Advertisment

ଆଲର୍ଜି ଦୂର କରେ ସୋରିଷ ତେଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖାଦ୍ୟକୁ ସ୍ୱାଦିଷ୍ଟ କରିଥାଏ ସୋରିଷ ତେଲ। କେହି କେହି କିଛି ପ୍ରକାରର ବ୍ୟଞ୍ଜନ କେବଳ ସୋରିଷ ତେଲରେ ହିଁ ତିଆରି କରିବାକୁ ପସନ୍ଦ କରିଥା’ନ୍ତି। ତା’ସହିତ ଥଣ୍ଡା ହେଲେ ଏଥିରୁ ମୁକ୍ତି ପାଇବା ପାଇଁ ମଧ୍ୟ ସୋରିଷ ତେଲର ବ୍ୟବହାର କରାଯାଏ। ସୋରିଷ ତେଲରେ ରସୁଣକୁ ଫୁଟାଇ ପାଦରେ ମାରିଲେ ଥଣ୍ଡା ଜନିତ ଯନ୍ତ୍ରଣାରୁ ଆରାମ ମିଳେ। ସେହିପରି ଶୀତ ଋତୁରେ କେହି କେହି ଦେହରେ ନଡ଼ିଆ ଓ ରାଶି ତେଲ ବଦଳରେ […]

ଆଲର୍ଜି ଦୂର କରେ ସୋରିଷ ତେଲ

mustard

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖାଦ୍ୟକୁ ସ୍ୱାଦିଷ୍ଟ କରିଥାଏ ସୋରିଷ ତେଲ। କେହି କେହି କିଛି ପ୍ରକାରର ବ୍ୟଞ୍ଜନ କେବଳ ସୋରିଷ ତେଲରେ ହିଁ ତିଆରି କରିବାକୁ ପସନ୍ଦ କରିଥା’ନ୍ତି। ତା’ସହିତ ଥଣ୍ଡା ହେଲେ ଏଥିରୁ ମୁକ୍ତି ପାଇବା ପାଇଁ ମଧ୍ୟ ସୋରିଷ ତେଲର ବ୍ୟବହାର କରାଯାଏ। ସୋରିଷ ତେଲରେ ରସୁଣକୁ ଫୁଟାଇ ପାଦରେ ମାରିଲେ ଥଣ୍ଡା ଜନିତ ଯନ୍ତ୍ରଣାରୁ ଆରାମ ମିଳେ। ସେହିପରି ଶୀତ ଋତୁରେ କେହି କେହି ଦେହରେ ନଡ଼ିଆ ଓ ରାଶି ତେଲ ବଦଳରେ ସୋରିଷ ତେଲ ଲଗାଇବାକୁ ପସନ୍ଦ କରନ୍ତି। କିନ୍ତୁ ଅଧିକାଂଶ ଲୋକ ଏହାକୁ ତ୍ୱଚାରେ ମାରିବାକୁ ପସନ୍ଦ କରନ୍ତି ନାହିଁ। ତେବେ ତ୍ୱଚାରେ ସୋରିଷ ତେଲ ଲଗାଇଲେ ଅନେକ ଫାଇଦା ମିଳିଥାଏ। ତା’ହେଲେ ଆସନ୍ତୁ ଜାଣିବା ତ୍ୱଚାରେ ସୋରିଷ ତେଲ ଲଗାଇଲେ କେଉଁ ସବୁ ଲାଭ ମିଳେ।

Advertisment

୧. ଶୀତ ଦିନେ ଏହାକୁ ଲାଗାଇଲେ ତ୍ୱଚାର ଶୁଖିଲାପଣ ଦୂର ହୋଇଥାଏ।

୨. ସୋରିଷ ତେଲ ଶରୀରରେ ଆଣ୍ଟି-ଅକ୍ସିଡାଣ୍ଟ ପରି କାମ କରିଥାଏ। ପ୍ରତିଦିନ ଶରୀରରେ ସୋରିଷ ତେଲ ମାଲିସ କଲେ ଫଙ୍ଗଲ୍‌ ଇନ୍‌ଫେକସନ୍‌, ଜଳାପୋଡ଼ା, କୁଣ୍ଡାଇ ହେବା ଓ ଆଲର୍ଜି ଆଦି ଦୂର ହୋଇଥାଏ।

୩. ବେସନ ଓ ହଳଦୀ ସହିତ ସୋରିଷ ତେଲ ମିଶାଇ ମୁହଁରେ ଲଗାଇଲେ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ।

Advertisment

୪. ଶୀତଦିନେ ଗୋଇଠି ଫାଟିବା ଭଳି ସମସ୍ୟା ଦେଖା ଦେଇଥାଏ। ଯଦି ଆପଣ ପ୍ରତିଦିନ ଗୋଇଠିରେ ସୋରିଷ ତେଲ ମାଲିସ୍ କରିବେ, ତା’ହେଲେ ଏହି ସମସ୍ୟା ଦେଖାଯିବ ନାହିଁ।

୫. ଦେହରେ ସୋରିଷ ତେଲ ମାଲିସ୍ କଲେ ଥକାପଣ ଦୂର ହୋଇଥାଏ ଓ ମାଂସପେଶୀକୁ ଆରାମ ମିଳିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe