Advertisment

ପ୍ରତିଦିନ ୫୦ଗ୍ରାମ୍‌ ଭଜା ଚଣା ଖାଆନ୍ତୁ, ମିଳିବ ଏହି ସବୁ ଉପକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ଭଜା ହୋଇଥିବା ଚଣା ନିଶ୍ଚୟ ଖାଇଥିବେ। କିନ୍ତୁ ଆପଣ ବୋଧହୁଏ ଜାଣି ନ ଥିବେ, ଏହି ଭଜା ଚଣା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟକ। ବଜାରରେ ସାଧାରଣତଃ ଦୁଇ ପ୍ରକାରର ଭଜା ଚଣା ମିଳିଥାଏ। ଗୋଟିକରେ ଚୋପା ଲାଗିଥିବା ବେଳେ ଅନ୍ୟ ଚଣାରେ ଚୋପା ନ ଥାଏ। କିନ୍ତୁ ମନେରଖିବେ, ଚୋପା ଲାଗିଥବା ଚଣା ହିଁ ଶରୀର ପାଇଁ ଖୁବ୍‌ ଉପକାରୀ। ଏଥିରେ କର୍ବୋହାଇଡ୍ରେଟ୍, କ୍ୟାଲ୍‌ସିୟମ୍‌ ଓ ଆଇରନ୍‌ ଭଳି ଭିଟାମିନ୍‌ ପ୍ରଚୁର […]

author-image
Sangita Sahoo
ପ୍ରତିଦିନ ୫୦ଗ୍ରାମ୍‌ ଭଜା ଚଣା ଖାଆନ୍ତୁ, ମିଳିବ ଏହି ସବୁ ଉପକାର

chhana

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ଭଜା ହୋଇଥିବା ଚଣା ନିଶ୍ଚୟ ଖାଇଥିବେ। କିନ୍ତୁ ଆପଣ ବୋଧହୁଏ ଜାଣି ନ ଥିବେ, ଏହି ଭଜା ଚଣା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟକ।

Advertisment

ବଜାରରେ ସାଧାରଣତଃ ଦୁଇ ପ୍ରକାରର ଭଜା ଚଣା ମିଳିଥାଏ। ଗୋଟିକରେ ଚୋପା ଲାଗିଥିବା ବେଳେ ଅନ୍ୟ ଚଣାରେ ଚୋପା ନ ଥାଏ। କିନ୍ତୁ ମନେରଖିବେ, ଚୋପା ଲାଗିଥବା ଚଣା ହିଁ ଶରୀର ପାଇଁ ଖୁବ୍‌ ଉପକାରୀ। ଏଥିରେ କର୍ବୋହାଇଡ୍ରେଟ୍, କ୍ୟାଲ୍‌ସିୟମ୍‌ ଓ ଆଇରନ୍‌ ଭଳି ଭିଟାମିନ୍‌ ପ୍ରଚୁର ପରିମାଣରେ ଥାଏ।

ଜଣେ ସୁସ୍ଥ ବ୍ୟକ୍ତି ପ୍ରତିଦିନ ୫୦ରୁ ୬୦ ଗ୍ରାମ୍‌ ଚଣା ଖାଇବା ଆବଶ୍ୟକ। ଏହା ଶରୀର ପାଇଁ ଖୁବ୍‌ ହିତକର।

Advertisment

ଏବେ ଆସନ୍ତୁ ଜାଣିବା, ଏହି ଭଜା ଚଣାର ଉପକାରିତା।

chnaa2

ରୋଗ ପ୍ରତିରୋଧ କ୍ଷମତା ବଢ଼ାଏ: ପ୍ରତିଦିନ ଜଳଖିଆ କିମ୍ବା ଦ୍ୱିପ୍ରହର ଖାଦ୍ୟ ଖାଇବା ପୂର୍ବରୁ ଆପଣ ଯଦି ୫୦ ଗ୍ରାମ୍‌ ଚଣା ଖାଆନ୍ତି, ତେବେ ଏହା ଶରୀରର ରୋଗ ପ୍ରତିରୋଧ କ୍ଷମତା ବଢ଼ାଇଥାଏ।  ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ିବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ। ଏହା ପାଣିପାଗ ବଦଳିବାଜନିତ ରୋଗରୁ ବି ମୁକ୍ତି ଦେଇଥାଏ।

ମୋଟାପଣ ଦୂର କରେ: ପ୍ରତିଦିନ ଭଜା ଚଣା ଖାଇବା ଦ୍ୱାରା ଶରୀରର ମୋଟାପଣ ଦୂର ହୋଇଥାଏ। ଏଣୁ ମୋଟାପଣ ହ୍ରାସ ପାଇଁ ନିୟମିତ ଭଜା ଚଣା ଖାଆନ୍ତୁ।

ପାଚନ ଶକ୍ତି ବଢ଼ାଏ: ଭଜା ଚଣା ପାଚନ ଶକ୍ତିକୁ ସନ୍ତୁଳନ କରି ମାନସିକ ଶକ୍ତି ବଢ଼ାଏ। ଭଜା ଚଣା ଖାଇବା ଦ୍ୱାରା ରକ୍ତ ସଫା ହୁଏ, ଫଳରେ ତ୍ୱଚାର ଉଜ୍ଜ୍ୱଳତା ବଢ଼େ। ଭଜା  ଚଣାରେ ଥିବା ଫସ୍‌ଫରସ୍‌ ଶରୀରରେ ହିମୋଗ୍ଲୋବିନ ସ୍ତରକୁ ବୃଦ୍ଧି କରେ।