ଭୁବନେଶ୍ୱର: ଖରାଦିନ ଆସିଲେ ସାଧାରଣତଃ ଆମେ ଥଣ୍ଡା ପାଣି ପିଇବାକୁ ଇଚ୍ଛା କରିଥାଉ। ଏହି ଋତୁରେ ମାଟିହାଣ୍ଡି ପାଣି ସ୍ୱାସ୍ଥ୍ୟ ପାଇଁ ଅମୃତ ସମାନ। ବିଶେଷଜ୍ଞ କହିବା ଅନୁସାରେ, ମାଟିରେ ଅନେକ ପ୍ରକାର ରୋଗ ସହ ଲଢିବା କ୍ଷମତା ରହିଥାଏ। ତେଣୁ ମାଟି ହାଣ୍ଡିରେ ରଖାଯାଇଥିବା ପାଣି ଆମ ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ।
ପ୍ରତିଦିନ ମାଟିହାଣ୍ଡି ପାଣି ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ମାଟିହାଣ୍ଡିରେ ଥିବା ପାଣି ପିଇବା ଦ୍ୱାରା ଶରୀରର ଟେଷ୍ଟରୋନ୍ ସ୍ତର ବଢିଥାଏ। ଏହାସହିତ ଏସିଡିଟି ଓ ପେଟ ଯନ୍ତ୍ରଣାରୁ ଆମକୁ ଆରାମ ଦେଇଥାଏ। ମାଟିରେ ଶୁଦ୍ଧ ରଖିବା ଗୁଣ ଥିବାରୁ ବିଶୁଦ୍ଧ ଜିନିଷକୁ ନଷ୍ଟ କରି ଦେଇଥାଏ। ମାଟିପାଣିକୁ ସେହି ତାପମାତ୍ରାରେ ରଖିଥାଏ ଯାହା ଶରୀର ପାଇଁ ଆବଶ୍ୟକ ପଡ଼ିଥାଏ।