Advertisment

ସାବଧାନ: ମସ୍ତିଷ୍କକୁ ବିଗାଡ଼ିଦେବ ସୋସିଆଲ୍ ମିଡିଆ

ୱାସିଂଟନଡିସି : ସବୁ ସୋସିଆଲ ମିଡିଆ ବ୍ୟବହାରୀଙ୍କ ପାଇଁ ସତର୍କ ଘଣ୍ଟି।  ଯଦି ଆପଣ ସୋସିଆଲ  ମିଡିଆ ପାଇଁ ପାଗଳ ତେବେ ଆହୁରି ମାରାତ୍ମକ।  ଦିନରାତି ଫେସବୁକ୍, ହ୍ୱାଟ୍ସ‌ଆପ ଏବଂ ଟୁଇଟର ଭଳି ସୋସିଆଲ ମିଡିଆ ପଛରେ ପଡ଼ିଲେ ଆପଣ ହରାଇ ପାରନ୍ତି ମସ୍ତିଷ୍କର ଭାରସାମ୍ୟ। ମାନସିକ ସ୍ଥିତି ଅସ୍ଥିର ହୋଇପାରେ । ଏକ ଅଧ୍ୟୟନରୁ  ଏହା ଜଣାପଡ଼ିଛି। ଶରୀରର ସବୁ ଭେନ ମସ୍ତିସ୍କ ସହିତ ଯୋଡ଼ି ହେଇଛି।  କ୍ରମାଗତ ସୋସିଆଲ ମିଡିଆ ଉପରେ ନଜର ରହିଲେ […]

author-image
Rakesh Mallick
ଅଦ୍ୟତନ ହୋଇଛି
ସାବଧାନ: ମସ୍ତିଷ୍କକୁ ବିଗାଡ଼ିଦେବ ସୋସିଆଲ୍ ମିଡିଆ

brain

ୱାସିଂଟନଡିସି : ସବୁ ସୋସିଆଲ ମିଡିଆ ବ୍ୟବହାରୀଙ୍କ ପାଇଁ ସତର୍କ ଘଣ୍ଟି।  ଯଦି ଆପଣ ସୋସିଆଲ  ମିଡିଆ ପାଇଁ ପାଗଳ ତେବେ ଆହୁରି ମାରାତ୍ମକ।  ଦିନରାତି ଫେସବୁକ୍, ହ୍ୱାଟ୍ସ‌ଆପ ଏବଂ ଟୁଇଟର ଭଳି ସୋସିଆଲ ମିଡିଆ ପଛରେ ପଡ଼ିଲେ ଆପଣ ହରାଇ ପାରନ୍ତି ମସ୍ତିଷ୍କର ଭାରସାମ୍ୟ। ମାନସିକ ସ୍ଥିତି ଅସ୍ଥିର ହୋଇପାରେ । ଏକ ଅଧ୍ୟୟନରୁ  ଏହା ଜଣାପଡ଼ିଛି।

Advertisment

ଶରୀରର ସବୁ ଭେନ ମସ୍ତିସ୍କ ସହିତ ଯୋଡ଼ି ହେଇଛି।  କ୍ରମାଗତ ସୋସିଆଲ ମିଡିଆ ଉପରେ ନଜର ରହିଲେ ଏହି ଭେନ ଉପରେ ପ୍ରଭାବ ପକାଇ ଥାଏ।  ଫଳରେ ମଣିଷର ମସ୍ତିଷ୍କ ବିଚଳିତ ହୁଏ।  ବିଷାଦ ଠାରୁ ଅବସାଦ ପର୍ଯ୍ୟନ୍ତ ଯାବତୀୟ ସମସ୍ୟା ମଣିଷକୁ ଘାରିଥାଏ।  ଏନେଇ ଉତ୍ତର ଆମେରିକା ବିଶ୍ୱବିଦ୍ୟାଳୟର ୩୪୧ ଜଣ ଛାତ୍ରଙ୍କୁ ନେଇ ପରୀକ୍ଷା କରାଯାଇଥିଲା। ସେମାନଙ୍କ  ମଧ୍ୟରେ ଅଧିକ ସୋସିଆଲ ମିଡିଆ ବ୍ୟବହାର କରୁଥିବା ଛାତ୍ରଛାତ୍ରୀଙ୍କ କ୍ୟାରିୟର ଏକାଡେମୀ ଅତ୍ୟନ୍ତ ଦୁର୍ବଳ ଥିଲା।