Advertisment

ଖରା ଦିନେ ବୁଲି ଯିବାକୁ ପ୍ଲାନ କରୁଛନ୍ତି କି ? ଥରେ ଆସନ୍ତୁ ଏହି ୪ଟି  ଜାଗା...

ଭୁବନେଶ୍ୱର:  ଖରା ଦିନେ ପିଲାଙ୍କ ପରୀକ୍ଷା ପରେ ସ୍କୁଲ ଛୁଟି ହୋଇଯାଇଥିବା ବେଳେ ପାଠ ପଢାର ଟେନ୍‌ସନ ନ ଥାଏ।  ତେଣୁ ବ୍ୟସ୍ତବହୁଳ ଜୀବନରୁ ଟିକେ ଛୁଟି ପାଇ ପ୍ରକୃତି କୋଳରେ କିଛି ଦିନ ବିତାଇବାକୁ ମଣିଷ ଖୋଜେ ଏକ ଭଲ ଡେଷ୍ଟିନେଶନ। ଯେଉଁଠାରେ ଥିବା ସବୁଜ ବନାନୀ, ଝରଣାର କଳ କଳ ନାଦ। ପାହାଡ, ପର୍ବତର ଆକର୍ଷଣୀୟ ଦୃଶ୍ୟ ଆନମନା କରି ଦେଉଥିବ।   ସବୁଠୁ ବଡ଼ କଥା ଏହା ପକେଟକୁ ସୁହାଉଥିବ। ଖରା ଦିନିଆ ଯାତ୍ରା ପାଇଁ […]

ଅଦ୍ୟତନ ହୋଇଛି
 ଖରା ଦିନେ ବୁଲି ଯିବାକୁ ପ୍ଲାନ କରୁଛନ୍ତି କି ? ଥରେ ଆସନ୍ତୁ ଏହି ୪ଟି  ଜାଗା...

nenital-2

Advertisment

ଭୁବନେଶ୍ୱର:  ଖରା ଦିନେ ପିଲାଙ୍କ ପରୀକ୍ଷା ପରେ ସ୍କୁଲ ଛୁଟି ହୋଇଯାଇଥିବା ବେଳେ ପାଠ ପଢାର ଟେନ୍‌ସନ ନ ଥାଏ।  ତେଣୁ ବ୍ୟସ୍ତବହୁଳ ଜୀବନରୁ ଟିକେ ଛୁଟି ପାଇ ପ୍ରକୃତି କୋଳରେ କିଛି ଦିନ ବିତାଇବାକୁ ମଣିଷ ଖୋଜେ ଏକ ଭଲ ଡେଷ୍ଟିନେଶନ। ଯେଉଁଠାରେ ଥିବା ସବୁଜ ବନାନୀ, ଝରଣାର କଳ କଳ ନାଦ। ପାହାଡ, ପର୍ବତର ଆକର୍ଷଣୀୟ ଦୃଶ୍ୟ ଆନମନା କରି ଦେଉଥିବ।   ସବୁଠୁ ବଡ଼ କଥା ଏହା ପକେଟକୁ ସୁହାଉଥିବ।

Advertisment

ଖରା ଦିନିଆ ଯାତ୍ରା ପାଇଁ ଆମ ଭାରତରେ ଥିବା ଏପରି ଜାଗା ବିଷୟରେ ଆପଣଙ୍କୁ କହିବୁ , ଯେଉଁଠାରେ ଥରେ ପହଞ୍ଚିଗଲେ ସେଠାକାର ସୌନ୍ଦର୍ଯ୍ୟ ଓ ଶୀତଳ ପବନ ଆପଣଙ୍କ ମନକୁ  ଶାନ୍ତି ପହଞ୍ଚାଇବ। ୧୦ ହଜାରରୁ ବି କମ୍‌ ଖର୍ଚ୍ଚରେ ଆପଣ ପରିବାର ସହ ଏପରି ଜାଗାକୁ ଯାଇ ଭରପୁର ମଜା ଉଠାଇ ପାରିବେ।

ପଞ୍ଚମଢି, ମଧ୍ୟପ୍ରଦେଶ

ଯଦି ଆପଣ ଅସହ୍ୟ ଗରମ ଯୋଗୁ ଅତିଷ୍ଠ ହୋଇ ପଡ଼ିଲେଣି।  ମଧ୍ୟପ୍ରଦେଶର ପଞ୍ଚମଢିରେ ଛୁଟି କାଟିବାର ପ୍ଲାନ କରନ୍ତୁ। ଏଠାରେ ଥିବା ଝରଣାର ଶୀତଳ ସ୍ପର୍ଶ ଥରେ ପାଇଲେ, ଆଉ ଫେରି ଆସିବାକୁ ଇଚ୍ଛା କରିବେ ନାହିଁ। ଏଠାରେ ବୁଲିବାକୁ ଆପଣଙ୍କୁ ବେଶି ଖର୍ଚ୍ଚାନ୍ତ ବି ହେବାକୁ ପଡିବ ନାହିଁ। ଏଠାରେ ଆପଣଙ୍କୁ ଦିନକୁ ହଜାରେ ଟଙ୍କା ହିସାବରେ ଭଲ ହୋଟେଲ ମିଳିଯିବ। ଏଠାରେ ପବ୍ଲିକ ଟ୍ରାନ୍ସପୋର୍ଟରେ ଆରାମରେ ବୁଲି ପାରିବେ। ଆଉ ଖାଇବା ବି କମ୍‌ ଖର୍ଚ୍ଚରେ ହୋଇପାରିବ।

Advertisment

Panchamadhi

ନୈନିତାଲ

ଦେବଭୂମି ଉତ୍ତରାଖଣ୍ଡରେ ଥିବା ନୈନିତାଲକୁ ଝରଣାର ସହର ବୋଲି କୁହାଯାଏ। ଯଦି ଆପଣ ଅସହ୍ୟ ଗରମରୁ ମୁକ୍ତି ଚାହୁଁଛନ୍ତି, ତେବେ ଏହା ଏକ ସବୁଠୁ ଭଲ ଡେଷ୍ଟିନେଶନ। ଏଠାରେ ରହିବା, ଖାଇବା, ବୁଲିବାକୁ ବେଶି ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ।

Nainital

ଋଷିକେଶ

ଆପଣ ଦୁଃସାହସପୂର୍ଣ୍ଣ  ଜଳ କ୍ରୀଡା ଖେଳିବାକୁ ଚାହୁଁଛନ୍ତି, ତେବେ ବେଷ୍ଟ ଡେଷ୍ଟିନେଶନ ହେଉଛି ଋଷିକେଶ। ହେଲେ ଏଠାରେ ରହିବା, ଖାଇବା, ବୁଲିବା ଅନ୍ୟ ସହର ତୁଳନାରେ ଟିକେ ଅଧିକ ବ୍ୟୟସାପେକ୍ଷ ହେବ । ଏଠାରେ ଆପଣ ରାଫ୍ଟିଙ୍ଗ, ବଞ୍ଜି ଜଂପିଙ୍ଗ ଓ ଟ୍ରାକିଙ୍ଗର ଭରପୁର ଆନନ୍ଦ ଉଠାଇ ପାରିବେ।

Rishikesh

ଶିମଲା

ଖରା ଦିନେ ସମର ଭ୍ୟାକେସନରେ ଯଦି ଆପଣ ଫ୍ୟାମିଲି ସହ କୁଆଡେ ଯିବାକୁ ପ୍ଲାନ କରୁଛନ୍ତି,  ତେବେ ଶିମଲା ଓ କୁଫରୀ ଆପଣଙ୍କ ଲାଗି ବେଷ୍ଟ ଡେଷ୍ଟିନେଶନ ହେବ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ଜାଗାରେ ପହଞ୍ଚିବା ପରେ ଶୀତଳ ପବନ ଆପଣଙ୍କ ଦେହମନକୁ ଶାନ୍ତି ପହଞ୍ଚାଇବ। ଥରେ ଏଠାରେ ପହଞ୍ଚିଲେ ଆପଣ ଆଉ ଫେରିବାକୁ ଇଚ୍ଛା କରିବେ ନାହିଁ। ଏଠାରେ ଆପଣ ୧୦ ହଜାର ଟଙ୍କାରୁ କମ ଖର୍ଚ୍ଚରେ ବି ପ୍ରକୃତିର ଭରପୁର ଆନନ୍ଦ ଉଠାଇ ପାରିବେ।

Shimla

Tourist Destinations
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe