Advertisment

କ୍ଷତିକାରକ ନୁହେଁ ଉପବାସ, ଜାଣନ୍ତୁ କ’ଣ ମିଳିଥାଏ ଲାଭ

ପର୍ବ ପର୍ବାଣୀରେ ଉପବାସ କରାଯାଇଥାଏ। କେହି କେହି  କାଷ୍ଠା (ବିନା କିଛି ଖାଇ) ଉପବାସ କରିଥାନ୍ତି ତ ଆଉ କେହି ରୀତିନୀତି ଅନୁଯାୟୀ ଖାଦ୍ୟ ଖାଇ ଉପବାସ କରନ୍ତି। ବହୁତ ଲୋକଙ୍କ ଧାରଣା ରହିଛି ଉପବାସ କଲେ ଦେହ ଖରାପ ହୋଇଥାଏ। ଏଥିପାଇଁ ଘରେ ସାନମାନଙ୍କୁ ଉପବାସ କରିବାକୁ ବାରଣ କରାଯାଥାଏ। ହେଲେ ଉପବାସ ଦ୍ୱାରା ଶରୀର ଉପରେ କୌଣସି ଖରାପ ପ୍ରଭାବ ପଡ଼ି ନଥାଏ। ଏହା ଆମେ ନୁହେଁ ଡାକ୍ତରମାନେ ମଧ୍ୟ ମତ ଦିଅନ୍ତି। ତେବେ […]

କ୍ଷତିକାରକ ନୁହେଁ ଉପବାସ, ଜାଣନ୍ତୁ କ’ଣ ମିଳିଥାଏ ଲାଭ
Advertisment

ପର୍ବ ପର୍ବାଣୀରେ ଉପବାସ କରାଯାଇଥାଏ। କେହି କେହି  କାଷ୍ଠା (ବିନା କିଛି ଖାଇ) ଉପବାସ କରିଥାନ୍ତି ତ ଆଉ କେହି ରୀତିନୀତି ଅନୁଯାୟୀ ଖାଦ୍ୟ ଖାଇ ଉପବାସ କରନ୍ତି। ବହୁତ ଲୋକଙ୍କ ଧାରଣା ରହିଛି ଉପବାସ କଲେ ଦେହ ଖରାପ ହୋଇଥାଏ। ଏଥିପାଇଁ ଘରେ ସାନମାନଙ୍କୁ ଉପବାସ କରିବାକୁ ବାରଣ କରାଯାଥାଏ। ହେଲେ ଉପବାସ ଦ୍ୱାରା ଶରୀର ଉପରେ କୌଣସି ଖରାପ ପ୍ରଭାବ ପଡ଼ି ନଥାଏ। ଏହା ଆମେ ନୁହେଁ ଡାକ୍ତରମାନେ ମଧ୍ୟ ମତ ଦିଅନ୍ତି। ତେବେ ଦୀର୍ଘଦିନ ଉପବାସ ଶରୀର ପାଇଁ କ୍ଷତିକାରକ। ବିଜ୍ଞାନ ମତରେ ସପ୍ତାହକୁ ଗୋଟିଏ ଦିନ ଉପବାସ ରହିବା ସ୍ୱାସ୍ଥ୍ୟ ପ୍ରତି ହିତକର। ତେବେ ଆସନ୍ତୁ ଜାଣିବା ଉପବାସ କରିବା ବେଳେ କେଉଁ ଉପାୟ ଆପଣାଇଲେ ଫାଇଦା ମିଳିଥାଏ।

Advertisment

୧. ଉପବାସ ସମୟରେ ନଡିଆ ପାଣି ଓ ହରବାଲ ଚା’ ପିଅନ୍ତୁ। ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଦେଇଥାଏ। ଏହାସହ ଏହି ତରଳ ପଦାର୍ଥ ଇଲେକ୍ଟ୍ରୋଲାଇଟ୍‌ ସନ୍ତୁଳନ ରକ୍ଷା କରିବାରେ ସହାୟକ ହୋଇଥାଏ।

୨. ଉପବାସର ଅନ୍ୟ ଏକ ଲାଭ ହେଉଛି, ଏହା ମାନସିକ ସ୍ତରରେ ଶାନ୍ତି ଦେଇଥାଏ। ଉପବାସ ଦ୍ୱାରା ମନ ସ୍ଥିର ହୋଇଥାଏ। ଏହାସହ ପ୍ରତିଦିନ ଭଳି ଅନାବଶ୍ୟକ ଖାଇବାରୁ ମୁକ୍ତି ମିଳିଥାଏ।

Advertisment

୩. ଫଳ, ଲସି, ଲେମ୍ବୁ ପାଣି ଆଦିକୁ ଉପବାସ ସମୟରେ ନେବା ଦ୍ୱାରା ପାଚନ ତନ୍ତ୍ରକୁ ଅଧିକ କାର୍ଯ୍ୟ କରିବାକୁ ପଡି ନଥାଏ। ଏହାଦ୍ୱାରା କୋଷ୍ଠକାଠିନ ଓ ନିର୍ଜଳା ସମସ୍ୟାରୁ ମୁକ୍ତି ମିଳିଥାଏ।

୪. ଉପବାସ ଯୋଗୁଁ ଲେପଟିନ ହରମନ ଅଧିକ ଆକ୍ଟିଭ ରହିଥାଏ। ଏହାଦ୍ୱାରା ଶରୀରରେ ଥାଇରଏଡ ହରମୋନ୍‌ ବୃଦ୍ଧି ହୋଇଥାଏ।

୫. ଉପବାସ ଦ୍ୱାରା ଶରୀରରେ ଇନ୍‌ସୁଲିନ୍‌ କମ ବ୍ୟବହାର ହୋଇଥାଏ। କିଛି ନ ଖାଇବା ଦ୍ୱାରା ଶରୀରରେ ସୁଗାରର ପରିମାଣ କମ ରହିଥାଏ। ଫଳରେ ଇନ୍‌ସୁଲିନ୍‌ ବ୍ୟବହାର କମ ହୋଇଥାଏ।

୬. ଉପବାସ ଯୋଗୁଁ ବ୍ଲଡ ଟ୍ରାଇଗ୍ଲିସରାଇଡସ୍ କମିଥାଏ। ଫ୍ୟାଟ ରକ୍ତକଣିକା ଯୋଗୁଁ ଧମନି ବିକଶିତ ହେବାରେ ସମସ୍ୟା ହୋଇଥାଏ। ଉପବାସ ଦ୍ୱାରା ଏପରି ହେବାର ଆଶଙ୍କା କମି ଯାଇଥାଏ।

୭. ଉପବାସ ରୋଗ ପ୍ରତିରୋଧକ ଶକ୍ତି ସନ୍ତୁଳନରେ ସହାୟକ ହୋଇଥାଏ। ଉପବାସ ଯୋଗୁଁ ପୁରୁଣା ରୋଗ ପ୍ରତିରୋଧକ କୋଶିକା ବାହାରି ଯିବା ସହ ନୂଆ କୋଶିକା ସୃଷ୍ଟି ହୋଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe