Advertisment

ରୁଷି ଯାଇଛନ୍ତି କି ଗାର୍ଲଫ୍ରେଣ୍ଡ? ତା’ହେଲେ ଏମିତି ମନାନ୍ତୁ...

ଯେଉଁଠି  ଭଲ ପାଇବା ଥାଏ, ସେଠି ଝଗଡ଼ା ଥାଏ। ପ୍ରତି ସଂପର୍କରେ ରାଗରୁଷା ଚାଲିଥାଏ। ବେଳେ ବେଳେ ଆପଣଙ୍କର ଛୋଟ ଛୋଟ ମଜାକ ଅବା ଭୁଲ ଆପଣଙ୍କ ଗାଲଫ୍ରେଣ୍ଡଙ୍କୁ  ଖରାପ ଲାଗେ ଓ ସେ ରାଗି ଯାଆନ୍ତି। ଏଭଳି ସ୍ଥିତିରେ ଗାର୍ଲଫ୍ରେଣ୍ଡଙ୍କୁ କିପରି ମନାଇବେ, ଜାଣନ୍ତୁ କିଛି ଟିପ୍ସ। ୧- ଯେଉଁ କଥା ଉପରେ ଆପଣ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଛି, ତା’ଉପରେ ନିଜ ଗାର୍ଲଫ୍ରେଣ୍ଡଙ୍କ ସହ ଆଲୋଚନା କରନ୍ତୁ। କିନ୍ତୁ ମନେ ରଖନ୍ତୁ କେବଳ […]

ଅଦ୍ୟତନ ହୋଇଛି
ରୁଷି ଯାଇଛନ୍ତି କି ଗାର୍ଲଫ୍ରେଣ୍ଡ? ତା’ହେଲେ ଏମିତି ମନାନ୍ତୁ...

bg

Advertisment

ଯେଉଁଠି  ଭଲ ପାଇବା ଥାଏ, ସେଠି ଝଗଡ଼ା ଥାଏ। ପ୍ରତି ସଂପର୍କରେ ରାଗରୁଷା ଚାଲିଥାଏ। ବେଳେ ବେଳେ ଆପଣଙ୍କର ଛୋଟ ଛୋଟ ମଜାକ ଅବା ଭୁଲ ଆପଣଙ୍କ ଗାଲଫ୍ରେଣ୍ଡଙ୍କୁ  ଖରାପ ଲାଗେ ଓ ସେ ରାଗି ଯାଆନ୍ତି। ଏଭଳି ସ୍ଥିତିରେ ଗାର୍ଲଫ୍ରେଣ୍ଡଙ୍କୁ କିପରି ମନାଇବେ, ଜାଣନ୍ତୁ କିଛି ଟିପ୍ସ।

Advertisment

୧- ଯେଉଁ କଥା ଉପରେ ଆପଣ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଛି, ତା’ଉପରେ ନିଜ ଗାର୍ଲଫ୍ରେଣ୍ଡଙ୍କ ସହ ଆଲୋଚନା କରନ୍ତୁ। କିନ୍ତୁ ମନେ ରଖନ୍ତୁ କେବଳ ତାଙ୍କ ରାଗ ଶାନ୍ତ ହେବା ପରେ ହିଁ ଆଲୋଚନା କରିବେ। ଯଦି ଆଲୋଚନା କଲା ପରେ ଆପଣଙ୍କୁ ଲାଗିଲା ଭୁଲ୍ ଆପଣଙ୍କର, ତା’ହେଲେ ତୁରନ୍ତ ତାଙ୍କୁ କ୍ଷମା ମାଗି ନିଅନ୍ତୁ।

୨-ଝିଅମାନେ ପୁଅଙ୍କ ମୁହଁରୁ ‘ଆଇ ଲଭ୍‌ ୟୁ’ ଶୁଣିବାକୁ ଭଲ ପାଆନ୍ତି। ସେଥିପାଇଁ ଆପଣ ଗାର୍ଲଫ୍ରେଣ୍ଡର ହାତ ଧରି ଆଇ ଲଭ ୟୁ କୁହନ୍ତୁ। ତାଙ୍କ ରାଗ ଶାନ୍ତ ହୋଇଯିବ। ଯଦି ଆପଣ ତାଙ୍କୁ ନିଜ ହୃଦୟର କଥା କହିବେ ଅବା ଆପଣ ତାଙ୍କୁ କେତେ ଭଲ ପାଉଛନ୍ତି କହିବେ, ସେ ନିଶ୍ଚିତ ଆପଣଙ୍କ କଥା ମାନିବେ।

Advertisment

୩- ଫୁଲ ଓ ଚକଲେଟ୍‌ ଝିଅମାନଙ୍କର ଭାରି ପସନ୍ଦ। ଯଦି ଆପଣ ଗାଲଫ୍ରେଣ୍ଡଙ୍କୁ ମନାଇବାକୁ ଚାହୁଁଛନ୍ତି,  ତାହାହେଲେ ଫୁଲ ଓ ଚକଲେଟ୍‌ ଦିଅନ୍ତୁ। ଏହା ସହ ଗାଲଫ୍ରେଣ୍ଡ ମନପସନ୍ଦର ଜିନିଷ କିଣି ଦିଅନ୍ତୁ। ଏହାକୁ ଦେଖି ଆପଣ ତାଙ୍କର ପସନ୍ଦ ନାପସନ୍ଦକୁ ଧ୍ୟାନ ଦେଉଛନ୍ତି ବୋଲି ସେ ଭାବିବେ ଓ ତାଙ୍କ ରାଗ ଥଣ୍ଡା ପଡ଼ିଯିବ।

୪- ଯଦି କେବେ ସେ ଆପଣଙ୍କର କୌଣସି କଥାକୁ ନେଇ ଅଭିମାନ କରିଥିବେ, ତା’ହେଲେ ଯୁକ୍ତି କରନ୍ତୁ ନାହିଁ। ଏଥିରେ ଆପଣ କ୍ଷତିରେ ପଡ଼ି ପାରନ୍ତି। ଆପଣ ତାଙ୍କୁ ଅନୁଭବ କରାନ୍ତୁ ଯେ ନିଜ ଭୁଲ୍ ପାଇଁ ଆପଣ କେତେ ଲଜ୍ଜିତ।

୫- ଝିଅମାନେ ଚାହାଁନ୍ତି ପୁଅମାନେ ତାଙ୍କୁ ସେପର୍ଯ୍ୟନ୍ତ ମନାନ୍ତୁ ଯେପର୍ଯ୍ୟନ୍ତ ସେମାନେ ଶାନ୍ତ ନ ହୋଇଛନ୍ତି। ସେ ରୁଷି ଥିବା ବେଳେ କେବେ ବି ଆରାମରେ ବସି ଯାଆନ୍ତୁ ନାହିଁ। ଏପରି କଲେ ସଂପର୍କରେ ଫାଟ ସୃଷ୍ଟି ହୋଇପାରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe