Advertisment

ଭୁବନେଶ୍ୱର ଏମ୍ସରେ ଆରମ୍ଭ ହେଲା ଲାପ୍ରୋସ୍କୋପିକ୍ ଅପରେସନ୍

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ଆରମ୍ଭ ହେଲା ଲାପ୍ରୋସ୍କୋପିକ୍ ଅପରେସନ୍। ଏଥି ସହିତ ରାଜ୍ୟରେ  ସରକାରୀ ଡାକ୍ତରଖାନାରେ ପ୍ରଥମ ଥର ପାଇଁ ସଫଳତାର ସହ ବାରିଆଟ୍ରିକ୍ ସର୍ଜରୀ କରାଯାଇଛି। ମେଦବହୁଳ ରୋଗରେ ପୀଡିତମାନେ ଏହି ସର୍ଜରୀକୁ ବେସରକାରୀ ଡାକ୍ତର ଖାନାରେ କଲେ ଏଥି ପାଇଁ ୪ ଲକ୍ଷରୁ ଉଧିକ ଟଙ୍କ। ଆବଶ୍ୟକ ହୋଇଥାଏ। କିନ୍ତୁ ଏମ୍ସରେ ଏହା ଏକ ଲକ୍ଷ ଟଙ୍କ। ଖର୍ଚ୍ଚରେ କରାଯାଇ ପାରିବ। ବର୍ତ୍ତମାନ ଦୁଇଟି ଲାପ୍ରୋସ୍କୋପିକ୍ ମେସିନରେ ଏହି ଅସ୍ତ୍ରୋପଚାର କରାଯାଉଛି। ଗତ ଦୁଇମାସ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଭୁବନେଶ୍ୱର ଏମ୍ସରେ ଆରମ୍ଭ ହେଲା ଲାପ୍ରୋସ୍କୋପିକ୍ ଅପରେସନ୍

aiimsbhubaneswar

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ଆରମ୍ଭ ହେଲା ଲାପ୍ରୋସ୍କୋପିକ୍ ଅପରେସନ୍। ଏଥି ସହିତ ରାଜ୍ୟରେ  ସରକାରୀ ଡାକ୍ତରଖାନାରେ ପ୍ରଥମ ଥର ପାଇଁ ସଫଳତାର ସହ ବାରିଆଟ୍ରିକ୍ ସର୍ଜରୀ କରାଯାଇଛି। ମେଦବହୁଳ ରୋଗରେ ପୀଡିତମାନେ ଏହି ସର୍ଜରୀକୁ ବେସରକାରୀ ଡାକ୍ତର ଖାନାରେ କଲେ ଏଥି ପାଇଁ ୪ ଲକ୍ଷରୁ ଉଧିକ ଟଙ୍କ। ଆବଶ୍ୟକ ହୋଇଥାଏ। କିନ୍ତୁ ଏମ୍ସରେ ଏହା ଏକ ଲକ୍ଷ ଟଙ୍କ। ଖର୍ଚ୍ଚରେ କରାଯାଇ ପାରିବ। ବର୍ତ୍ତମାନ ଦୁଇଟି ଲାପ୍ରୋସ୍କୋପିକ୍ ମେସିନରେ ଏହି ଅସ୍ତ୍ରୋପଚାର କରାଯାଉଛି। ଗତ ଦୁଇମାସ ମଧ୍ୟରେ ଏମ୍ସରେ ଦୁଇ କୋଟି ଟଙ୍କ।ର ମେସିନ୍ କିଣାଯାଇଥିବା ନିର୍ଦ୍ଦେଶକ ଡାକ୍ତର ଅଶୋକ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ବର୍ତ୍ତମାନ ଏମ୍ସରେ ମେଡିସିନ୍, ପଲ୍ମନାରୀ, ଅର୍ଥୋପେଡିକ୍, ପେଡ଼ିଆଟ୍ରିକ୍ ପ୍ରଭୃତି ୨୯ଟି ବିଭାଗରେ ଚିକିତ୍ସା ସେବା ଉପଲବ୍ଧ ହେଉଛି। ପ୍ରତିଦିନ ଏକ ହଜାରରୁ ପନ୍ଦର ଶହ ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ଏମ୍ସରେ ବର୍ତ୍ତମାନ ସୁଦ୍ଧା ମୋଟ ୮ଲକ୍ଷ ରୋଗୀଙ୍କର ଚିକିତ୍ସା କରାଗଲାଣି ସେ କହିଛନ୍ତି।

Advertisment