Advertisment

ଘନ କେଶ ପାଇଁ ଉପକାରୀ ଅଦା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେଶକୁ ଘନ ଓ ଲମ୍ୱା କରିବା ପାଇଁ ଆପଣ ଅନେକ ଉପଚାର କରିଥା’ନ୍ତି। ଅଦା କେଶ ପାଇଁ ଏକ ଆୟୁର୍ବେଦିକ ଉପଚାର ଭାବରେ କାର୍ଯ୍ୟ କରିଥାଏ। ଅଦାରେ ଥିବା ମ୍ୟାଗ୍ନେସିୟମ୍‌, ପୋଟାଟିୟମ୍‌, ଫସଫରସ୍‌ ଓ ଭିଟାମିନ୍‌ କେଶ ଝଡ଼ିବା ବନ୍ଦ କରିଥାଏ। ଅଦା ଏକ ନାଚୁରାଲ୍ କଣ୍ଡିସନର୍‌ ହୋଇଥିବାରୁ ଏହା କେଶର ରୁକ୍ଷପଣ ଦୂର କରି କେଶ ମୂଳରେ ରକ୍ତ ସଞ୍ଚାଳନ ଠିକ୍ ରଖିଥାଏ। ତେବେ ଆସନ୍ତୁ ଜାଣିବା କେଶକୁ ଲମ୍ୱା ଓ […]

ଘନ କେଶ ପାଇଁ ଉପକାରୀ ଅଦା

adaa

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେଶକୁ ଘନ ଓ ଲମ୍ୱା କରିବା ପାଇଁ ଆପଣ ଅନେକ ଉପଚାର କରିଥା’ନ୍ତି। ଅଦା କେଶ ପାଇଁ ଏକ ଆୟୁର୍ବେଦିକ ଉପଚାର ଭାବରେ କାର୍ଯ୍ୟ କରିଥାଏ। ଅଦାରେ ଥିବା ମ୍ୟାଗ୍ନେସିୟମ୍‌, ପୋଟାଟିୟମ୍‌, ଫସଫରସ୍‌ ଓ ଭିଟାମିନ୍‌ କେଶ ଝଡ଼ିବା ବନ୍ଦ କରିଥାଏ।

Advertisment

ଅଦା ଏକ ନାଚୁରାଲ୍ କଣ୍ଡିସନର୍‌ ହୋଇଥିବାରୁ ଏହା କେଶର ରୁକ୍ଷପଣ ଦୂର କରି କେଶ ମୂଳରେ ରକ୍ତ ସଞ୍ଚାଳନ ଠିକ୍ ରଖିଥାଏ। ତେବେ ଆସନ୍ତୁ ଜାଣିବା କେଶକୁ ଲମ୍ୱା ଓ ମଜବୁତ୍‌ କରିବା ପାଇଁ ଅଦାକୁ କିପରି ବ୍ୟବହାର କରିବେ।

୧. ବଜାରରେ ମିଳୁଥିବା ଜିଞ୍ଜର୍‌ ଅଏଲ୍‌ କେଶରେ ଲଗାନ୍ତୁ। ନଚେତ୍‌ ନିଜେ ଘରେ ପ୍ରସ୍ତୁତ କରନ୍ତୁ। ଏଥିପାଇଁ ପ୍ରଥେମ ଗୋଟିଏ ଚାମଚ ଘିଅରେ ଜୋଜୋବା ଅଏଲ୍‌, ଅଲିଭ୍‌ ଅଏଲ୍‌ ଓ ଅଦା ରସ ମିଶାନ୍ତୁ। ଏହି ମିଶ୍ରଣକୁ ଭଲ ଭାବରେ ମୁଣ୍ଡରେ ମାଲିସ କରନ୍ତୁ। ୩୦ ମିନିଟ୍‌ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ। ସପ୍ତାହକୁ ଏପରି ଦୁଇ ଥର କରନ୍ତୁ। ଦେଖିବେ କେଶ ମୋଟା ହେବା ସହ ଝଡ଼ିବା ବନ୍ଦ ହେବ।

Advertisment

୨. ଅଦା ଓ ଲେମ୍ୱୁ ରସ ମଧ୍ୟ କେଶ ପାଇଁ ବ୍ୟବହାର କରିପାରିବେ। ୨ ଚାମଚ ଅଦା ରସରେ ୩ ଚାମଚ ରାଶି ତେଲ ଓ ଅଧା ଚାମଚ ଲେମ୍ୱୁ ରସ ମିଶାନ୍ତୁ। ଏହି ମିଶ୍ରଣକୁ କେଶ ମୂଳରେ ୧୫ ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ। ଏହାପରେ ଶାମ୍ପୂ କରିନିଅନ୍ତୁ। ଏହା ଦ୍ୱାରା ରୁପି ଦୂର ହେବ। ସପ୍ତାହକୁ ତିନିଥର ଏହି ମିଶ୍ରଣକୁ ଲଗାଇପାରିବେ।

୩. କେଶ ପତଳା ଥିଲେ ଅଦା ଓ ପିଆଜ ରସ ଲଗାନ୍ତୁ। ପ୍ରଥମେ ୨ ଚାମଚ ଅଦା ରସରେ ୧ ଚାମଚ ପିଆଜ ରସ ମିଶାନ୍ତୁ। ଏହି ରସକୁ କେଶ ମୂଳରେ ୨୦ ମିନିଟ୍ ଲଗାଇ ରଖିବା ପରେ ଧୋଇ ନିଅନ୍ତୁ। ସପ୍ତାହକୁ ଏପରି ଦୁଇରୁ ତିନିଥର କଲେ କେଶ ମୋଟା ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe