Advertisment

ବ୍ରେଡ୍ ଓ ପିଜା ଖାଇଲେ ହୋଇପାରେ କ୍ୟାନସର

ନୂଆଦିଲ୍ଲୀ: ଯେଉଁମାନେ ବ୍ରେଡ୍ ଓ ପିଜା ଖାଉଛନ୍ତି ସେମାନେ ସାବଧାନ ରହିବା ଦରକାର। କାରଣ ବ୍ରେଡ୍ ଓ ପିଜା ଖାଇଲେ ହୋଇପାରେ କ୍ୟାନସର। ନିକଟରରେ ବିଜ୍ଞାନ ଓ ପରିବେଶ କେନ୍ଦ୍ର ବା ସିଏସ୍‌ଇର ପରୀକ୍ଷଣରୁ ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ବ୍ରେଡ୍‌ରେ କ୍ୟାନସର ସୃଷ୍ଟିକାରୀ ପଦାର୍ଥ ଯଥା ପୋଟାସିୟମ୍ ବ୍ରୋମେଟ୍ ରହୁଥିବା କଥା ସିଏସ୍‌ଇର ପରୀକ୍ଷଣରୁ ଜଣାପଡ଼ିଛି। ଏଥିରେ ପୋଟାସିୟମ୍  ଆୟୋଡେଟ୍ ରହୁଥିବା କଥା ମଧ୍ୟ ସୂଚନା ମିଳିଛି। ଏହା ଶରୀରରେ ଥାଇରଏଡ କ୍ୟାନସର ସୃଷ୍ଟି […]

ଅଦ୍ୟତନ ହୋଇଛି
ବ୍ରେଡ୍ ଓ ପିଜା ଖାଇଲେ ହୋଇପାରେ କ୍ୟାନସର

pizza-

Advertisment

pizza-ନୂଆଦିଲ୍ଲୀ: ଯେଉଁମାନେ ବ୍ରେଡ୍ ଓ ପିଜା ଖାଉଛନ୍ତି ସେମାନେ ସାବଧାନ ରହିବା ଦରକାର। କାରଣ ବ୍ରେଡ୍ ଓ ପିଜା ଖାଇଲେ ହୋଇପାରେ କ୍ୟାନସର। ନିକଟରରେ ବିଜ୍ଞାନ ଓ ପରିବେଶ କେନ୍ଦ୍ର ବା ସିଏସ୍‌ଇର ପରୀକ୍ଷଣରୁ ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ବ୍ରେଡ୍‌ରେ କ୍ୟାନସର ସୃଷ୍ଟିକାରୀ ପଦାର୍ଥ ଯଥା ପୋଟାସିୟମ୍ ବ୍ରୋମେଟ୍ ରହୁଥିବା କଥା ସିଏସ୍‌ଇର ପରୀକ୍ଷଣରୁ ଜଣାପଡ଼ିଛି। ଏଥିରେ ପୋଟାସିୟମ୍  ଆୟୋଡେଟ୍ ରହୁଥିବା କଥା ମଧ୍ୟ ସୂଚନା ମିଳିଛି। ଏହା ଶରୀରରେ ଥାଇରଏଡ କ୍ୟାନସର ସୃଷ୍ଟି କରେ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏହାର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ଆଦେଶ ଦେଇଛନ୍ତି। ଯଦି ଏହା ସତ୍ୟ ପ୍ରମାଣିତ ହୁଏ,ତା’ହେଲେ ତେବେ ଖୁବଶୀଘ୍ର ଏନେଇ ପଦକ୍ଷେପ ନିଆଯିବା ସହ ସଂପୃକ୍ତ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ପୂର୍ବରୁ ଦିଲ୍ଲୀର ବିଭିନ୍ନ ବେକେରୀ ଗୁଡ଼ିକରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ଏଥିରେ ପ୍ରାୟ ୮୪ ପ୍ରତିଶତ ବ୍ରେଡରେ କ୍ୟାନସର ସୃଷ୍ଟିକାରୀ ପଦାର୍ଥ ଥିବା କଥା ସାମ୍ନାକୁ ଆସିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe