Advertisment

ପାଚନ ଶକ୍ତି ବୃଦ୍ଧି କରେ କଞ୍ଚା କଦଳୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଦଳୀ କଞ୍ଚା ହେଉ କିମ୍ୱା ପାଚିଲା, ଦୁଇଟି ଯାକ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। ତେବେ ପାଚିଲା ଅପେକ୍ଷା କଞ୍ଚା କଦଳୀ ଅଧିକ ଔଷଧୀୟ ଗୁଣରେ ଭରପୂର। ତା’ହେଲେ ଆସନ୍ତୁ ଜାଣିବା କଞ୍ଚା କଦଳୀ ଖାଇଲେ କେଉଁସବୁ ଲାଭ ମିଳିଥାଏ। ୧. କଞ୍ଚା କଦଳୀରେ ଭିଟାମିନ୍‌ ସି, ମ୍ୟାଗ୍ନେସିୟମ୍‌, ଭିଟାମିନ୍‌-ବି୬, ପୋଟାସିୟମ୍, ଫାଇବର୍‌ ଓ ଫୋଲେଟ୍‌ ପରି ପୋଷକତତ୍ତ୍ୱ ରହିଛି। ଏହିସବୁ ତତ୍ତ୍ୱ ଶରୀର ଶକ୍ତି ବଢ଼ାଇଥାଏ। ୨. ପେଟସହିତ ଜଡ଼ିତ ଥିବା […]

ଅଦ୍ୟତନ ହୋଇଛି
ପାଚନ ଶକ୍ତି ବୃଦ୍ଧି କରେ କଞ୍ଚା କଦଳୀ

banana

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଦଳୀ କଞ୍ଚା ହେଉ କିମ୍ୱା ପାଚିଲା, ଦୁଇଟି ଯାକ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। ତେବେ ପାଚିଲା ଅପେକ୍ଷା କଞ୍ଚା କଦଳୀ ଅଧିକ ଔଷଧୀୟ ଗୁଣରେ ଭରପୂର। ତା’ହେଲେ ଆସନ୍ତୁ ଜାଣିବା କଞ୍ଚା କଦଳୀ ଖାଇଲେ କେଉଁସବୁ ଲାଭ ମିଳିଥାଏ।

Advertisment

୧. କଞ୍ଚା କଦଳୀରେ ଭିଟାମିନ୍‌ ସି, ମ୍ୟାଗ୍ନେସିୟମ୍‌, ଭିଟାମିନ୍‌-ବି୬, ପୋଟାସିୟମ୍, ଫାଇବର୍‌ ଓ ଫୋଲେଟ୍‌ ପରି ପୋଷକତତ୍ତ୍ୱ ରହିଛି। ଏହିସବୁ ତତ୍ତ୍ୱ ଶରୀର ଶକ୍ତି ବଢ଼ାଇଥାଏ।

୨. ପେଟସହିତ ଜଡ଼ିତ ଥିବା ସମସ୍ୟା ପାଇଁ କଞ୍ଚା କଦଳୀ ଭଲ। ଏଥିରେ ଥିବା ଫାଇବର୍‌ ପେଟକୁ ସଫା କରିଥାଏ।

Advertisment

୩. କଞ୍ଚା କଦଳୀରେ ଟ୍ରିପ୍ଟୋଫ୍ୟାନ୍‌ ନାମକ ଏକ ତତ୍ତ୍ୱ ରହିଛି, ଯାହା ଶରୀରକୁ ଯିବା ପରେ ସେରୋଟେନିନ୍‌ ହରମୋନ୍‌ରେ ପରିବର୍ତ୍ତିତ ହୋଇଥାଏ। ଏହି ସେରୋଟେନିନ୍‌ ହରମୋନ୍‌ ମସ୍ତିଷ୍କକୁ ଡିପ୍ରେସନ୍‌ ଓ ମାନସିକ ରୋଗଠାରୁ ଦୂରେଇ ରଖିଥାଏ।

୪. କଞ୍ଚା କଦଳୀର ତରକାରି ସପ୍ତାହକୁ ଦୁଇରୁ ତିନିଥର ଖାଇଲେ, ପେଟ ସମସ୍ୟା ଦୂର ହେବା ସହ ପାଚନ ଶକ୍ତି ବୃଦ୍ଧି ହୋଇଥାଏ।

୫. କଞ୍ଚା କଦଳୀ ତରକାରି ଡାଇରିଆ ପରି ସମସ୍ୟାରୁ ତୁରନ୍ତ ଆରାମ ଦେଇଥାଏ। କାରଣ ଏଥିରେ ଥିବା ଫାଇବର୍‌ ଓ ଜଳୀୟଅଂଶ ଖାଦ୍ୟକୁ ଶୀଘ୍ର ହଜମ କରିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe