ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ବାଇଗଣ ରସା

ଆବଶ୍ୟକ ସାମଗ୍ରୀ : ବାଇଗଣ, ଲୁଣ, ହଳଦୀ, ଲଙ୍କା ଗୁଣ୍ଡ, ଜିରା ପାଉଡର, ଧନିଆ ପାଉଡର, ଦହି, ପିଆଜ, ରସୁଣ, ଅଦା, ଟମାଟୋ, ତେଜପତ୍ର, ଗୁଜରାତି, ଡାଲଚିନି, କଞ୍ଚା ଲଙ୍କା, ଫୁଟଣ, ରିଫାଇନ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବାଇଗଣକୁ ବଡ ବଡ଼ ପିସ୍‌ରେ କାଟି ସେଥିରେ ଲୁଣ ଓ ହଳଦୀ ଗୋଳାଇ ଦିଅନ୍ତୁ। ଏହାପରେ ପ୍ୟାନରେ ତେଲ ଗରମ କରି ବାଇଗଣ ଭାଜି ଦିଅନ୍ତୁ। ମନେ ରଖିବେ ବାଇଗଣ ପିସ୍‌ ଗୁଡ଼ିକୁ ଗୋଲଡେନ ଫ୍ରାଏ କରିବେ। […]

Brinjal

Niharika Rout
  • Published: Monday, 07 June 2021
  • , Updated: 07 June 2021, 11:21 AM IST

ଆବଶ୍ୟକ ସାମଗ୍ରୀ : ବାଇଗଣ, ଲୁଣ, ହଳଦୀ, ଲଙ୍କା ଗୁଣ୍ଡ, ଜିରା ପାଉଡର, ଧନିଆ ପାଉଡର, ଦହି, ପିଆଜ, ରସୁଣ, ଅଦା, ଟମାଟୋ, ତେଜପତ୍ର, ଗୁଜରାତି, ଡାଲଚିନି, କଞ୍ଚା ଲଙ୍କା, ଫୁଟଣ, ରିଫାଇନ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବାଇଗଣକୁ ବଡ ବଡ଼ ପିସ୍‌ରେ କାଟି ସେଥିରେ ଲୁଣ ଓ ହଳଦୀ ଗୋଳାଇ ଦିଅନ୍ତୁ। ଏହାପରେ ପ୍ୟାନରେ ତେଲ ଗରମ କରି ବାଇଗଣ ଭାଜି ଦିଅନ୍ତୁ। ମନେ ରଖିବେ ବାଇଗଣ ପିସ୍‌ ଗୁଡ଼ିକୁ ଗୋଲଡେନ ଫ୍ରାଏ କରିବେ।

ଏହାପରେ କଡ଼େଇରେ ତେଲ ଗରମ କରି ସେଥିରେ ତେଜପତ୍ର, ଗୁଜରାତି, ଡାଲଚିନି ପକାନ୍ତୁ। ଏହାପରେ ଫୁଟଣ ପକାନ୍ତୁ। ସେଥିରେ ପିଆଜ, ଅଦା ଓ ରସୁଣ ପେଷ୍ଟ ପକାନ୍ତୁ। ଏହାପରେ ମସଲାରେ ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ଜିରା ଓ ଧନିଆ ପାଉଡର ପକାଇ କିଛି ସମୟ କଷାନ୍ତୁ  ଏବଂ ସେଥିରେ ଟମାଟୋ କଟା ପକାଇ ଘୋଡ଼ାଇ ଦିଅନ୍ତୁ।

ଏହା କଷି ହେବା ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ।  ମସଲା ଥଣ୍ଡା ହେବା ପରେ ସେଥିରେ କିଛି ଦହି ମିଶାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଏହାପରେ ଝୋଳ ପାଇଁ ପାଣି ଦେଇ ଗ୍ୟାସ ଅନ କରନ୍ତୁ। ପାଣି ଫୁଟିଲେ ସେଥିରେ ଗରମ ମସଲା ପକାନ୍ତୁ। ଏହାପରେ ସେଥିରେ ବାଇଗଣ ଫ୍ରାଏକୁ ପକାଇ କିଛି ସମୟ ଫୁଟିବାକୁ ଛାଡ଼ନ୍ତୁ। ଏବେ ଗ୍ୟାସ ବନ୍ଦ କରି କଡ଼େଇ ତଳକୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବାଇଗଣ ରସା। ଏହାକୁ ଗରମ ଗରମ ଭାତ କିମ୍ବା ରୋଟି ସହ ପରଷନ୍ତୁ।

Related story