Advertisment

ପୋଇରେ ରହିଛି ଏହିସବୁ ଔଷଧୀୟ ଗୁଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଗ ଭିତରେ ପୋଇ ବଡ଼ ସୁଆଦିଆ।  ଏହାକୁ ଲୋକମାନେ ତରକାରୀ, ଭଜା, ଆଚାର ଓ ସୁପ୍ କରି ଖାଇବାକୁ ପସନ୍ଦ କରିଥାନ୍ତି। ପାଟିକୁ ସୁଆଦିଆ ଲାଗୁଥିବା ଏହି ପୋଇର ଔଷଧୀୟ ଗୁଣ ମଧ୍ୟ ଢେର ରହିଛି। କାରଣ ପୋଇ ଖାଇବା ଶରୀର ପାଇଁ ଲାଭଦାୟକ । ଏଥିରେ  ଭିଟାମିନ୍, କ୍ୟାଲୋରୀ, ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ଫ୍ୟାଟ୍, ଫାଇବର ଏବଂ ଆଇରନ ଥାଏ। ଏହା ସହ ପୋଇ ଶରୀରର ଅନେକ ସମସ୍ୟାକୁ ଦୂର କରିଥାଏ । ପ୍ରତିଦିନ […]

ପୋଇରେ ରହିଛି ଏହିସବୁ ଔଷଧୀୟ ଗୁଣ

poi

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଗ ଭିତରେ ପୋଇ ବଡ଼ ସୁଆଦିଆ।  ଏହାକୁ ଲୋକମାନେ ତରକାରୀ, ଭଜା, ଆଚାର ଓ ସୁପ୍ କରି ଖାଇବାକୁ ପସନ୍ଦ କରିଥାନ୍ତି। ପାଟିକୁ ସୁଆଦିଆ ଲାଗୁଥିବା ଏହି ପୋଇର ଔଷଧୀୟ ଗୁଣ ମଧ୍ୟ ଢେର ରହିଛି। କାରଣ ପୋଇ ଖାଇବା ଶରୀର ପାଇଁ ଲାଭଦାୟକ । ଏଥିରେ  ଭିଟାମିନ୍, କ୍ୟାଲୋରୀ, ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ଫ୍ୟାଟ୍, ଫାଇବର ଏବଂ ଆଇରନ ଥାଏ। ଏହା ସହ ପୋଇ ଶରୀରର ଅନେକ ସମସ୍ୟାକୁ ଦୂର କରିଥାଏ । ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ଶରୀରରେ ରକ୍ତର ଅଭାବ ଦୂର ହୋଇଥାଏ। ଏଥିରୁ ଶରୀରକୁ ଆହୁରି ଅନେକ  ଉପକାର ମିଳିଥାଏ। ଚାଲନ୍ତୁ ସେ ବିଷୟରେ ଜାଣିବା।

Advertisment
  •  କିଛି ଲୋକ ପୋଇକୁ କେବଳ ଶରୀରରେ ହିମୋଗ୍ଲୋବିନ୍ ବଢ଼ାଇବା ପାଇଁ ବ୍ୟବହାର କରାଯାଏ ବୋଲି ଭାବିଥାନ୍ତି । କିନ୍ତୁ ଏଥିରେ ଅନେକ ପ୍ରକାରର ଉପକାରୀ ଗୁଣ ରହିଛି । ଏହା ହିମୋଗ୍ଲୋବିନ୍ ବଢ଼ାଇବା ସହ ହୃଦୟକୁ ମଧ୍ୟ ସୁସ୍ଥ ରଖିଥାଏ । ପୋଇ ଏନିମିଆ ରୋଗୀଙ୍କ ପାଇଁ ଔଷଧଠାରୁ ଅଧିକ ଲାଭଦାୟକ।
  • ପୋଇ ଶରୀର ସହ କେଶ ପାଇଁ ଲାଭଦାୟକ ହୋଇଥାଏ । ଯେଉଁମାନଙ୍କର କେଶ ଝଡ଼ିବାର ସମସ୍ୟା ରହିଛି, ସେମାନେ ପୋଇକୁ ନିଜ ଖାଦ୍ୟରେ ସାମିଲ କରିବା ଉଚିତ୍ । ଯାହା ଶରୀରରେ ଆଇରନ୍‌ର ଅଭାବକୁ ଦୂର କରି କେଶ ଝଡ଼ିବା  ରୋକିଥାଏ।
  • ପୋଇ ତ୍ୱଚାର ଅନେକ ସମସ୍ୟା ଦୂର କରିଥାଏ । ପୋଇ ଏବଂ ଲେମ୍ବୁ ରସରେ କିଛି ବୁନ୍ଦାରେ ଗ୍ଲିସେରିନ୍ ମିଶାଇ ରାତିରେ ଶୋଇବା ପୂର୍ବରୁ ଲଗାନ୍ତୁ । ଚର୍ମ କୁଞ୍ଚନ, ତ୍ୱଚାଜନିତ ସମସ୍ତ ସମସ୍ୟା ଦୂର ହେବ।
  • ପୋଇରେ ଫଲିକ୍ ଏସିଡ୍ ଏବଂ କ୍ୟାଲସିୟମ ଅଧିକ ମାତ୍ରାରେ ରହିଥାଏ। ତେଣୁ ଯଦି ଆପଣଙ୍କର ପାଇରିୟା ସମସ୍ୟା ରହିଛି, ତେବେ କଞ୍ଚା ପୋଇର ପତ୍ର ଚୋବାଇବା ଆରମ୍ଭ କରନ୍ତୁ ।
  • ପୋଇ ରସରେ ଗାଜର ରସ ମିଶାଇ ପିଇବା ଦ୍ୱାରା ପେଟର ଚର୍ବି କମ୍‌ ହୋଇଥାଏ। ଯଦି ଆପଣ ମୋଟାପଣ ସମସ୍ୟା ଦେଇ ଗତି କରୁଛନ୍ତି, ତେବେ ପୋଇ ରସ ସହ ଗାଜର ବା ଲେମ୍ବୁ ରସ ମିଶାଇ ପିଇ ପାରିବେ।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe