବଂ ବୟସ ବଢ଼ିବା ସହିତ ହେଉଥିବା ମାନସିକ ରୋଗରୁ ଉପଶମ ପାଇଁ ହଳଦୀ ଏକ ପ୍ରାକୃତିକ ଉପଚାର।

୫. ହଳଦୀ ପାଣି ଶରୀରରେ ଜମା ହେଉଥିବା ଅତିରିକ୍ତ ଫ୍ୟାଟ୍‌କୁ ଜମା ହେବାକୁ ଦେଇନଥାଏ ଏବଂ ଶରୀରର ଓଜନ କମ୍‌ ରଖିଥାଏ।

ଯଦି ଆପଣ ହଳଦୀ ପାଣିରୁ ଭରପୂର ଲାଇ ପାଇବା ପାଇଁ ଚାହୁଁଛନ୍ତି, ତେବେ ସକାଳେ ଖାଲି ପେଟରେ ଉଷୁମ ପାଣିରେ ହଳଦୀ ଗୁଣ୍ଡ ମିଶାଇ ପିଅନ୍ତୁ। ଏଥିରେ ଆପଣ ମହୁ ମିଶାଇ ମଧ୍ୟ ପିଇପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe