Advertisment

ବ୍ଲଡ୍‌ପ୍ରେସର କମାଇବାର ସହଜ ଉପାୟ: ଦିନକୁ ମାତ୍ର ୩ଟି ଖଜୁରି

ବର୍ତ୍ତମାନ ବ୍ଲଡ୍‌ ପ୍ରେସରକୁ ନେଇ ଚିନ୍ତା ‍ବଢିବାରେ ଲାଗିଛି। ଛୋଟରୁ ବଡ ସମସ୍ତେ ଏହି ସ୍ବାସ୍ଥ୍ୟଗତ ସମମ୍ୟାରେ ଶିକାର ହେଉଛନ୍ତି। ଅତ୍ୟଧିକ ଚିନ୍ତା ଓ ଚାପ ଏହାର ମୁଖ୍ୟ କାରଣ। ମୁଣ୍ଡ ବିନ୍ଧିବା, ମୁଣ୍ଡ ବୁଲାଇବା ଏବଂ ହୃଦୟ ଚଳନର ଗତି ବଢିବା ଏହାର ପ୍ରମୁଖ ଲକ୍ଷଣ। ଏହାଦ୍ୱାରା ଠିକରେ ନିଦ ହୋଇନଥାଏ। କିଡନି ଠିକ୍‌ରେ କାମ କରି ନଥାଏ ଓ ହୃଦଘାତ ଭଳି ସମସ୍ୟା ଦେଖା ଦେଇଥାଏ। ତେଣୁ ବ୍ଲଡ୍‌ ପ୍ରେସରକୁ ସାଇଲେଣ୍ଟ କିଲର ବୋଲି […]

ବ୍ଲଡ୍‌ପ୍ରେସର କମାଇବାର ସହଜ ଉପାୟ: ଦିନକୁ ମାତ୍ର ୩ଟି ଖଜୁରି

BLOOD PRESURE

Advertisment

ବର୍ତ୍ତମାନ ବ୍ଲଡ୍‌ ପ୍ରେସରକୁ ନେଇ ଚିନ୍ତା ‍ବଢିବାରେ ଲାଗିଛି। ଛୋଟରୁ ବଡ ସମସ୍ତେ ଏହି ସ୍ବାସ୍ଥ୍ୟଗତ ସମମ୍ୟାରେ ଶିକାର ହେଉଛନ୍ତି। ଅତ୍ୟଧିକ ଚିନ୍ତା ଓ ଚାପ ଏହାର ମୁଖ୍ୟ କାରଣ। ମୁଣ୍ଡ ବିନ୍ଧିବା, ମୁଣ୍ଡ ବୁଲାଇବା ଏବଂ ହୃଦୟ ଚଳନର ଗତି ବଢିବା ଏହାର ପ୍ରମୁଖ ଲକ୍ଷଣ। ଏହାଦ୍ୱାରା ଠିକରେ ନିଦ ହୋଇନଥାଏ। କିଡନି ଠିକ୍‌ରେ କାମ କରି ନଥାଏ ଓ ହୃଦଘାତ ଭଳି ସମସ୍ୟା ଦେଖା ଦେଇଥାଏ। ତେଣୁ ବ୍ଲଡ୍‌ ପ୍ରେସରକୁ ସାଇଲେଣ୍ଟ କିଲର ବୋଲି କୁହାଯାଏ। ଏଥିପାଇଁ ଚିନ୍ତା କରିବାର କିଛି ନାହିଁ, ଏମିତି ଏକ ଦେଶୀ ଫଳ ଅଛି ଯାହା ଏହାକୁ ନିୟନ୍ତ୍ରଣରେ ରଖିପାରିବ। ଫଳଟି ହେଉଛି ଖଜୁରି।

Advertisment

ଖଜୁରିରେ ଭରପୁର ମାତ୍ରାରେ ଭିଟାମିନ୍‌ ଓ ମିନେରାଲ ସହ ପ୍ରୋଟିନ ରହିଛି। ଏଥିରେ ଭିଟାମିନ୍‌ ବି-୧, ବି-୨, ବି-୩, ବି-୫,ଏ-୧, ଭିଟାମିନ-ସି ରହିଥାଏ। ଏହା ପୋଟାସିୟମରେ ଭରପୁର। ପ୍ରତ୍ୟେକ ଦିନ ଜଳଖିଆ ଖାଇବା ପୂର୍ବରୁ ୩ଟି ଖଜୁରି ଖାଇବା ସଙ୍ଗେସଙ୍ଗେ ଗରମ ପାଣି ପିଅନ୍ତୁ। ଏହି ଅଭ୍ୟାସକୁ ଗୋଟିଏ ମାସ ପର୍ଯ୍ୟନ୍ତ ଆପଣାନ୍ତୁ, ରକ୍ତଚାପ ନିୟନ୍ତ୍ରଣକୁ ଆସିଯିବ। ଚାହିଁଲେ ଆପଣ ଏହାକୁ ଗୋଟିଏ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ମଧ୍ୟ କରିପାରିବେ। ଏହାସହ ଆପଣ ପ୍ରତିଦିନ ବ୍ୟାୟାମ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ଉଚ୍ଚ ରକ୍ତଚାପ ପାଇଁ ଡାକ୍ତରଙ୍କ ଦ୍ୱାରା ଦିଆ ଯାଇଥିବା ଔଷଧକୁ ନିୟମିତ ସେବନ କରନ୍ତୁ। ଏହାଦ୍ୱାରା କିଛିଦିନ ଭିତରେ ଆପଣ ପରିବର୍ତ୍ତନ ଜାଣିପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe