ଶୋଇବା ପୂର୍ବରୁ ଖାଆନ୍ତୁ ପୋଡ଼ା ରସୁଣ, ଦୂର ହେବ ଏହିସବୁ ସମସ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ରସୁଣ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ବୋଲି ସମସ୍ତେ ଜାଣନ୍ତି। ରସୁଣ ଖାଇବା ଦ୍ୱାରା ଶରୀରକୁ ବିଭିନ୍ନ ରୋଗରୁ ସୁରକ୍ଷା ମିଳିଥାଏ। ଏହି କାରଣରୁ ନିଜ ଖାଦ୍ୟରେ ପ୍ରତିଦିନ ରସୁଣକୁ ସାମିଲ କରିବାକୁ ପରାମର୍ଶ ଦିଆଯାଇଥାଏ। ଆଜି ଆସନ୍ତୁ ଜାଣିବା, ଶୋଇବା ପୂର୍ବରୁ ପୋଡ଼ା ରସୁଣ ଖାଇବା ଦ୍ୱାରା ଶରୀରକୁ କ’ଣ ସବୁ ଫାଇଦା ମିଳିଥାଏ। ୧- ପୋଡ଼ା ରସୁଣ ଖାଇବା ଦ୍ୱାରା ହୃଦ୍‌ଯନ୍ତ୍ର ସୁସ୍ଥ ରହିଥାଏ। ଏଥିରେ ଏମିତି କିଛି ତତ୍ତ୍ୱ ରହିଛି, […]

1

Premananda Dash
  • Published: Thursday, 06 September 2018
  • , Updated: 06 September 2018, 12:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ରସୁଣ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ବୋଲି ସମସ୍ତେ ଜାଣନ୍ତି। ରସୁଣ ଖାଇବା ଦ୍ୱାରା ଶରୀରକୁ ବିଭିନ୍ନ ରୋଗରୁ ସୁରକ୍ଷା ମିଳିଥାଏ। ଏହି କାରଣରୁ ନିଜ ଖାଦ୍ୟରେ ପ୍ରତିଦିନ ରସୁଣକୁ ସାମିଲ କରିବାକୁ ପରାମର୍ଶ ଦିଆଯାଇଥାଏ।

ଆଜି ଆସନ୍ତୁ ଜାଣିବା, ଶୋଇବା ପୂର୍ବରୁ ପୋଡ଼ା ରସୁଣ ଖାଇବା ଦ୍ୱାରା ଶରୀରକୁ କ’ଣ ସବୁ ଫାଇଦା ମିଳିଥାଏ।

୧- ପୋଡ଼ା ରସୁଣ ଖାଇବା ଦ୍ୱାରା ହୃଦ୍‌ଯନ୍ତ୍ର ସୁସ୍ଥ ରହିଥାଏ। ଏଥିରେ ଏମିତି କିଛି ତତ୍ତ୍ୱ ରହିଛି, ଯାହା ଶରୀରରେ ଗୁଡ୍‌ କୋଲେଷ୍ଟ୍ରଲ୍‌ର ସ୍ତର ବୃଦ୍ଧି କରିଥାଏ। ଏଥିସହ ବ୍ୟାଡ୍‌ କୋଲେଷ୍ଟ୍ରଲ୍ ମଧ୍ୟ ସହଜରେ ନଷ୍ଟ ହୋଇଥାଏ।

୨- ରସୁଣ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଏହା ସହ କ୍ୟାନସର୍‌ ପରି ଭୟାନକ ରୋଗ ସହ ଲଢ଼ିବାରେ ମଧ୍ୟ ଏହା ସହାୟକ ହୋଇଥାଏ।

୩- ପୋଡ଼ା ରସୁଣ ଖାଇବା ଦ୍ୱାରା ଶରୀରର ହାଡ଼ ଶକ୍ତ ହୋଇଥାଏ। ଏଥିସହ ଏହା ‘ଆଣ୍ଟି ଏଜିଂ’ର କାମ କରିଥାଏ।

୪- ରାତିରେ ଶୋଇବା ପୂର୍ବରୁ  ପୋଡ଼ା ହୋଇଥିବା ରସୁଣ ଖାଇବା ଦ୍ୱାରା ଏହା ପରିସ୍ରା ଜରିଆରେ ଆପଣଙ୍କ ଶରୀରରେ ଥିବା ବିଷାକ୍ତ ତତ୍ତ୍ୱସବୁ ବାହାର କରି ଦେଇଥାଏ।

୫- ଉଚ୍ଚ ରକ୍ତଚାପ ରୋଗୀ ପ୍ରତିଦିନ ୨ଟି ପୋଡ଼ା ରସୁଣ କୋଲ ଖାଇବା ଜରୁରୀ।

୬- ଓଜନ କମ୍ କରିବାକୁ ଚାହୁଁଥିଲେ, ଶୋଇବା ପୂର୍ବରୁ ପୋଡ଼ା ରସୁଣ ଖାଆନ୍ତୁ। ଏହା ଆପଣଙ୍କ ଶରୀରରେ ମେଟାବଲିଜିମ୍‌କୁ ତ୍ୱରାନ୍ୱିତ କରିଥାଏ।

୭- ଗର୍ଭବତୀ ମହିଳା ପ୍ରତିଦିନ ପୋଡ଼ା ରସୁଣ ଖାଇବା ଆବଶ୍ୟକ। ଏହା ଉଭୟ ମା’ ଓ ଗର୍ଭସ୍ଥ ଶିଶୁଙ୍କୁ ସୁସ୍ଥ ରଖିଥାଏ।

Related story