Advertisment

ବେକର କଳା ଦାଗକୁ କରନ୍ତୁନି ଅବହେଳା

ଭୁବନେଶ୍ୱର: ତ୍ୱଚା କଳା ପଡ଼ିଲେ ସମସ୍ତେ ବ୍ୟସ୍ତ ହୋଇ ବିଭିନ୍ନ ଉପାୟ ଅବଲମ୍ବନ କରନ୍ତି। କିନ୍ତୁ ବେକ ଓ ବେକ ପଛ ପାଖ କଳା ପଡ଼ିଲେ ଏହାକୁ କିପରି ଦୂର କରାଯିବ ସେଥିପାଇଁ କେହି ଧ୍ୟାନ ଦିଅନ୍ତି ନାହିଁ। ଅବହେଳା କରନ୍ତୁ ନାହିଁ, କାରଣ ଏହି କଳା ଦାଗ ଅଧିକ ଦିନ ଧରି ରହିଲେ ସହଜରେ କମେ ନାହିଁ। ବେକର ଏହି କଳା ଦାଗକୁ କମ୍ କରିବା ପାଇଁ କୌଣସି ପାର୍ଲର କିମ୍ବା ଅନ୍ୟ କାହାର ସହାୟତା […]

ଅଦ୍ୟତନ ହୋଇଛି
ବେକର କଳା ଦାଗକୁ କରନ୍ତୁନି ଅବହେଳା

get-rid-of-dark-neck

Advertisment

how-to-get-rid-of-dark-neckଭୁବନେଶ୍ୱର: ତ୍ୱଚା କଳା ପଡ଼ିଲେ ସମସ୍ତେ ବ୍ୟସ୍ତ ହୋଇ ବିଭିନ୍ନ ଉପାୟ ଅବଲମ୍ବନ କରନ୍ତି। କିନ୍ତୁ ବେକ ଓ ବେକ ପଛ ପାଖ କଳା ପଡ଼ିଲେ ଏହାକୁ କିପରି ଦୂର କରାଯିବ ସେଥିପାଇଁ କେହି ଧ୍ୟାନ ଦିଅନ୍ତି ନାହିଁ। ଅବହେଳା କରନ୍ତୁ ନାହିଁ, କାରଣ ଏହି କଳା ଦାଗ ଅଧିକ ଦିନ ଧରି ରହିଲେ ସହଜରେ କମେ ନାହିଁ। ବେକର ଏହି କଳା ଦାଗକୁ କମ୍ କରିବା ପାଇଁ କୌଣସି ପାର୍ଲର କିମ୍ବା ଅନ୍ୟ କାହାର ସହାୟତା ନେବାର ଆବଶ୍ୟକତା ନାହିଁ। ଘରୋଇ ଉପଚାର ଦ୍ୱାରା ଆପଣ ନିଜେ ହିଁ କରିପାରିବେ ଏହି କଳା ଦାଗର ଛୁଟି। ତେବେ କେଉଁ ପ୍ରକାର ଦ୍ରବ୍ୟ ବ୍ୟବହାର କଲେ ବେକର କଳାଦାଗ ଦୂର ହେବ ସେ ସଂପର୍କରେ ଜାଣନ୍ତୁ।

Advertisment

ଦହି: ଦହି କେଶର ସମସ୍ୟାକୁ ଯେପରି ଦୂର କରେ ଚର୍ମ ଜନିତ ସମସ୍ୟା ସମାଧାନ କରିବାରେ ମଧ୍ୟ ସେମିତି ସହାୟକ ହୁଏ। କିଛି ଦହି ନେଇ ବେକର କଳା ପଡ଼ିଥିବା ଅଂଶରେ ଭଲ ଭାବେ ମସାଜ କରି କିଛି ସମୟ ଛାଡ଼ି ଦିଅନ୍ତୁ। ପରେ ଥଣ୍ଡା ପାଣିରେ ଉକ୍ତ ସ୍ଥାନକୁ ଧୋଇ ଦିଅନ୍ତୁ। ଦହି ବ୍ୟବହାର କରିବା ଦ୍ୱାରା ଚର୍ମରେ ଥିବା ବିଷାକ୍ତ ପଦାର୍ଥ ସହଜରେ ବାହାରି ଆସେ।

ପିସ୍ତା ବାଦାମ: କିଛି ପିସ୍ତା ବାଦାମକୁ ଗୁଣ୍ଡ କରି ସେଥିରେ ଏକ ଚାମଚ ମହୁ ଓ ଏକ ଚାମଚ କ୍ଷୀର ଦେଇ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ବେକର କଳା ପଡ଼ିଥିବା ଅଂଶରେ ଲଗାଇ କିଛି ସମୟ ଛାଡ଼ି ଦିଅନ୍ତୁ। ପରେ ଓଦା କପଡ଼ା ସାହାଯ୍ୟରେ ଏହାକୁ ପୋଛି ଦିଅନ୍ତୁ।

Advertisment

ଓଟ୍ସ ଏବଂ ଟମାଟୋ: ଗୋଟିଏ ଟମାଟୋ ନିଅନ୍ତୁ। ଏକ ପାତ୍ରରେ ଏହାକୁ ଚକଟି ଦିଅନ୍ତୁ। ତା’ପରେ ଏଥିରେ ଗୋଟିଏ କପ୍ ଓଟ୍ସ ମିଶାଇ ଭଲ ଭାବେ ମିଶ୍ରଣ କରି ଦିଅନ୍ତୁ। ଉକ୍ତ ମିଶ୍ରଣକୁ ବେକର କଳା ଅଂଶରେ ଲଗାନ୍ତୁ। ଏହି ମିଶ୍ରଣକୁ ଆପଣ ଆଣ୍ଠୁ, କହୁଣୀ ଓ ଗୋଇଠିରେ ମଧ୍ୟ ଲଗାଇ ପାରିବେ।

ବେକିଂ ସୋଡ଼ା: ବେକିଂ ସୋଡ଼ା ଏବଂ ପାଣି ନେଇ ପେଷ୍ଟ୍ ତିଆରି କରନ୍ତୁ। ଏହି ପେଷ୍ଟକୁ ଶରୀରର କଳା ପଡ଼ିଥିବା ଅଂଶରେ ଲଗାନ୍ତୁ। ପେଷ୍ଟ୍ ଶୁଖିଗଲା ପରେ ଉକ୍ତ ସ୍ଥାନକୁ ଗୋଲାପ ଜଳରେ ଭଲ ଭାବେ ପୋଛି ଦିଅନ୍ତୁ।

ପିସ୍ତା ବାଦାମ ତେଲ: ପିସ୍ତା ବାଦାମ ତେଲ କିମ୍ବା ଆପଣଙ୍କ ଚର୍ମ ଗ୍ରହଣ କରୁଥିବା ଅନ୍ୟ ତେଲ (ଅର୍ଥାତ ଏଲର୍ଜି ହେଉନଥିବ)କୁ ବେକର କଳା ପଡ଼ିଥିବା ଅଂଶରେ ପାଞ୍ଚ ମିନିଟ୍ ଧରି ମାଲିସ କରନ୍ତୁ। ଏହାପରେ ଗରମ ପାଣିରେ ଏକ ତଉଲିଆ ବୁଡ଼ାଇ ତେଲ ମାଲିସ ହୋଇଥିବା ସ୍ଥାନରେ କିଛି ସମୟ ଘୋଡ଼ାଇ ରଖନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe