Advertisment

ଓଜନ କମ୍‌ କରେ ଆମ୍ୱ

ଭୁବନେଶ୍ୱର : ଖରାଦିନେ ଆମେ ପସନ୍ଦ କରୁଥିବା ସବୁଠାରୁ ପ୍ରିୟ ଫଳ ହେଉଛି ଆମ୍ୱ। ଏଥିରେ ଫାଇବର୍‌, ଭିଟାମିନ୍‌ ସି, ଫୋଲେଟ୍‌, ଭିଟାମିନ୍‌ ଏ, ଇ, ବି ୫, ବି ୬, ପୋଟାସିୟମ୍‌, ମ୍ୟାଗ୍ନେସିୟମ୍‌ ଓ ମାଙ୍ଗାନିଜ୍‌ ପରି ପୋଷକତତ୍ତ୍ୱ ରହିଛି। ହେଲେ ଆମ୍ୱକୁ ନେଇ ସମସ୍ତଙ୍କ ମନରେ ଏକ ଭୁଲ୍‌ ଧାରଣା ରହିଛି ଯେ ଅଧିକ ଆମ୍ୱ ଖାଇଲେ ଶରୀରର ଓଜନ ବଢ଼ିଥାଏ। ସେହିପରି କିଛି ଲୋକଙ୍କର କହିବା ଅନୁସାରେ ଆମ୍ୱ ଶରୀରର ଓଜନ କମ୍‌ […]

ଓଜନ କମ୍‌ କରେ ଆମ୍ୱ

mango544

Advertisment

ଭୁବନେଶ୍ୱର : ଖରାଦିନେ ଆମେ ପସନ୍ଦ କରୁଥିବା ସବୁଠାରୁ ପ୍ରିୟ ଫଳ ହେଉଛି ଆମ୍ୱ। ଏଥିରେ ଫାଇବର୍‌, ଭିଟାମିନ୍‌ ସି, ଫୋଲେଟ୍‌, ଭିଟାମିନ୍‌ ଏ, ଇ, ବି ୫, ବି ୬, ପୋଟାସିୟମ୍‌, ମ୍ୟାଗ୍ନେସିୟମ୍‌ ଓ ମାଙ୍ଗାନିଜ୍‌ ପରି ପୋଷକତତ୍ତ୍ୱ ରହିଛି। ହେଲେ ଆମ୍ୱକୁ ନେଇ ସମସ୍ତଙ୍କ ମନରେ ଏକ ଭୁଲ୍‌ ଧାରଣା ରହିଛି ଯେ ଅଧିକ ଆମ୍ୱ ଖାଇଲେ ଶରୀରର ଓଜନ ବଢ଼ିଥାଏ। ସେହିପରି କିଛି ଲୋକଙ୍କର କହିବା ଅନୁସାରେ ଆମ୍ୱ ଶରୀରର ଓଜନ କମ୍‌ କରିଥାଏ। ତେବେ ଆସନ୍ତୁ ଜାଣିବା ଆମ୍ୱକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ କ’ଣ ରହିଛି। ଏହାକୁ ଖାଇଲେ ଶରୀରକୁ କେଉଁସବୁ ଲାଭ ମିଳିଥାଏ।

Advertisment

୧. ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ଦିନକୁ ଗୋଟିଏରୁ ଅଧିକ ଆମ୍ୱ ଖାଆନ୍ତୁ ନାହିଁ। ଏଥିରେ ଆଣ୍ଟି- ଅକ୍ସିଡାଣ୍ଟ, ଫାଇବର୍‌ ଓ ଫାଇଟୋନ୍ୟୁଟ୍ରିଏଣ୍ଟସ୍‌ ଥିବାରୁ ଡାଇବେଟିସ୍ ଓ ଓଜନ ଅଧିକ ଥିବା ବ୍ୟକ୍ତି ମଧ୍ୟ ଆମ୍ୱ ଖାଇପାରିବେ।

୨. ଏଥିରେ ୫୧ ପ୍ରତିଶତ ଗ୍ଲାଇସେମିକ୍‌ ଇଣ୍ଡେକ୍ସ ଥିବାରୁ କ୍ୟାନସର ଓ ହାର୍ଟ ରୋଗୀ ମଧ୍ୟ ଏହାକୁ ଖାଇପାରିବେ। ଆମ୍ୱରେ ଥିବା କାର୍ଡିଓପ୍ରୋଟେକ୍ଟିଭ୍‌ ଗୁଣ ହାର୍ଟ ଆଟାକ୍‌ରୁ ଆପଣଙ୍କୁ ରକ୍ଷା କରିଥାଏ।

Advertisment

୩. ଆମ୍ୱରେ ଥିବା ଜିକ୍ସାନ୍ଥିନ୍‌ ଓ କେରୋଟିନ୍‌ ଦୁଇ ଯୌଗିକ ତତ୍ତ୍ୱ ଆଖି, ତ୍ୱଚା ଓ କେଶକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

୪. ଏଥିରେ ଥିବା ଭିଟାମିନ୍‌ ବି ଶରୀରରେ ଲାଲ୍‌ ରକ୍ତ କଣିକାର ଉତ୍ପାଦନ ବୃଦ୍ଧି କରିଥାଏ।

୫. ଆମ୍ୱରେ ଥିବା ଫେନୋଲିକ କମ୍ପାଉଣ୍ଡ ଲିଭର ସୁସ୍ଥ ରଖିବା ସହିତ ଶରୀରରେ ଓଜନ ହ୍ରାସ କରିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe