Advertisment

ଆପଣଙ୍କ କେଶ ଧଳା ହୋଇ ଉପୁଡ଼ି ଯାଉଛି କି? ବ୍ୟବହାର କରନ୍ତୁ ପିଜୁଳି ପତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କମ୍‌ ବୟସରେ ଆପଣଙ୍କ କେଶ ଧଳା ହୋଇ ଉପୁଡ଼ି ଯାଉଛି କି? ଯଦି ହଁ ତାହାଲେ ଏହି ବିଷୟଟି ପୂରାପୂରି ଆପଣଙ୍କ ପାଇଁ। ଆଜିକାଲି ଦେଖାଯାଉଛି ଯେ,  ଖୁବ୍‌ କମ୍‌ ବୟସରେ ବି କେଶ ପାଚି ଯାଉଛି। ଏହା ସହ  ବହୁ କେଶ ଉପୁଡି ମଧ୍ୟ ଯାଉଛି।  ଏହାର ପ୍ରତିକାର ପାଇଁ ତଥା ଏପରି ସମସ୍ୟାରୁ ମୁକୁଳିବା ଲାଗି ଆମେ ବହୁ ଉପଚାର କରିବା ସହ ବହୁ ଟଙ୍କା ମଧ୍ୟ ଖର୍ଚ୍ଚ କରିଥାଉ। ଆମେ […]

author-image
Rosalin Rath
ଆପଣଙ୍କ କେଶ ଧଳା ହୋଇ ଉପୁଡ଼ି ଯାଉଛି କି? ବ୍ୟବହାର କରନ୍ତୁ ପିଜୁଳି ପତ୍ର

a33

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କମ୍‌ ବୟସରେ ଆପଣଙ୍କ କେଶ ଧଳା ହୋଇ ଉପୁଡ଼ି ଯାଉଛି କି? ଯଦି ହଁ ତାହାଲେ ଏହି ବିଷୟଟି ପୂରାପୂରି ଆପଣଙ୍କ ପାଇଁ। ଆଜିକାଲି ଦେଖାଯାଉଛି ଯେ,  ଖୁବ୍‌ କମ୍‌ ବୟସରେ ବି କେଶ ପାଚି ଯାଉଛି। ଏହା ସହ  ବହୁ କେଶ ଉପୁଡି ମଧ୍ୟ ଯାଉଛି।  ଏହାର ପ୍ରତିକାର ପାଇଁ ତଥା ଏପରି ସମସ୍ୟାରୁ ମୁକୁଳିବା ଲାଗି ଆମେ ବହୁ ଉପଚାର କରିବା ସହ ବହୁ ଟଙ୍କା ମଧ୍ୟ ଖର୍ଚ୍ଚ କରିଥାଉ। ଆମେ ଏଥିପାଇଁ ବିଭିନ୍ନ ପ୍ରକାର ଘରୋଇ ଉପଚାର କରିବା ସହ ବାହାରୁ ମଧ୍ୟ ବିଭିନ୍ନ ପ୍ରକାର ଔଷଧ କିମ୍ବା ତେଲ ବ୍ୟବହାର କରିଥାଉ। ହେଲେ ସେପରି ଆଶାତୀତ ଫଳ ପାଇପାରି ନ ଥାଉ।

Advertisment

publive-image

ତେବେ ଏହା କ’ଣ ଆପଣ ଜାଣିଛନ୍ତି କି, ପିଜୁଳି ପତ୍ରକୁ ପେଷ୍ଟ କରି କେଶରେ ଲଗାଇବା ଦ୍ୱାରା ଆମ କେଶ କେବଳ ଉପୁଡ଼ିବା ବନ୍ଦ ହୁଏ ନାହିଁ। ଏହା ଧଳା କେଶକୁ କଳା ମଧ୍ୟ କରିଥାଏ।

publive-image

ଆପଣ ଯଦି କେଶ ଧଳା ହୋଇ ନ ଝଡ଼ିବା ପାଇଁ ବିଭିନ୍ନ ପ୍ରକାର ତେଲ ଏବଂ ସାମ୍ପୂ ବ୍ୟବହାର କରୁଛନ୍ତି,  ଆଉ ସେପରି ଫଳ ପାଇପାରୁ ନାହାନ୍ତି, ତେବେ ପିଜୁଳି ପତ୍ରର ବ୍ୟବହାର କରି ଦେଖନ୍ତୁ। ଏହା ଆପଣଙ୍କୁ ଫାଇଦା ନିଶ୍ଚୟ ଦେବ।

Advertisment

 ଦୂର କରେ ରୁପି ସମସ୍ୟା

publive-image

ଆପଣ ପିଜୁଳି ପତ୍ର ଆଣି ତାକୁ ଖରାରେ ଶୁଖାଇ ଦିଅନ୍ତୁ। ଏହା ପରେ ଗ୍ରାଇଣ୍ଡ କରି ପାଉଡର୍‌ ତିଆରି କରିଦିଅନ୍ତୁ। ଏହା ପରେ ପିଜୁଳି ପତ୍ରର ପାଉଡର୍‌ରେ ଲେମ୍ବୁ ମିଶାଇ କେଶରେ ଲଗାନ୍ତୁ। ଏହାକୁ ଲଗାଇ ୧୫ରୁ ୨୦ ମିନିଟ୍‌ ଯାଏ କେଶରେ ରଖନ୍ତୁ।

ଏହା ପରେ ଆପଣ କେଶ ଧୋଇ ଦିଅନ୍ତୁ। ଏହା ଆପଣଙ୍କ କେଶର ରୁପି ସମସ୍ୟାକୁ ଦୂର କରିବ।

ଧଳା କେଶକୁ କଳା କରେ

publive-image

ଆପଣ ଧଳା କେଶକୁ କଳା କରିବା ପାଇଁ ପାଣିରେ ପିଜୁଳି ପତ୍ର ସହ ଭୃଷଙ୍ଗ ପତ୍ରକୁ ଫୁଟାଇ ଦିଅନ୍ତୁ। ଏବେ ସେହି ପାଣିକୁ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। ତା ପରେ ସେହି ପାଣିରେ କେଶ ଧୋଇଦିଅନ୍ତୁ। ଏହା ପରେ ଆପଣ ଯେ କୌଣସି ସାମ୍ପୂରେ କେଶ ଧୋଇଦିଅନ୍ତୁ। ସପ୍ତାହ ମଧ୍ୟରେ ଆପଣ କେଶରେ ଫରକ୍‌ ଦେଖିପାରିବେ।

କେଶ ଝଡ଼ିବା ସମସ୍ୟା କରେ ଦୂର

publive-image

କେଶ ଝଡ଼ିବା ସମସ୍ୟାକୁ ରୋକିବା ପାଇଁ ଆପଣ ପିଜୁଳି ପତ୍ରର ପାଉଡର୍‌ ସହ ଅଳ୍ପ ଅଁଳା ତେଲ ପକାଇ କେଶ ମୂଳରେ ହାଲୁକା ଭାବେ ମସାଜ୍‌ କରନ୍ତୁ। ଏହାକୁ ଏବେ ୩୦ ମିନିଟ୍‌ ପର୍ଯ୍ୟନ୍ତ କେଶରେ ଲଗାଇ ଛାଡ଼ି ଦିଅନ୍ତୁ। ଏହା ପରେ ଆପଣ ସାମ୍ପୂରେ କେଶ ଧୋଇ ଦିଅନ୍ତୁ। ଏହା କେଶ ଝଡ଼ିବା ସମସ୍ୟାକୁ ରୋକିବ।