Advertisment

ଥାଇରଏଡ୍‌ ରୋଗୀ ଖାଆନ୍ତୁ ଏହି ୪ଟି ଖାଦ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ସମୟରେ ଥାଇରଏଡ୍‌ ଏକ ସାଧାରଣ ସମସ୍ୟା। ଯଦିଓ ଏହାର ଚିକିତ୍ସା ପଦ୍ଧତି ରହିଛି, ତେବେ କିଛି ଖାଦ୍ୟ ମଧ୍ୟ ଏହା ସହିତ ଲଢ଼େଇ କରିବାରେ ବେଶ୍ ସାହାଯ୍ୟ କରନ୍ତି। ଆସନ୍ତୁ ଆଜି ସେ ବିଷୟରେ ଜାଣି ନେବା। କେଉଁ ଖାଦ୍ୟ ଖାଇବେ ୧. ଥାଇରଏଡ୍‌ ପାଇଁ ବାଦାମ ଲାଭଦାୟକ। ଏଥିରେ ଥିବା ଭିଟାମିନ୍‌, ମିନେରାଲ୍‌ ଓ ମ୍ୟାଗ୍ନେସିୟମ୍‌ ଥାଇରଏଡ୍‌ ଗ୍ରନ୍ଥିକୁ ସୁସ୍ଥ ରଖିଥାଏ। ୨. ଦୁଗ୍ଧଜାତୀୟ ପଦାର୍ଥ ଯେପରିକି କ୍ଷୀର, ଦଦି, […]

ଥାଇରଏଡ୍‌ ରୋଗୀ ଖାଆନ୍ତୁ ଏହି ୪ଟି ଖାଦ୍ୟ

t2222

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ସମୟରେ ଥାଇରଏଡ୍‌ ଏକ ସାଧାରଣ ସମସ୍ୟା। ଯଦିଓ ଏହାର ଚିକିତ୍ସା ପଦ୍ଧତି ରହିଛି, ତେବେ କିଛି ଖାଦ୍ୟ ମଧ୍ୟ ଏହା ସହିତ ଲଢ଼େଇ କରିବାରେ ବେଶ୍ ସାହାଯ୍ୟ କରନ୍ତି। ଆସନ୍ତୁ ଆଜି ସେ ବିଷୟରେ ଜାଣି ନେବା।

Advertisment

କେଉଁ ଖାଦ୍ୟ ଖାଇବେ

୧. ଥାଇରଏଡ୍‌ ପାଇଁ ବାଦାମ ଲାଭଦାୟକ। ଏଥିରେ ଥିବା ଭିଟାମିନ୍‌, ମିନେରାଲ୍‌ ଓ ମ୍ୟାଗ୍ନେସିୟମ୍‌ ଥାଇରଏଡ୍‌ ଗ୍ରନ୍ଥିକୁ ସୁସ୍ଥ ରଖିଥାଏ।

୨. ଦୁଗ୍ଧଜାତୀୟ ପଦାର୍ଥ ଯେପରିକି କ୍ଷୀର, ଦଦି, ପନୀର ଆଦି ଖାଆନ୍ତୁ। ଏସବୁ ଶରୀରରେ ଭିଟାମିନ୍‌ ସ୍ତର ବଜାୟ ରଖିଥା’ନ୍ତି।

Advertisment

୩. ଥାଇରଏଡ୍‌ ରୋଗୀ ବିନ୍ ଜାତୀୟ ଖାଦ୍ୟ ଖାଆନ୍ତୁ। କାରଣ ଏଥିରେ ଫାଇବର୍‌, ପ୍ରୋଟିନ୍‌, ଭିଟାମିନ୍‌ ଓ ମିନେରାଲ୍‌ ରହିଛି।

୪. ଅଳସୀ ଫୁଲର ମଞ୍ଜି ହାର୍ଟ ଓ ଥାଇରଏଡ୍‌ ପାଇଁ ଲାଭଦାୟକ। ଏଥିରେ ପ୍ରଚୁର ପରିମାଣରେ ମ୍ୟାଗ୍ନେସିୟମ୍‌ ଓ ଭିଟାମିନ୍‌ ୧୨ ରହିଛି। ଏହି ମଞ୍ଜି ହାଇପୋଥାଇରଏଡିଜିମ୍‌ ସହିତ ଲଢ଼ିବାରେ ସାହାଯ୍ୟ କରିଥାଏ।

କେଉଁ ଖାଦ୍ୟ ଖାଇବେ ନାହିଁ

ଥାଇରଏଡ୍‌ ରୋଗୀ କିଛି ଖାଦ୍ୟଠାରୁ ଦୂରେଇ ରୁହନ୍ତୁ। ଆୟୋଡିନ୍‌ ଯୁକ୍ତ ଖାଦ୍ୟ, ରେଡ୍ ମିଟ୍‌, ଆଲ୍‌କୋହଲ୍‌ ଓ ବନସ୍ପତି ଘିଅ ଆଦି ଠାରୁ ଦୂରେଇ ରହିଲେ ଭଲ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe