Advertisment

ସ୍ୱାସ୍ଥ୍ୟ ପାଇଁ ଭଲ ଅଳସୀ

ଭୁବନେଶ୍ୱର : ସ୍ୱାସ୍ଥ୍ୟ ପାଇଁ ସୁପରଫୁଡ୍‌ ହେଉଛି ଅଳସୀ। ଏହାର ମଞ୍ଜି, ତେଲ, ପାଉଡର୍‌, ଅଟା ଓ କ୍ୟାପସୁଲ୍‌କୁ ଆପଣ ଖାଇପାରିବେ। ଅଳସୀ ଖାଇଲେ କୋଲେଷ୍ଟ୍ରଲ୍, କ୍ୟାନସର, ହୃଦୟ ରୋଗ, ଡାଇବେଟିସ୍‌, କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ। ଆସନ୍ତୁ ଜାଣିବା ଦୈନନ୍ଦିନ ଡାଏଟ୍‌ରେ ଅଳସୀକୁ ସାମିଲ୍‌ କଲେ କେଉଁସବୁ ଲାଭ ମିଳିଥାଏ। ୧. ଅଳସୀରେ ମ୍ୟାଗ୍ନେସିୟମ୍‌, କାର୍ବୋହାଇଡ୍ରେଡ୍‌, ଫ୍ୟାଟ୍‌, ପ୍ରୋଟିନ୍‌, କ୍ୟାଲସିୟମ୍‌, ଫାଇବର୍‌, ଫସଫରସ୍‌, ପୋଟାସିୟମ୍‌, ଫୋଲେଟ୍‌ ଓ ଲ୍ୟୁଟିନ୍‌ ପରି ତତ୍ତ୍ୱ ରହିଛି। ୨. ଅଳସୀରେ […]

ସ୍ୱାସ୍ଥ୍ୟ ପାଇଁ ଭଲ ଅଳସୀ

alasi

Advertisment

ଭୁବନେଶ୍ୱର : ସ୍ୱାସ୍ଥ୍ୟ ପାଇଁ ସୁପରଫୁଡ୍‌ ହେଉଛି ଅଳସୀ। ଏହାର ମଞ୍ଜି, ତେଲ, ପାଉଡର୍‌, ଅଟା ଓ କ୍ୟାପସୁଲ୍‌କୁ ଆପଣ ଖାଇପାରିବେ। ଅଳସୀ ଖାଇଲେ କୋଲେଷ୍ଟ୍ରଲ୍, କ୍ୟାନସର, ହୃଦୟ ରୋଗ, ଡାଇବେଟିସ୍‌, କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ। ଆସନ୍ତୁ ଜାଣିବା ଦୈନନ୍ଦିନ ଡାଏଟ୍‌ରେ ଅଳସୀକୁ ସାମିଲ୍‌ କଲେ କେଉଁସବୁ ଲାଭ ମିଳିଥାଏ।

Advertisment

୧. ଅଳସୀରେ ମ୍ୟାଗ୍ନେସିୟମ୍‌, କାର୍ବୋହାଇଡ୍ରେଡ୍‌, ଫ୍ୟାଟ୍‌, ପ୍ରୋଟିନ୍‌, କ୍ୟାଲସିୟମ୍‌, ଫାଇବର୍‌, ଫସଫରସ୍‌, ପୋଟାସିୟମ୍‌, ଫୋଲେଟ୍‌ ଓ ଲ୍ୟୁଟିନ୍‌ ପରି ତତ୍ତ୍ୱ ରହିଛି।

publive-image

୨. ଅଳସୀରେ ଥିବା ଓମେଗା ୩ ଫ୍ୟାଟି ଏସିଡ୍‌ କ୍ୟାନସର କୋଷକୁ ବୃଦ୍ଧି କରିବାରେ ନିୟନ୍ତ୍ରଣ କରିଥାଏ। ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଟ୍ୟୁମରକୁ ମଧ୍ୟ ଭଲ କରିଥାଏ।

Advertisment

୩. ଅଳସୀ ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ କମ୍‌ କରିଥାଏ। ଏପରିକି ଅଳସୀରେ ଥିବା ଫାଇବର୍‌ ପାଚନ କ୍ରିୟାକୁ ଠିକ୍‌ ରଖିଥାଏ ଏବଂ କୋଷ୍ଠକାଠିନ୍ୟ ଭଲ କରିଥାଏ।

୪. ତ୍ୱଚାର ପିଏଚ୍‌ ସ୍ତରକୁ ସନ୍ତୁଳିତ ରଖିବା ସହିତ ଡାଇବେଟିସ୍‌, ହାର୍ଟରୋଗକୁ ଅଳସୀ ନିୟନ୍ତ୍ରଣରେ ରଖିଥାଏ।

୫. ମନେରଖନ୍ତୁ ଅଳସୀକୁ ଗ୍ରାଇଣ୍ଡିଂ କରି ଖାଆନ୍ତୁ ଏବଂ ଅଳସୀ ଖାଇବା ପରେ ପର୍ଯ୍ୟାପ୍ତ ଭାବରେ ପାଣି ପିଅନ୍ତୁ।

୬. ଯଦି ଅଳସୀ ତେଲ ଖାଇବା ପାଇଁ ବ୍ୟବହାର କରୁଛନ୍ତି, ତେବେ ଏହାକୁ ବ୍ୟବହାର କରିବା ପରେ ଫ୍ରିଜରେ ରଖନ୍ତୁ। କାରଣ ଅଳସୀ ତେଲ ଶୀଘ୍ର ଖରାପ ହୋଇଯାଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe