Advertisment

ରକ୍ତଚାପ ନିୟନ୍ତ୍ରଣ କରେ କପର୍‌ ବ୍ରେସ୍‌ଲେଟ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତମ୍ୱା ବା କପର୍‌ରେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ତେଣୁ ତମ୍ୱା ପାତ୍ରରେ ପାଣି ରଖି ସକାଳେ ଖାଲି ପେଟରେ ପିଇବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥା’ନ୍ତି। କେବଳ ତମ୍ୱା ପାତ୍ରର ପାଣି ନୁହେଁ, ଏହାର ବ୍ରେସଲେଟ୍‌ ଓ ମୁଦିରେ ମଧ୍ୟ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ତମ୍ୱା ଏପରି ଏକ ଧାତୁ ଯେଉଁଥିରେ ଆଣ୍ଟି ବ୍ୟାକ୍ଟେରିଆଲ୍ ଓ ମାଇକ୍ରୋ ବ୍ୟାକ୍ଟେରିଆଲ୍ ତତ୍ତ୍ୱ ରହିଛି। ଏହି ତତ୍ତ୍ୱ ବ୍ୟାକ୍ଟେରିଆଙ୍କ […]

ଅଦ୍ୟତନ ହୋଇଛି
ରକ୍ତଚାପ ନିୟନ୍ତ୍ରଣ କରେ କପର୍‌ ବ୍ରେସ୍‌ଲେଟ୍‌

COPPER

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତମ୍ୱା ବା କପର୍‌ରେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ତେଣୁ ତମ୍ୱା ପାତ୍ରରେ ପାଣି ରଖି ସକାଳେ ଖାଲି ପେଟରେ ପିଇବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥା’ନ୍ତି। କେବଳ ତମ୍ୱା ପାତ୍ରର ପାଣି ନୁହେଁ, ଏହାର ବ୍ରେସଲେଟ୍‌ ଓ ମୁଦିରେ ମଧ୍ୟ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି।

Advertisment

ତମ୍ୱା ଏପରି ଏକ ଧାତୁ ଯେଉଁଥିରେ ଆଣ୍ଟି ବ୍ୟାକ୍ଟେରିଆଲ୍ ଓ ମାଇକ୍ରୋ ବ୍ୟାକ୍ଟେରିଆଲ୍ ତତ୍ତ୍ୱ ରହିଛି। ଏହି ତତ୍ତ୍ୱ ବ୍ୟାକ୍ଟେରିଆଙ୍କ ସହିତ ଲଢ଼େଇ କରିବା ପାଇଁ ସାହାଯ୍ୟ କରିଥାଏ। ତା’ ହେଲେ ଆସନ୍ତୁ ଜାଣିବା ତମ୍ୱା ବ୍ରେସଲେଟ୍‌ ହାତରେ ପିନ୍ଧିଲେ ଶରୀରକୁ କେଉଁସବୁ ଲାଭ ମିଳିଥାଏ।

୧. ତମ୍ୱା ବା କପର୍‌ ରକ୍ତକୁ ସଫା କରିଥାଏ।

୨. ହିମୋଗ୍ଲୋବିନ୍‌କୁ ଠିକ୍‌ ରଖି ରକ୍ତ ସଞ୍ଚାଳନକୁ ଠିକ୍‌ ରଖିଥାଏ।

୩. ଶରୀରକୁ ବିଷାକ୍ତ ଧାତୁର ପ୍ରଭାବରୁ ରକ୍ଷା କରିଥାଏ।

୪. କପର୍‌ ବ୍ରେସଲେଟ୍‌ ପିନ୍ଧିଲେ ହାର୍ଟ ସୁସ୍ଥ ରହିଥାଏ। ତେଣୁ ହାର୍ଟ ଆଟାକ୍‌ର ଆଶଙ୍କା କମ୍‌ ରହିଥାଏ।

Advertisment

୫. ତମ୍ୱାର ମୁଦି କିମ୍ୱା ବ୍ରେସଲେଟ୍‌ ପିନ୍ଧିଲେ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ।

୬. କପର୍‌ ଶରୀରରେ କୋଲୋଜନ୍‌, ଇଲାଷ୍ଟିନ୍‌ ଓ ଫାଇବର ତତ୍ତ୍ୱକୁ ଏକାଠି କରିବାରେ ସାହାଯ୍ୟ କରିଥାଏ। ଏକ ଗବେଷଣାରୁ ଜଣାପଡ଼ିଛି ଯେ କପର୍‌ ଅଭାବରୁ ଶରୀରରେ ଅସନ୍ତୁଳନ ସୃଷ୍ଟି ହୋଇଥାଏ, ଯେଉଁଥିପାଇଁ ରକ୍ତରେ କୋଲେଷ୍ଟ୍ରଲ୍‌ର ସ୍ତର ବୃଦ୍ଧି ପାଇଥାଏ।

୫. ଯେଉଁମାନେ ହାଡ଼ ସମ୍ୱନ୍ଧୀୟ ବିଭିନ୍ନ ରୋଗରେ ପୀଡ଼ିତ ଅଛନ୍ତି, ସୋମାନେ କପର୍‌ ବ୍ରେସଲେଟ୍‌ ନିଶ୍ଚିନ୍ତ ପିନ୍ଧନ୍ତୁ। ଏହାଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା କମ୍‌ ହୋଇଥାଏ।

୬. କପର୍‌ରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି, ଯାହା କୋଷରେ ଫ୍ରୀ ରାଡିକାଲ୍ସ ହେବାକୁ ଦେଇ ନଥାଏ।

୭. ତମ୍ୱା ମୁଦି ଶରୀରର ବିଭିନ୍ନ ଅଙ୍ଗ ଯେପରିକି ହାତ, ପାଦ ଓ ଆଙ୍ଗୁଳିରୁ ଆଲର୍ଜି କମ୍‌ କରିଥାଏ।

୮. ଯଦି ପେଟ ସମ୍ୱନ୍ଧୀୟ କୌଣସି ସମସ୍ୟା ରହିଛି କିମ୍ୱା ଏସିଡିଟିକୁ ନେଇ ଚିନ୍ତାରେ ରହୁଛନ୍ତି, ତେବେ କପର୍‌ ବ୍ରେସଲେଟ୍‌ ପିନ୍ଧନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe