Advertisment

ଶ୍ୱାସ ରୋଗ ଭଲ କରିଥାଏ ପାନପତ୍ର, ଏହିପରି କରନ୍ତୁ ବ୍ୟବହାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାନପତ୍ରରେ ଅନେକ ଭିଟାମିନ୍‌ ରହିଛି, ଯେପରିକି ଭିଟାମିନ୍‌-ସି ଓ କ୍ୟାଲ୍‌ସିୟମ। ଏହା ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ। ଆଜି ଆପଣଙ୍କୁ ଏହାର ଫାଇଦା ବିଷୟରେ କହିବୁ। ତା’ସହିତ ଏହାକୁ କିପରି ବ୍ୟବହାର କରିବେ, ସେ ବିଷୟରେ ବି କହିବୁ। ୧- ପାନପତ୍ର ଶ୍ୱାସ ରୋଗ ଭଲ କରିବାରେ ସାହାଯ୍ୟ କରିଥାଏ। ପାନପତ୍ରରେ କିଛି ଜୁଆଣି ମିଶାଇ ଖାଆନ୍ତୁ। ଏହା ପରେ ନଖ ଉଷୁମ ପାଣି ପିଅନ୍ତୁ। ଏହା ଆପଣଙ୍କୁ  ଶ୍ୱାସ ରୋଗ ଜନିତ ସମସ୍ୟାରୁ […]

ଅଦ୍ୟତନ ହୋଇଛି
ଶ୍ୱାସ ରୋଗ ଭଲ କରିଥାଏ ପାନପତ୍ର, ଏହିପରି କରନ୍ତୁ ବ୍ୟବହାର

b21

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାନପତ୍ରରେ ଅନେକ ଭିଟାମିନ୍‌ ରହିଛି, ଯେପରିକି ଭିଟାମିନ୍‌-ସି ଓ କ୍ୟାଲ୍‌ସିୟମ। ଏହା ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ। ଆଜି ଆପଣଙ୍କୁ ଏହାର ଫାଇଦା ବିଷୟରେ କହିବୁ। ତା’ସହିତ ଏହାକୁ କିପରି ବ୍ୟବହାର କରିବେ, ସେ ବିଷୟରେ ବି କହିବୁ।

Advertisment

୧- ପାନପତ୍ର ଶ୍ୱାସ ରୋଗ ଭଲ କରିବାରେ ସାହାଯ୍ୟ କରିଥାଏ। ପାନପତ୍ରରେ କିଛି ଜୁଆଣି ମିଶାଇ ଖାଆନ୍ତୁ। ଏହା ପରେ ନଖ ଉଷୁମ ପାଣି ପିଅନ୍ତୁ। ଏହା ଆପଣଙ୍କୁ  ଶ୍ୱାସ ରୋଗ ଜନିତ ସମସ୍ୟାରୁ ଆରମ ଦେବ।

୨- ପାନପତ୍ର ଏସିଡିଟିକୁ ଦୂର କରିଥାଏ ଓ ପାଚନ ପ୍ରକ୍ରିୟାକୁ ମଜବୁତ୍‌ କରିଥାଏ। ପାନପତ୍ର ଖାଇବା ଯୋଗୁ ଗ୍ୟାସ୍‌ ଏବଂ ପେଟ ଫୁଲିବା ଭଳି ସମସ୍ୟା ଦେଖାଯାଏ ନାହିଁ।

Advertisment

publive-image

୩- ଏହା ମୁଣ୍ଡ ବିନ୍ଧାରୁ ମଧ୍ୟ ମୁକ୍ତି ଦେଇଥାଏ। ପାନପତ୍ରକୁ ପେଷ୍ଟ୍‌ କରି କପାଳରେ ଲାଗନ୍ତୁ। ଏହା ଆପଣଙ୍କୁ ମୁଣ୍ଡ ବିନ୍ଧାରୁ ଆରାମ ଦେବ।

୪-ଥଣ୍ଡା ହେଲେ ଆମେ ଏହାକୁ ବ୍ୟବହାର କରି ଆରାମ ପାଇପାରିବା। ଥଣ୍ଡା ହେଲେ ପାନପତ୍ରକୁ ବାଟି ଏହାର ରସକୁ ପିଅନ୍ତୁ। ମନେ ରଖିବେ ଥରକେ ଗୋଟେ ଚାମଚ ରସ ପିଇବେ। ଏହିପରି ଦିନରେ ତିନି ଥର ପିଇଲେ ଥଣ୍ଡା ଭଲ ହୋଇଥାଏ।

publive-image

୫- ପାଟିରେ ଯଦି ଘା’ ହେଉଛି, ତାହାଲେ ଆପଣ ପାନ ପତ୍ରକୁ ଚୋବାଇ ଖାଆନ୍ତୁ। ଏହା ଘା’ ଭଲ କରିଥାଏ।

୬- ପାନ ପତ୍ର ସବୁଦିନ ଚୋବାଇ ଖାଇବା ଦ୍ୱାରା ହୃତ୍‌ପିଣ୍ଡ ସୁସ୍ଥ ରହିଥାଏ। ଏହା ବ୍ଲଡ୍‌ ପ୍ରେସର୍‌କୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ। ।

୭- ପାନ ମୁହଁର ବ୍ୟାକ୍ଟେରିଆ ନଷ୍ଟ କରିଥାଏ। ଏହା ସହ ଆପଣଙ୍କର ଯଦି ଭୋକ ନଲାଗିବା ସମସ୍ୟା ରହିଛି, ତା’ହେଲେ ପାନପତ୍ର ଖାଆନ୍ତୁ।

ବି.ଦ୍ର: ପାନ୍‌ପତ୍ରର ଏସବୁ ବ୍ୟବହାର କରିବା ପୂର୍ବରୁ କୌଣସି ଆୟୁର୍ବେଦି ଡାକ୍ତରଙ୍କ ପରାମର୍ଶ ନେବା ଭଲ।  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe