Advertisment

ତ୍ୱଚା ପାଇଁ କେତେ ଉପକାରୀ ମସୁର ଡାଲି

ସୁନ୍ଦର ଦେଖାଯିବା ପାଇଁ କିଏ ବା ନ ଚାହେଁ। ସମସ୍ତେ ସୁନ୍ଦର ଦେଖାଯିବା ପାଇଁ ଅନେକ ଉପାୟ ଆପଣାଇଥାନ୍ତି। ତ୍ୱଚାର ଚମକ ବଢ଼ାଇବା ପାଇଁ କିଏ କସମେଟିକର ସହାୟତା ନିଅନ୍ତି ତ ଆଉ କିଏ ଘରୋଇ ଉପଚାରର। ଏଭଳି ଏକ ଘରୋଇ ଉପଚାର ହେଉଛି ମସୁର ଡାଲି।  ମସୁର ଡାଲିକୁ ମୁହଁରେ ଲଗାଇବା ଦ୍ୱାରା ତ୍ୱଚାର ଉଜ୍ଜଳତା ବଢ଼ିବା ସହ ସୁନ୍ଦରତା ଦ୍ୱିଗୁଣ ହୋଇଯିବ। ଏଥିସହ ତ୍ୱଚା ନରମ ମଧ୍ୟ କରିଥାଏ। ତେବେ ଆସନ୍ତୁ ଜାଣିବା ଏହାକୁ […]

ଅଦ୍ୟତନ ହୋଇଛି
ତ୍ୱଚା ପାଇଁ କେତେ ଉପକାରୀ ମସୁର ଡାଲି

masoor-dal

Advertisment

ସୁନ୍ଦର ଦେଖାଯିବା ପାଇଁ କିଏ ବା ନ ଚାହେଁ। ସମସ୍ତେ ସୁନ୍ଦର ଦେଖାଯିବା ପାଇଁ ଅନେକ ଉପାୟ ଆପଣାଇଥାନ୍ତି। ତ୍ୱଚାର ଚମକ ବଢ଼ାଇବା ପାଇଁ କିଏ କସମେଟିକର ସହାୟତା ନିଅନ୍ତି ତ ଆଉ କିଏ ଘରୋଇ ଉପଚାରର। ଏଭଳି ଏକ ଘରୋଇ ଉପଚାର ହେଉଛି ମସୁର ଡାଲି।  ମସୁର ଡାଲିକୁ ମୁହଁରେ ଲଗାଇବା ଦ୍ୱାରା ତ୍ୱଚାର ଉଜ୍ଜଳତା ବଢ଼ିବା ସହ ସୁନ୍ଦରତା ଦ୍ୱିଗୁଣ ହୋଇଯିବ। ଏଥିସହ ତ୍ୱଚା ନରମ ମଧ୍ୟ କରିଥାଏ। ତେବେ ଆସନ୍ତୁ ଜାଣିବା ଏହାକୁ କିଭଳି ବ୍ୟବହାର କରିବେ..publive-image

Advertisment
  • ମସୁର ଡାଲିକୁ ବାଟି ଏଥିରେ ମହୁ ଏବଂ ଘିଅ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଏହି ମିଶ୍ରଣକୁ ୧୫ରୁ ୨୦ ମିନିଟ ଯାଏଁ ମୁହଁରେ ଲଗାନ୍ତୁ। ପରେ ଧୀରେ ଧୀରେ ମସାଜ କରନ୍ତୁ। ଏହାପରେ ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ । ଆପଣ ଚାହିଁଲେ ଏଥିରେ କ୍ଷୀର ମିଶାଇ ମଧ୍ୟ ଲଗାଇ ପାରିବ। ସପ୍ତାହରେ ୨ ଥର ଏହି ଫେସ ପ୍ୟାକକୁ ଲଗାଇଲେ ରିଙ୍କଲ୍ସ ଦୂର ହେବା ସହ ମୁହଁର ଉଜ୍ଜଳତା ବଢ଼ିଥାଏ।
  • ଏକ ଚାମଚ ମସୁର ଡାଲି ଗୁଣ୍ଡରେ ଦୁଇ ଚାମଚ କ୍ଷୀର ମିଶାଇ ଏକ ମିଶ୍ରଣ ତିଆରି କରନ୍ତୁ। ଯଦି ଆପଣଙ୍କ ବ୍ରଣ ସମସ୍ୟା ଥାଏ ତେବେ ଏଥିରେ ଏକ ଚୁଟକି ହଳଦୀ ମିଶାଇ ପାରିବ। ଏହି ମିଶ୍ରଣକୁ ମୁହଁରେ ୧୦ରୁ ୧୫ ମିନିଟ ଯାଏ ଲଗାଇ ରଖନ୍ତୁ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।
  • ଯଦି ମୁହଁରେ କିଛି  କଳା ଦାଗ ଥାଏ ତେବେ ଏହାକୁ ଦୂର କରିବା ପାଇଁ  ମସୁର ଡାଲିକୁ ବାଟି ସେଥିରେ ଦେଶୀ ଘିଅ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଏଥିରେ ଆପଣ ଚାହିଁଲେ ମହୁ ମଧ୍ୟ ମିଶାଇ ପାରିବ। ଏହି ମଶ୍ରଣକୁ ମୁହଁ, ବେକ, ହାତ ଏବଂ ଗୋଡରେ ଥିବା କଳା ଦାଗ ଦୂର କରିବା ପାଇଁ ବ୍ୟବହାର କରିପାରିବେ। ଏହି ପେଷ୍ଟକୁ ନିୟମିତ ବ୍ୟବହାର କଲେ ତ୍ୱଚାରେ ଥିବା ଦାଗ ଦୂର ହେବା ସହ ମୁହଁର ସୁନ୍ଦରତା ଧୀରେ ଧୀରେ ବଢ଼ିବ।
  • ମସୁର ଡାଲିରେ ପ୍ରଚୁର ମାତ୍ରାରେ ପ୍ରୋଟିନ ରହିଛି। ଏହାକୁ ଫେସ ପ୍ୟାକ ଭଳି ବ୍ୟବହାର କଲେ ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ । ତ୍ୱଚା ନରମ ହେବା ସହ ଚିକ୍କଣ ମଧ୍ୟ ହୋଇଥାଏ।
Lifestyle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe