Advertisment

ଶରୀର ପାଇଁ ଉପକାରୀ ‘ବୁଲେଟ୍‌ କଫି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବ୍ୟସ୍ତବହୁଳ ଜୀବନରୁ ଫୁର୍‌ସତ୍ ମିଳିଲେ ସମସ୍ତେ କଫି ପିଇବା ପାଇଁ ପସନ୍ଦ କରିଥା’ନ୍ତି। କଫି ଶରୀର ପାଇଁ ଉପକାରୀ, କିନ୍ତୁ ଏହାକୁ ଅଧିକ ପିଇଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଉପୁଜିଥାଏ। ତେବେ ଏହି ଅଭ୍ୟାସକୁ ବଦଳାଇବା ଏତେ ସହଜ ନୁହେଁ। ଯଦି ଆପଣ କଫି ପିଇବା ପାଇଁ ପସନ୍ଦ କରୁଛନ୍ତି, ତା’ହେଲେ ଆପଣ ଚାହିଁଲେ ଏହାକୁ ସ୍ୱାସ୍ଥ୍ୟ ଉପକାରୀ ମଧ୍ୟ କରିପାରିବେ। ବର୍ତ୍ତମାନ କଫିକୁ ନେଇ ଏକ ଟ୍ରେଣ୍ଡ ବାହାରିଛି, ଯାହାର ନାମ […]

ଅଦ୍ୟତନ ହୋଇଛି
ଶରୀର ପାଇଁ ଉପକାରୀ ‘ବୁଲେଟ୍‌ କଫି’

c1

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବ୍ୟସ୍ତବହୁଳ ଜୀବନରୁ ଫୁର୍‌ସତ୍ ମିଳିଲେ ସମସ୍ତେ କଫି ପିଇବା ପାଇଁ ପସନ୍ଦ କରିଥା’ନ୍ତି। କଫି ଶରୀର ପାଇଁ ଉପକାରୀ, କିନ୍ତୁ ଏହାକୁ ଅଧିକ ପିଇଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଉପୁଜିଥାଏ। ତେବେ ଏହି ଅଭ୍ୟାସକୁ ବଦଳାଇବା ଏତେ ସହଜ ନୁହେଁ। ଯଦି ଆପଣ କଫି ପିଇବା ପାଇଁ ପସନ୍ଦ କରୁଛନ୍ତି, ତା’ହେଲେ ଆପଣ ଚାହିଁଲେ ଏହାକୁ ସ୍ୱାସ୍ଥ୍ୟ ଉପକାରୀ ମଧ୍ୟ କରିପାରିବେ।

Advertisment

ବର୍ତ୍ତମାନ କଫିକୁ ନେଇ ଏକ ଟ୍ରେଣ୍ଡ ବାହାରିଛି, ଯାହାର ନାମ ‘ବୁଲେଟ୍‌ କଫି’ ବା ‘ବଟର୍‌ କଫି’। ଏହି କଫି ପ୍ରସ୍ତୁତ କରିବା ପାଇଁ ଏଥିରେ ଗୋଟିଏ ଚାମଚ ଘିଅ ମିଶା ଯାଇଥାଏ। ଅଧିକାଂଶ ସେଲେବ୍ରିଟି ଡାଏଟ୍‌ କଣ୍ଟ୍ରୋଲ କରିବା ପାଇଁ ଏହି କଫିକୁ ବ୍ୟବହାର କରୁଛନ୍ତି। ଆସନ୍ତୁ ଜାଣିବା ‘ବୁଲେଟ୍‌ କଫି’ ବା କଫିରେ ଘିଅ ମିଶାଇ ପିଇଲେ କେଉଁସବୁ ଲାଭ ମିଳିଥାଏ।

publive-image

୧. କିଛି ଲୋକଙ୍କ ପାଚନ କ୍ରିୟାକୁ କଫି ଖରାପ କରିଥାଏ। ଖାଲି ପେଟରେ କଫି ପିଇଲେ ପେଟରେ ଥିବା ଏନ୍‌ଜାଇମ୍‌ ବିଶୃଙ୍ଖଳିତ ହୋଇଯାଉଥିବାରୁ ଏଭଳି ସ୍ଥିତି ଉପୁଜି ଥାଏ। କିନ୍ତୁ ଏହି ସମସ୍ୟା ଥିବା ବ୍ୟକ୍ତି କଫିରେ ଘିଅ ମିଶାଇ ପିଇଲେ କୌଣସି ଅସୁବିଧା ହୋଇ ନଥାଏ। ଘିଅ ଏସିଡିଟିକୁ କମ୍‌ କରିଥାଏ। ଏଥିରେ ଥିବା ବ୍ୟୁଟିରିକ୍ ଏସିଡ୍ ଓ ଓମେଗା-୩ ଫ୍ୟାଟି ଏସିଡ୍‌ ଖାଦ୍ୟନଳୀ ଓ ମେଟାବୋଲିଜିମ୍‌ ପାଇଁ ବହୁତ ଭଲ।

Advertisment

୨. ଓଜନ କମ୍‌ କରିବା ପାଇଁ ଫ୍ୟାଟ୍‌ଜାତୀୟ ଖାଦ୍ୟକୁ ସମ୍ପୂର୍ଣ୍ଣ ଛାଡ଼ିବା ଉଚିତ୍‌ ନୁହେଁ। ତେଣୁ ସ୍ମାର୍ଟ ଉପାୟରେ ଫ୍ୟାଟ୍ ଗ୍ରହଣ କରିପାରିବେ, ଯେମିତିକି ଏହା ଓଜନ ବଢ଼ାଇବ ନାହିଁ। ତେଣୁ କଫିରେ ଘିଅ ମିଶାଇ ପିଅନ୍ତୁ। ଘିଅରେ ଫ୍ୟାଟ୍‌ ରହିଥିବାରୁ କମ୍ ଭୋକ ହୋଇଥାଏ। ତେଣୁ ଖାଇବାକୁ ଇଚ୍ଛା ହୁଏ ନାହିଁ। ଏହାଦ୍ୱାରା ଆପଣଙ୍କ ଓଜନ କମ୍‌ ହୋଇଥାଏ।

୩. ଯଦି ସକାଳେ ଆପଣ କେବଳ କଫି ପିଉଛନ୍ତି, ତେବେ ମନେ ରଖନ୍ତୁ ଆପଣ କେବଳ କ୍ୟାଲୋରୀ ହିଁ ନେଉଛନ୍ତି। ଏଥିପାଇଁ କଫିରେ ଘିଅ ମିଶାଇ ପିଅନ୍ତୁ। ଏହା ଆପଣଙ୍କ ପାଚନ କ୍ରିୟା ପାଇଁ ଭଲ ଏବଂ ଏହାଦ୍ୱାରା ଆପଣଙ୍କ ଶରୀରକୁ ଶକ୍ତି ମଧ୍ୟ ମିଳିଥାଏ।

୪. ଘିଅରେ ଥିବା ଫ୍ୟାଟ୍‌ ମସ୍ତିଷ୍କ ପାଇଁ ଭାରି ଭଲ। କଫିରେ ଘିଅ ମିଶାଇ ପିଇଲେ ମୁଡ୍‌ ଠିକ୍‌ ରଖୁଥିବା ହରମୋନ୍‌ ରିଲିଜ୍‌ ହୋଇଥାଏ। ଫଳରେ ମନ ବି ଶାନ୍ତ ରହେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe