Advertisment

ପେଟ, ହୃଦରୋଗରୁ ରକ୍ଷା କରେ ଲାଉ

ଭୁବନେଶ୍ୱର: ଲାଉ ସ୍ୱାସ୍ଥ୍ୟ ପ୍ରତି ବେଶ୍ ହିତକର। ନିମୟିତ ଲାଉ ଖାଉଥିବା ବ୍ୟକ୍ତି ପେଟ ରୋଗର ଶିକାର ହୋଇ ନ ଥାନ୍ତି। ଲାଉ ଖାଇବା ଦ୍ୱାରା  ଗ୍ୟାସ୍‌ ସମସ୍ୟା ଦୂର ହୋଇଥାଏ। ଲାଉରେ ୯୬ ପ୍ରତିଶତ ଜଳୀୟ ଅଂଶ ରହିଛି। ଏଥିରେ କମ୍ କ୍ୟାଲୋରୀ ଥିବାରୁ ପାଚନ ସହଜ ହୋଇଥାଏ। ଲାଉରେ ଫାଇବର ରହିଥିବାରୁ ପେଟ ସମ୍ୱନ୍ଧୀୟ ରୋଗରୁ ଆମକୁ ରକ୍ଷା ମିଳିଥାଏ। ଅଲର୍ସର୍, କୋଷ୍ଠକାଠିନ୍ୟ ଓ ଗ୍ୟାସ୍‌ ରୋଗୀଙ୍କ ପାଇଁ ଏହା ଲାଭକାରୀ।  ପରିସ୍ରା ଜଳାପୋଡ଼ା […]

author-image
Rakesh Mallick
ଅଦ୍ୟତନ ହୋଇଛି
ପେଟ, ହୃଦରୋଗରୁ ରକ୍ଷା କରେ ଲାଉ

bottleGourd

Bottle-Gourdଭୁବନେଶ୍ୱର: ଲାଉ ସ୍ୱାସ୍ଥ୍ୟ ପ୍ରତି ବେଶ୍ ହିତକର। ନିମୟିତ ଲାଉ ଖାଉଥିବା ବ୍ୟକ୍ତି ପେଟ ରୋଗର ଶିକାର ହୋଇ ନ ଥାନ୍ତି। ଲାଉ ଖାଇବା ଦ୍ୱାରା  ଗ୍ୟାସ୍‌ ସମସ୍ୟା ଦୂର ହୋଇଥାଏ। ଲାଉରେ ୯୬ ପ୍ରତିଶତ ଜଳୀୟ ଅଂଶ ରହିଛି। ଏଥିରେ କମ୍ କ୍ୟାଲୋରୀ ଥିବାରୁ ପାଚନ ସହଜ ହୋଇଥାଏ।

Advertisment

ଲାଉରେ ଫାଇବର ରହିଥିବାରୁ ପେଟ ସମ୍ୱନ୍ଧୀୟ ରୋଗରୁ ଆମକୁ ରକ୍ଷା ମିଳିଥାଏ। ଅଲର୍ସର୍, କୋଷ୍ଠକାଠିନ୍ୟ ଓ ଗ୍ୟାସ୍‌ ରୋଗୀଙ୍କ ପାଇଁ ଏହା ଲାଭକାରୀ।  ପରିସ୍ରା ଜଳାପୋଡ଼ା ହେଉଥିଲେ ଲାଉ ସୁପ୍‌ ପିଇବା ଦ୍ୱାରା ଏଥିରୁ ଉପଶମ ମିଳିଥାଏ। ଲିଭର୍‌ ସଂକ୍ରମିତ ହୋଇଥିଲେ କିମ୍ୱା ଠିକ୍‌ ଭାବେ କାର୍ଯ୍ୟ କରୁ ନ ଥିଲେ ଲାଉ ଖାଇବା ଦ୍ୱାରା ଏହି ସମସ୍ୟାରୁ ରକ୍ଷା ମିଳିଥାଏ।

 ଲାଉ ମଞ୍ଜିର ତେଲ ଖାଇବା ଦ୍ୱାରା କୋଲେଷ୍ଟରଲ୍‌ ମାତ୍ରା କମିଥାଏ। ଏହାସହିତ ଏହା ହୃଦ୍‌ଯନ୍ତ୍ର ପାଇଁ ଲାଭଦାୟକ। ରକ୍ତ ନଳୀକୁ ମଧ୍ୟ  ଲାଉ ସୁସ୍ଥ ରଖିଥାଏ।

Advertisment

ଉଚ୍ଚ ରକ୍ତଚାପ, କୋଷ୍ଠକାଠିନ୍ୟ, ହୃଦ୍‌ରୋଗ ସମସ୍ୟା, ମଧୁମେହରୁ ଲାଉ ଆମକୁ ରକ୍ଷା କରିଥାଏ।