Advertisment

ଧନତେରସ୍‌ରେ ଘରକୁ ଆଣନ୍ତୁ ଏହି ସବୁ ଜିନିଷ, ରହିବ ନାହିଁ ଧନର ଅଭାବ

ନଭେମ୍ବର ୪ ତାରିଖରେ ପଡ଼ୁଛି ଆଲୋକର ପର୍ବ ଦୀପାବଳି। ହେଲେ ତା’ର ଦୁଇ ଦିନ ପୂର୍ବରୁ ଅର୍ଥାତ୍ ନଭେମ୍ବର ୨ ତାରିଖରେ ପଡ଼ୁଛି ଧନତେରସ୍‌। ଧନ ସମ୍ପତ୍ତି ଓ ସମୃଦ୍ଧି ପାଇଁ ଏହି ଦିନ ମା’ ଲକ୍ଷ୍ମୀଙ୍କର ପୂଜା କରାଯାଏ। ‘ଧନତେରସ୍‌’ରେ ସୁନାଗହଣା କିଣିବାର ପରମ୍ପରା ରହିଛି। କୁହାଯାଏ, ଏହି ଦିନ ସୁନାଗହଣା କିଣି ଘରକୁ ଆଣିଲେ, ଘରକୁ ଭଗବାନ ଧନ୍ୱନ୍ତରୀଙ୍କ ସହ ମା’ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ। ହେଲେ ଆପଣ ଜାଣନ୍ତି କି, ଏହି ଦିନରେ […]

ଅଦ୍ୟତନ ହୋଇଛି
ଧନତେରସ୍‌ରେ ଘରକୁ ଆଣନ୍ତୁ ଏହି ସବୁ ଜିନିଷ, ରହିବ ନାହିଁ ଧନର ଅଭାବ

Dhanters

Advertisment

ନଭେମ୍ବର ୪ ତାରିଖରେ ପଡ଼ୁଛି ଆଲୋକର ପର୍ବ ଦୀପାବଳି। ହେଲେ ତା’ର ଦୁଇ ଦିନ ପୂର୍ବରୁ ଅର୍ଥାତ୍ ନଭେମ୍ବର ୨ ତାରିଖରେ ପଡ଼ୁଛି ଧନତେରସ୍‌। ଧନ ସମ୍ପତ୍ତି ଓ ସମୃଦ୍ଧି ପାଇଁ ଏହି ଦିନ ମା’ ଲକ୍ଷ୍ମୀଙ୍କର ପୂଜା କରାଯାଏ। ‘ଧନତେରସ୍‌’ରେ ସୁନାଗହଣା କିଣିବାର ପରମ୍ପରା ରହିଛି। କୁହାଯାଏ, ଏହି ଦିନ ସୁନାଗହଣା କିଣି ଘରକୁ ଆଣିଲେ, ଘରକୁ ଭଗବାନ ଧନ୍ୱନ୍ତରୀଙ୍କ ସହ ମା’ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ। ହେଲେ ଆପଣ ଜାଣନ୍ତି କି, ଏହି ଦିନରେ ସୁନାରୁପା ବ୍ୟତୀତ ଆଉ କେଉଁ ଜିନିଷ କିଣିଲେ, ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥା’ନ୍ତି ଓ କେବେ ଘରେ ଆର୍ଥିକ ଅନଟନ ଦେଖାଯାଇ ନଥାଏ।

Advertisment

ପିତଳ ବାସନ- ‘ଧନତେରସ୍‌’ରେ ଏକ ପିତଳ ବାସନ କିଣି ଘରକୁ ଆଣନ୍ତୁ। ତା’ ଉପରେ କିଛି ଅରୁଆ ଚାଉଳ ଓ ମିଠା ରଖନ୍ତୁ। ଏହାକୁ ଘରେ ରଖନ୍ତୁ। ଏପରି କଲେ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥା’ନ୍ତି ଓ ଘରେ ଧନର ଅଭାବ ରହି ନଥାଏ।

ଝାଡ଼ୁ- ‘ଧନତେରସ୍‌’ରେ ଘରକୁ ଝାଡୁ କିଣି ଆଣନ୍ତୁ। ଏହା କିଣିବା ଦ୍ୱାରା ଲକ୍ଷ୍ମୀ ମା’ ସନ୍ତୁଷ୍ଟ ହୋଇଥା’ନ୍ତି।

Advertisment

ସୁନାଚାନ୍ଦିର ମୁଦ୍ରା- ଏହି ଦିନ ଘରକୁ ସୁନାଚାନ୍ଦିର ମୁଦ୍ରା କିଣି ଆଣନ୍ତୁ। ଏହା କିଣିବା ଦ୍ୱାରା ବ୍ୟବସାୟରେ ଅଧିକ ଲାଭ ମିଳିଥାଏ। ଘରେ ମଧ୍ୟ ପଇସାର ଅଭାବ ଦେଖାଯାଇନଥାଏ।

ଧନିଆ- ଧନତେରସ୍‌ରେ ଘରକୁ ଧନିଆ କିଣି ଆଣିଲେ ଶୁଭ ଫଳ ମିଳିଥାଏ। ଏହି ଧନିଆକୁ ମା’ ଲକ୍ଷ୍ମୀଙ୍କ ନିକଟରେ ଅର୍ପଣକଲେ  ମା’ଙ୍କ କୃପା ମିଳିଥାଏ। ବର୍ଷ ତମାମ ଘରେ ଆର୍ଥିକ ଅନାଟନ ଘରେ ଦେଖାଯାଇନଥାଏ।

Diwali
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe