/odisha-reporter/media/post_attachments/uploads/2017/04/22-1.jpg)
22
ଯେଉଁ ସଂପର୍କରେ ଭଲପାଇବା ଓ ବିଶ୍ୱାସ ନଥାଏ ସେ ସଂପର୍କ ସଂପୂର୍ଣ୍ଣ ହୋଇ ନ ଥାଏ । ସଂପର୍କରେ ଭଲ ପାଇବା ଯେତିକି ଆବଶ୍ୟକ ହୋଇଥାଏ ସେତିକି ଦରକାର ବିଶ୍ୱାସ। ସେଥିପାଇଁ ସଂପର୍କରେ ଭଲପାଇବା ଓ ବିଶ୍ୱାସ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି। ଆସନ୍ତୁ ଜାଣିବା କେଉଁ ରାଶିର ପୁଅମାନେ ଝିଅଙ୍କୁ ଅବିଶ୍ୱାସ କରନ୍ତି ବା ସନ୍ଦେହ ନଜରରେ ଦେଖନ୍ତି।
ମିଥୁନ
ମିଥୁନ ରାଶିର ପୁଅମାନେ ଅଧିକ ସନ୍ଦେହି ହୋଇଥାନ୍ତି। ସେମାନେ ଚାହାଁନ୍ତି ପାର୍ଟନର୍ ତାଙ୍କ ବିନା ଅନୁମତିରେ ନିଶ୍ୱାସପ୍ରଶ୍ୱାସ ନ ନେଉ। ମିଥୁନ ରାଶିର ପୁଅ ନିଜର ପ୍ରେମ ପାଇଁ ଚିନ୍ତିତ ଥାନ୍ତି। କିନ୍ତୁ ପାର୍ଟନରଙ୍କୁ ସବୁବେଳେ ସନ୍ଦେହ ନଜରରେ ଦେଖନ୍ତି।
କନ୍ୟା
କନ୍ୟା ରାଶିର ପୁଅ ଅଧିକ ରୋମାଣ୍ଟିକ୍ ହୋଇଥାନ୍ତି। କିନ୍ତୁ ପାର୍ଟନରକୁ ସନ୍ଦେହ କରିବା ଷ୍ଟାଇଲ୍ ଅଲଗା ଥାଏ। ପାର୍ଟନରର ସବୁ ଖବର ବୁଝିଥାନ୍ତି। କେଉଁଠି ବି ଏକା ଛାଡ଼ନ୍ତି ନାହିଁ। ଯେପରି ତାଙ୍କ ପାର୍ଟନର ପାଖକୁ ଆଉ କେହି ପୁଅ ନ ଆସନ୍ତି ସେଥିପ୍ରତି ଧ୍ୟାନ ଦିଅନ୍ତି।
ମୀନ
ମୀନ ରାଶିର ପୁଅ ନିଜର ପ୍ରେମକୁ ନେଇ ବହୁତ ଚିନ୍ତିତ ଥାଆନ୍ତି। ତାଙ୍କ ପାର୍ଟନର ଆଉ କେଉଁ ପୁଅ ସହ କଥା ହୁଅନ୍ତୁ ସେ ଚାହାଁନ୍ତି ନାହିଁ। ଏହି ରାଶିର ପୁଅ ଭାରି ସନ୍ଦେହି ହୋଇଥାନ୍ତି। ଛୋଟଛୋଟ କଥାରେ ପାର୍ଟନରଙ୍କୁ ସନ୍ଦେହ କରିଥାନ୍ତି। ଅଧିକ ସନ୍ଦେହ କରିବା ଯୋଗୁଁ ନିଜର ପାର୍ଟନରକୁ ହରାଇ ଥାନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
