Advertisment

କେଶ ଓ ତ୍ୱଚା ପାଇଁ ଭଲ କଳା ଲୁଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନେକ ଲୋକ କଳାଲୁଣ ଖାଇବାକୁ ପସନ୍ଦ କରନ୍ତି। ଏହା ଖାଦ୍ୟକୁ ସ୍ୱାଦିଷ୍ଟ କରିଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି କଳାଲୁଣ ତ୍ୱଚାକୁ ସୁନ୍ଦର କରିବା ସହିତ କେଶ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ। ତା’ହେଲେ ଆସନ୍ତୁ ଜାଣିବା ଏଥିପାଇଁ କଳାଲୁଣକୁ କିପରି ବ୍ୟବହାର କରିବେ। ୧. ଗାଧୋଇବା ସମୟରେ ହାଲ୍‌କା ଗରମ ପାଣିରେ କଳାଲୁଣ ପକାଇ ଗାଧାନ୍ତୁ। ଏପରି କଲେ ଆପଣ ଫଟା ଗୋଇଠି ଭଲ ହେବା ସହିତ ମୃତ […]

ଅଦ୍ୟତନ ହୋଇଛି
କେଶ ଓ ତ୍ୱଚା ପାଇଁ ଭଲ କଳା ଲୁଣ

k33333

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନେକ ଲୋକ କଳାଲୁଣ ଖାଇବାକୁ ପସନ୍ଦ କରନ୍ତି। ଏହା ଖାଦ୍ୟକୁ ସ୍ୱାଦିଷ୍ଟ କରିଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି କଳାଲୁଣ ତ୍ୱଚାକୁ ସୁନ୍ଦର କରିବା ସହିତ କେଶ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ। ତା’ହେଲେ ଆସନ୍ତୁ ଜାଣିବା ଏଥିପାଇଁ କଳାଲୁଣକୁ କିପରି ବ୍ୟବହାର କରିବେ।

Advertisment

୧. ଗାଧୋଇବା ସମୟରେ ହାଲ୍‌କା ଗରମ ପାଣିରେ କଳାଲୁଣ ପକାଇ ଗାଧାନ୍ତୁ। ଏପରି କଲେ ଆପଣ ଫଟା ଗୋଇଠି ଭଲ ହେବା ସହିତ ମୃତ କୋଷ ବାହାରିଯିବ।

୨. ଫେସ୍‌ପ୍ୟାକ୍‌ ପ୍ରସ୍ତୁତ କରିବା ସମୟରେ ସେଥିରେ ଅଳ୍ପ କଳା ଲୁଣ ପକାଇ ମୁହଁରେ ଲଗାନ୍ତୁ। ଏହାଦ୍ୱାରା ବ୍ରଣ ସମସ୍ୟା ଦୂର ହେବ ଏବଂ ତ୍ୱଚା ଉଜ୍ଜ୍ୱଳ ହେବ।

Advertisment

୩. କଳାଲୁଣରେ ପ୍ରଚୁର ପରିମାଣରେ ମିନେରାଲ୍ସ ରହିଛି। ଆପଣ ଚାହିଁଲେ ଏହାକୁ ତେଲ କିମ୍ୱା ପାଣିରେ ମିଶାଇ ମୁଣ୍ଡରେ ଲଗାଇପାରିବେ। ଏହା କେଶ ଝଡ଼ିବା ସମସ୍ୟାକୁ ଦୂର କରିଥାଏ।

୪. ଶୀତଦିନେ ସର୍ବଦା ରୁପି ସମସ୍ୟା ଦେଖା ଦେଇଥାଏ। ଏଥିପାଇଁ ଟମାଟୋ ରସରେ ଲେମ୍ୱୁ ଓ କଳାଲୁଣ ମିଶାଇ କେଶ ମୂଳରେ ଲଗାନ୍ତୁ। ଏହା ରୁପି କମ୍‌ କରିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe