Advertisment

ଶୀତଦିନେ ନିହାତି ଖାଆନ୍ତୁ ଗ୍ରୀନ୍ ମଟର୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତଃ ଶୀତ ଦିନେ ଗ୍ରୀନ୍ ମଟର ହୋଇଥାଏ। ଗ୍ରୀନ୍‌ ମଟର୍‌ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। ଏହାକୁ ସବୁ ତରକାରିରେ ବ୍ୟବହାର କରି ହୁଏ। ଅନେକ ଲୋକ ଏହାକୁ କଞ୍ଚା ଖାଇବାକୁ ମଧ୍ୟ ପସନ୍ଦ କରନ୍ତି। ତେବେ ଏହା କେବଳ ପାଟିକୁ ସୁଆଦିଆ ଲାଗେ ନାହିଁ, ଏଥିରେ ଅନେକ ଭିଟାମିନ୍ ସହିତ ଔଷଧୀୟ ଗୁଣ ଭରି ରହିଥାଏ, ଯାହା ଶରୀର ପାଇଁ ବହୁତ ଭଲ। ତା’ହେଲେ ଆସନ୍ତୁ ଜାଣି ନେବା ଗ୍ରୀନ୍ […]

author-image
Puspanjali Panda
ଶୀତଦିନେ ନିହାତି ଖାଆନ୍ତୁ ଗ୍ରୀନ୍ ମଟର୍

matar

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତଃ ଶୀତ ଦିନେ ଗ୍ରୀନ୍ ମଟର ହୋଇଥାଏ। ଗ୍ରୀନ୍‌ ମଟର୍‌ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। ଏହାକୁ ସବୁ ତରକାରିରେ ବ୍ୟବହାର କରି ହୁଏ। ଅନେକ ଲୋକ ଏହାକୁ କଞ୍ଚା ଖାଇବାକୁ ମଧ୍ୟ ପସନ୍ଦ କରନ୍ତି। ତେବେ ଏହା କେବଳ ପାଟିକୁ ସୁଆଦିଆ ଲାଗେ ନାହିଁ, ଏଥିରେ ଅନେକ ଭିଟାମିନ୍ ସହିତ ଔଷଧୀୟ ଗୁଣ ଭରି ରହିଥାଏ, ଯାହା ଶରୀର ପାଇଁ ବହୁତ ଭଲ। ତା’ହେଲେ ଆସନ୍ତୁ ଜାଣି ନେବା ଗ୍ରୀନ୍ ମଟର ଖାଇଲେ କେଉଁ କେଉଁ ଲାଭ ମିଳେ।

Advertisment

୧. ଶୀତଦିନେ ଖାଦ୍ୟ ଠିକ୍‌ ଭାବେ ହଜମ ହୁଏ ନାହିଁ। ଏହି ସମସ୍ୟାକୁ ଠିକ୍‌ କରିବାରେ ମଟର ସାହାଯ୍ୟ କରିଥାଏ। ଏଥିରେ ଥିବା ଫାଇବର୍‌ ଡାଇଜେଷ୍ଟିଭ୍‌ ସିଷ୍ଟମ୍‌କୁ ଠିକ୍‌ ରଖିଥାଏ। ଫଳରେ କୋଷ୍ଠକାଠିନ୍ୟ ସମସ୍ୟା ହୋଇନଥାଏ।

୨. ମଟରରେ ଅଧିକ ପରିମାଣରେ ଫାଇବର୍‌ ଓ ପ୍ରୋଟିନ୍‌ ଥିବାରୁ ଏହା ପେଟରେ ଅଧିକ ସମୟ ପର୍ଯ୍ୟନ୍ତ ରହିଥାଏ। ଫଳରେ ପେଟ ପୂରିଲା ପୂରିଲା ଲାଗେ ଓ ଭୋକ କମ୍‌ ହୋଇଥାଏ। ଭୋକ କମ୍‌ ହେଲେ ଖାଇବା କମ୍ ହୁଏ ଓ ଏହାଦ୍ୱାରା ଓଜନ ହ୍ରାସ ପାଏ।

Advertisment

publive-image

୩. ମଟରରେ ମ୍ୟାଗ୍ନେସିୟମ୍‌, ପୋଟାସିୟମ୍‌ ଓ କ୍ୟାଲସିୟମ୍‌ ରହିଛି। ଏସବୁ ତତ୍ତ୍ୱ ହାଇ ବ୍ଲଡ୍‌ ପ୍ରେସର ଓ କୋଲେଷ୍ଟ୍ରଲ୍‌କୁ ନିୟନ୍ତ୍ରଣ କରିଥାଏ। ଫଳରେ ହାର୍ଟ ଆଟାକ୍‌ର ଆଶଙ୍କା କମ୍ ହୋଇଥାଏ।

୪. ମଟର ଡାଇବେଟିସ୍‌ ରୋଗୀଙ୍କ ପାଇଁ ମଧ୍ୟ ଭଲ।

୫. ମଟରରେ ପ୍ରଚୁର ମାତ୍ରାରେ ଆଇରନ୍‌ ରହିଛି। ଏହି ଆଇରନ୍‌ ଶରୀରରେ ଆଲର୍ଜିକୁ କମ୍‌ କରିଥାଏ ଏବଂ ଏନିମିଆ ସମସ୍ୟାକୁ ଦୂର କରିଥାଏ।

୬. ମଟରରେ ଥିବା ଭିଟାମିନ୍‌ ଓ ମିନେରାଲ୍ସ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ। ଫଳରେ ଶୀତଦିନେ ହେଉଥିବା ବିଭିନ୍ନ ରୋଗ ହେବାର ଆଶଙ୍କା କମ୍‌ ହୋଇଥାଏ।

୭. ମଟରରେ କାରୋଟେନୋଏଡ୍‌ ପିଗମେଣ୍ଟ ଲୁଟିନ୍‌ ନାମରେ ଏକ ତତ୍ତ୍ୱ ରହିଛି, ଯାହା ଆଖି ପାଇଁ ଭଲ। ଏହା ଦୃଷ୍ଟିଶକ୍ତିକୁ ଠିକ୍ ରଖେ।