ମୁହଁର ସୌନ୍ଦର୍ଯ୍ୟ ବଢ଼ାଏ କଞ୍ଚାକ୍ଷୀର

ଭୁବନେଶ୍ୱର : କଞ୍ଚାକ୍ଷୀର ଶରୀର ପାଇଁ ଭଲ ବୋଲି ଆମେ ପିଲାବେଳୁ ଶୁଣି ଆସିଛେ। ଏଥିରେ ଭିଟାମନ୍‌ ଏ, କ୍ୟାଲସିୟମ୍‌, ଆଇରନ୍‌, ପ୍ରୋଟିନ୍‌, ଫ୍ୟାଟ୍‌, କୋଲେଷ୍ଟ୍ରଲ୍‌ ପରି ପୋଷକତତ୍ତ୍ୱ ରହିଛି। କେବଳ ଶରୀର ନୁହେଁ, ତ୍ୱଚାକୁ ସୁସ୍ଥ ରଖିବା ପାଇଁ କଞ୍ଚାକ୍ଷୀର ସାହାଯ୍ୟ କରିଥାଏ। ତେବେ କେବଳ କଞ୍ଚାକ୍ଷୀରକୁ ପିଇଲେ ପିଇଲେ ସ୍ୱାସ୍ଥ୍ୟ ଉପକାରୀ ଲାଭ ମିଳିନଥାଏ। ଏହାକୁ ମୁହଁରେ ଲଗାଇଲେ ମଧ୍ୟ ତ୍ୱଚା ଉଜ୍ଜ୍ୱଳ ହେବା ସହିତ କୋମଳ ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା ତ୍ୱଚାର […]

milk

Puspanjali Panda
  • Published: Friday, 13 March 2020
  • , Updated: 13 March 2020, 04:14 PM IST

ଭୁବନେଶ୍ୱର : କଞ୍ଚାକ୍ଷୀର ଶରୀର ପାଇଁ ଭଲ ବୋଲି ଆମେ ପିଲାବେଳୁ ଶୁଣି ଆସିଛେ। ଏଥିରେ ଭିଟାମନ୍‌ ଏ, କ୍ୟାଲସିୟମ୍‌, ଆଇରନ୍‌, ପ୍ରୋଟିନ୍‌, ଫ୍ୟାଟ୍‌, କୋଲେଷ୍ଟ୍ରଲ୍‌ ପରି ପୋଷକତତ୍ତ୍ୱ ରହିଛି।

କେବଳ ଶରୀର ନୁହେଁ, ତ୍ୱଚାକୁ ସୁସ୍ଥ ରଖିବା ପାଇଁ କଞ୍ଚାକ୍ଷୀର ସାହାଯ୍ୟ କରିଥାଏ। ତେବେ କେବଳ କଞ୍ଚାକ୍ଷୀରକୁ ପିଇଲେ ପିଇଲେ ସ୍ୱାସ୍ଥ୍ୟ ଉପକାରୀ ଲାଭ ମିଳିନଥାଏ। ଏହାକୁ ମୁହଁରେ ଲଗାଇଲେ ମଧ୍ୟ ତ୍ୱଚା ଉଜ୍ଜ୍ୱଳ ହେବା ସହିତ କୋମଳ ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା ତ୍ୱଚାର ସୌନ୍ଦର୍ଯ୍ୟ ପାଇଁ କଞ୍ଚାକ୍ଷୀରକୁ କିପରି ବ୍ୟବହାର କରାଯାଇପାରିବ।

୧. ଅମୃତଭଣ୍ଡା ଓ କଞ୍ଚାକ୍ଷୀରର ମିଶ୍ରଣକୁ ତ୍ୱଚାରେ ଲଗାଇଲେ ତ୍ୱଚାରେ ନାଚୁରାଲ୍‌ ଗ୍ଲୋ ଆସିଥାଏ। ଅମୃତଭଣ୍ଡାରେ ଏକ ଏନଜାଇମ୍‌ ରହିଛି, ଯାହା ଡେଡ୍‌ ସେଲ୍‌କୁ ତ୍ୱଚାରୁ ବାହାର କରି ବ୍ରଣ ଓ ଦାଗ ସମସ୍ୟା ଦୂର କରିଥାଏ।

୨. ବୟସ ବଢ଼ିଲେ ତ୍ୱଚାରେ କୁଞ୍ଚନ ଆସିଥାଏ। ଏଥିପାଇଁ ଅମୃତଭଣ୍ଡାରେ କଞ୍ଚାକ୍ଷୀର ମିଶାଇ ମୁହଁରେ ଲଗାନ୍ତୁ। କିଛି ସମୟ ରଖିବା ପରେ ମୁହଁକୁ ପାଣିରେ ଧୋଇ ଦିଅନ୍ତୁ। ଦେଖିବେ ମୁହଁରେ ଉଜ୍ଜ୍ୱଳ ଆସିବ।

୩. ଧୂଳି ଓ ଧୂଆଁ ଯୋଗୁ ତ୍ୱଚା ମଳିନ ଲାଗିଥାଏ। ଏଥିପାଇଁ କଞ୍ଚାକ୍ଷୀରରେ ମହୁ ମିଶାଇ ମୁହଁରେ ଲଗାନ୍ତୁ। ମହୁ ତ୍ୱଚାରେ ଥିବା ଟାନ୍‌କୁ ସଫା କରିଥାଏ।

୪. ମସୁର ଡ଼ାଲି, ବେସନ ଓ କଞ୍ଚାକ୍ଷୀରକୁ ରାତିରେ ବତୁରାଇ ରଖିଦିଅନ୍ତୁ। ସକାଳେ ଏହାର ପେଷ୍ଟ ପ୍ରସ୍ତୁତ କରି ନିୟମିତ ଭାବରେ ମୁହଁରେ ଲଗାନ୍ତୁ। ଏପରି କଲେ ତ୍ୱଚାରେ ଥିବା ଅତିରିକ୍ତ କେଶ ସଫା ହେବା ସହିତ ତ୍ୱଚା ଉଜ୍ଜ୍ୱଳ ହୋଇଥାଏ।

Related story