Advertisment

ସ୍ୱାସ୍ଥ୍ୟ ଉପଯୋଗୀ ମକା

ଭୁବନେଶ୍ୱର: ବର୍ଷା ଋତୁରେ ରାସ୍ତାକଡ଼ରେ ପୋଡ଼ା ମକା ଖାଇବାର ମଜା ଅଲଗା। ଛୋଟ ପିଲା ହେଉ କି ବୁଢା ସମସ୍ତେ ମକା ଖାଇବାକୁ ପସନ୍ଦ କରିଥାଆନ୍ତି । କିନ୍ତୁ ଖୁବ କମ୍‌ ଲୋକ ଜାଣନ୍ତି ଯେ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ମକା ଲାଭଦାୟକ।  ଏଥିରେ ଫୋଲିକ୍ ଏସିଡ୍, ପ୍ରୋଟିନ୍, କାର୍ବୋହାଇଡ୍ରେଟ ଓ ଅନ୍ୟ ପୌଷ୍ଟିକ ତତ୍ତ୍ୱ ରହିଛି। ମକାରେ ପ୍ରଚୁର ମାତ୍ରାରେ ଫାଇବର ରହିଥିବାରୁ ସହଜରେ ପାଚନ ହୋଇଥାଏ। ମକା ଖାଇବା ଦ୍ୱାରା ହାଡ଼ ମଜଭୁତ […]

author-image
Rakesh Mallick
ଅଦ୍ୟତନ ହୋଇଛି
ସ୍ୱାସ୍ଥ୍ୟ ଉପଯୋଗୀ ମକା

burn-corn

burn-cornଭୁବନେଶ୍ୱର: ବର୍ଷା ଋତୁରେ ରାସ୍ତାକଡ଼ରେ ପୋଡ଼ା ମକା ଖାଇବାର ମଜା ଅଲଗା। ଛୋଟ ପିଲା ହେଉ କି ବୁଢା ସମସ୍ତେ ମକା ଖାଇବାକୁ ପସନ୍ଦ କରିଥାଆନ୍ତି । କିନ୍ତୁ ଖୁବ କମ୍‌ ଲୋକ ଜାଣନ୍ତି ଯେ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ମକା ଲାଭଦାୟକ।  ଏଥିରେ ଫୋଲିକ୍ ଏସିଡ୍, ପ୍ରୋଟିନ୍, କାର୍ବୋହାଇଡ୍ରେଟ ଓ ଅନ୍ୟ ପୌଷ୍ଟିକ ତତ୍ତ୍ୱ ରହିଛି।

Advertisment

ମକାରେ ପ୍ରଚୁର ମାତ୍ରାରେ ଫାଇବର ରହିଥିବାରୁ ସହଜରେ ପାଚନ ହୋଇଥାଏ। ମକା ଖାଇବା ଦ୍ୱାରା ହାଡ଼ ମଜଭୁତ ହୋଇଥାଏ। ମକା ଦାନାରେ ଆଇରନ୍, କପର ଓ ଫସ୍‌ଫରସ୍‌ ରହିଛି। ଏହା ଖାଇବା ଦ୍ୱାରା କିଡ୍‌ନୀ ସୁସ୍ଥ ରହିଥାଏ। ମକା ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଓ ପେଟ କ୍ୟାନସର ହେବାର ସମ୍ଭାବନା ନ ଥାଏ। ତାଜା ମକାକୁ ସିଝାଇ ତାର ପାଣି ମିଶ୍ରି ସହିତ ମିଶାଇ ପିଇବା ଦ୍ୱାରା ପରିସ୍ରା ଜଳାପୋଡ଼ାରୁ ଆରାମ ମିଳିଥାଏ।

ଏଥିରେ ପ୍ରଚୁର ମାତ୍ରାରେ ଆଣ୍ଟି  ଅକ୍ସିଡେଣ୍ଟ ଥିବାରୁ ଆମ ତ୍ୱଚାକୁ କୋମଳ ଓ ଅଧିକ ସମୟ ଯାଏଁ ଉଜ୍ଜଳ ରଖିଥାଏ।  ଶରୀରର କୋଲେଷ୍ଟେରଲ ବଢିବାକୁ ଦିଏ ନାହିଁ, ଯାହା ଫଳରେ ଆମ ହୃଦ୍‌ଯନ୍ତ୍ର ସୁସ୍ଥ ରହିଥାଏ। ଗର୍ଭବତୀ ମହିଳାଙ୍କ ପାଇଁ ମକା ଏକ ଉତ୍ତମ ଖାଦ୍ୟ। ଏଥିରେ ଫୋଲିକ୍‌ ଏସିଡ୍ ଭରପୂର ମାତ୍ରାରେ ଥିବାରୁ  ଗର୍ଭସ୍ଥ ଶିଶୁକୁ ପୋଷଣ ଯୋଗାଇଥାଏ।

Advertisment