Advertisment

ଅଧିକ ସ୍ତନ୍ୟପାନ ଦୂର କରେ ରୋଗର ଭୟ

ଭୁବନେଶ୍ୱର: ସମୟ ବଦଳୁଛି। ତା’ସହ ବଦଳୁଛି ମଣିଷର ଚିନ୍ତାଧାରା। ଯେମିତିକି ବର୍ତ୍ତମାନ ସମୟରେ ମହିଳାମାନେ ନିଜ ଫିଗରକୁ ନେଇ ବେଶ ସତର୍କ। ସେଥିପାଇଁ ତ ମହିଳାମାନେ ଗର୍ଭଧାରଣ କରିବା କିମ୍ବା ଶିଶୁକୁ ସ୍ତନ୍ୟପାନ କରାଇବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। କିନ୍ତୁ କ’ଣ ଜାଣନ୍ତି ମା’ କ୍ଷୀର ଶିଶୁର ସ୍ୱାସ୍ଥ୍ୟ ପାଇଁ ଯେତିକି ଭଲ, ସ୍ତନ୍ୟପାନ କରାଇବା ମା’ର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଭଲ। ସ୍ତନ୍ୟପାନ କରାଇଲେ ମା’ମାନେ ଅନେକ ରୋଗଠାରୁ ନିଜକୁ ଦୂରେଇ ରଖିପାରିବେ। ସ୍ତନ୍ୟପାନ କରାଇଲେ […]

ଅଦ୍ୟତନ ହୋଇଛି
ଅଧିକ ସ୍ତନ୍ୟପାନ ଦୂର କରେ ରୋଗର ଭୟ

health-breast-feeding

Advertisment

breastfeedingଭୁବନେଶ୍ୱର: ସମୟ ବଦଳୁଛି। ତା’ସହ ବଦଳୁଛି ମଣିଷର ଚିନ୍ତାଧାରା। ଯେମିତିକି ବର୍ତ୍ତମାନ ସମୟରେ ମହିଳାମାନେ ନିଜ ଫିଗରକୁ ନେଇ ବେଶ ସତର୍କ। ସେଥିପାଇଁ ତ ମହିଳାମାନେ ଗର୍ଭଧାରଣ କରିବା କିମ୍ବା ଶିଶୁକୁ ସ୍ତନ୍ୟପାନ କରାଇବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। କିନ୍ତୁ କ’ଣ ଜାଣନ୍ତି ମା’ କ୍ଷୀର ଶିଶୁର ସ୍ୱାସ୍ଥ୍ୟ ପାଇଁ ଯେତିକି ଭଲ, ସ୍ତନ୍ୟପାନ କରାଇବା ମା’ର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଭଲ। ସ୍ତନ୍ୟପାନ କରାଇଲେ ମା’ମାନେ ଅନେକ ରୋଗଠାରୁ ନିଜକୁ ଦୂରେଇ ରଖିପାରିବେ। ସ୍ତନ୍ୟପାନ କରାଇଲେ ମାନେ କେଉଁ ପ୍ରକାର ରୋଗ ଠାରୁ ନିଜକୁ ଦୂରେଇ ରଖିପାରିବେ ଜାଣନ୍ତୁ ସେ ସଂପର୍କିତ କିଛି ତଥ୍ୟ।

Advertisment

ମାଟର୍ଣ୍ଣାଲ ଆଣ୍ଡ ଚାଇଲ୍ଡ ନ୍ୟୁଟ୍ରିସନର ଗବେଷଣା ଅନୁଯାୟୀ ସ୍ତନ୍ୟପାନ କରାଇବା ଦ୍ୱାରା ମହିଳାମାନେ ସ୍ତନକର୍କଟ, ପ୍ରୀ-ମେନୋପାଜାଲ ଓଭାରିଆନ କ୍ୟାନସର, ମଧୁମେହ, ହାଇପରଟେନସନ ଏବଂ ହୃଦରୋଗ ପରି ରୋଗରେ ପଡ଼ିବାର ଆଶଙ୍କା କମ୍ ହୋଇଯାଏ।

ଅଧିକ ଥର ସ୍ତନ୍ୟପାନ କରାଉଥିବା ମହିଳାଙ୍କ ହୃଦୟ ଦିନକୁ ଥରେ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ହୃଦୟ ଅପେକ୍ଷା ସୁସ୍ଥ ରହିଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି।

Advertisment

ୱେଷ୍ଟର୍ଣ୍ଣ ସିଡ୍‌ନୀ ସ୍କୁଲ ଅଫ୍ ମେଡିସିନ୍‌ର ରିପୋର୍ଟ ଅନୁଯାୟୀ ଅଧିକ ଦିନ ଧରି ସ୍ତନ୍ୟପାନ କରାଉଥିବା ମହିଳାଙ୍କଠାରେ ୬୪ବର୍ଷ ବୟସ ପୂର୍ବରୁ ଉଚ୍ଚ ରକ୍ତଚାପର ଭୟ ନଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe